Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରତାରଣା - କମଳାକାନ୍ତ ଜେନା

ଅନେକ ବୈଶାଖ ବାହୁଡ଼ିଛି ଏଇ ବାଟେ
ଶୁଖାଇ ପାରିନି ନୟନୁ ଲୋତକ ଧାର,
ଶ୍ରାବଣ ଶେଷରେ ଶୋଷରେ ଯାଇଛି ଫେରି
ମେଣ୍ଟିନାହିଁ ତୃଷ୍ଣା ଅଭିଶପ୍ତ ଚାତକର ।

ଏବେ ବି ଜଳୁଛି ପ୍ରତାରଣା ରଡ଼ ନିଆଁ
ଜାଲିଥିଲ ଯାହା ଦିନେ ହୃଦୟରେ ମୋର ,
ଜଳି ଜଳି ସିନା ଜୀବନ ଜୀଉଛି ନିତି
ଜଳୁ ନାହିଁ କେବେ ଯନ୍ତ୍ରଣାର ଅଭିସାର ।

ବରି ନେଇଅଛି କଣ୍ଟକିତ ଶରଶଯ୍ୟା
ପାଇଥିଲି ଯାହା ଗୋଲାପର ପ୍ରତିଦାନେ,
ପାରିଲିନି ଦେଖି ଜହରର ପ୍ରଲେପନ
ବୋଳା ଥିଲା ତୁମ ସରଳ ଚପଳ ମନେ ।

ମିଛ ସମ୍ପର୍କର ଚକ୍ରବ୍ୟୁହ ଭେଦ କରି
ପାରିଲିନି ଡେଇଁ ପ୍ରେମର କପଟ ଫାସ,
ଛଳନାର ଲୁହ ଧୋଇଦେଲା ସବୁ ସୁଖ
ଦେଇଗଲା ଦୁଃଖ ତୋ ଓଠ କୁଟିଳ ହସ ।




କମଳାକାନ୍ତ ଜେନା,
ଔପଦା, ବାଲେଶ୍ଵର,
ମୋ- ୯୧୧୦୮୧୩୫୬୪

Post a Comment

0 Comments