ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁମେ ଗଲାପରେ - ସଦାନନ୍ଦ ସାହୁ

ତୁମେ ଗଲାପରେ - ସଦାନନ୍ଦ ସାହୁ

ତୁମେ ଗଲାପରେ ମୋ ଜୀବନ ପଥରେ
ଭାସୁଛି ଲୁହର ବନ୍ୟା ;
ବିରହ ଯନ୍ତ୍ରଣା ଭୋଗୁଛି ମୁଁ ପ୍ରିୟା
କିଏ ଦବ ଆଶ୍ୱାସନା !!!
ମୁଁ ପ୍ରେମୀ ପାଗଳ ଝୁରିବାଟା ସାର
ସରଳ ହୃଦୟ ମୋର ;;
ପ୍ରେମ ପାଠ ଅଙ୍କ ଦେଲା ମୋତେ ଦୁଃଖ
ଝରୁଛି ଲୋତକ ଧାର !!
ସବୁ ପ୍ରେମ ସ୍ମୃତି ରଖିଛି ସାଇତି
ପ୍ରୀତି ଫରୁଆରେ ପ୍ରିୟା ;;
ହେ ମନର ମାନିନୀ କାହିଁ ଗଲ ଭୁଲି
ହୃଦୟେ ଜଳୁଛି ନିଆଁ !!!
ମୟାବିନି ବୋଲି ଜାଣିମୁଁ ନଥିଲି
ବିଶ୍ୱାସ ରେ ବିଷ ଦେଲ ';
ବିଷକୁ ଅମୃତ ଭାବି ପାନ କଲି
ହଉଛି ମୁଁ କଲ ବଲ !!!!
ପ୍ରୀତି ଫୁଲ ଭାବି ସରାଗେ ତୋଳିଲି
କଣ୍ଟା ର ଆଘାତ ଦେଲ ;
କଷଣ ବଢୁଛି ରକତ ଝରୁଛି
ଏକି ଅବିଚାର କଲ !!!!
ପ୍ରତୀକ୍ଷା ର ଅନ୍ତ ଘଟିବ ନିଶ୍ଚିନ୍ତ
ଝୁରିଝୁରି ମରିଯିବି ;;
ପ୍ରେମରେ କଳଙ୍କ ମୁଁ ଶେଷ ଅଙ୍କ
ଦୁନିଆଁ କୁ କହିଯିବି !!!
ଜନ୍ମଜନ୍ମାନ୍ତରେ ଆଉ ଏ ଜୀବନେ
କରିବିନି କେଵେ ପ୍ରେମ ;;
ମୋ ପ୍ରେମ ହିଁ ପବିତ୍ର ମୁଁ ଅପବିତ୍ର
ନେଇଯାରେ ମୋତେ ଯମ !!!




କେନ୍ଦ୍ରୀୟ କାରାଗାର,
ଚୌଦ୍ୱାର, ଚାର ବାଟିଆ, କଟକ

0 Comments