Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଅଧା ରହିଗଲା ରାକ୍ଷୀ ବନ୍ଧନ - ପ୍ରକାଶ ସାହୁ

ରାକ୍ଷୀ ର ମହତ୍ୱ ଭାଇ କୁ ଜଣା।ଆଉ ଭାଇ ର ମହତ୍ୱ ଭଉଣୀ କୁ।ଦୁନିଆ ର ସବୁଠୁ ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ।ଯଦି ରାକ୍ଷୀ ବାବଦରେ ଅବୁଝା ଅଛ ତେବେ ଦେଖ ଟିକେ ସେହି ଶ୍ରୀମନ୍ଦିର କୁ କେମିତି ଅଛି ସେହି ଅଲିଅଳି ଭଉଣୀ ତା ବଡ଼ ଭାଇ ବଳିଆ ଆଉ ସାନ ଭାଇ କାଳିଆ ମଝି ରେ।ରାକ୍ଷୀ ଏକ ସାମନ୍ୟ ସୂତା ଖିଅ ଟିଏ କିନ୍ତୁ ଭଉଣୀ ଯେବେ ବାନ୍ଧେ ରାକ୍ଷୀ ତା ଭାଇ ହାତ ରେ ସେହି ସୂତା ଖିଅ ପାଲଟି ଯାଏ ସୁରକ୍ଷା ର କବଚ।ଭାଇ ର ମଙ୍ଗଳ କାମନା କରେ ଭଉଣୀ ,ପ୍ରତିବଦଳ ରେ ଭାଇ ଭଉଣୀ ର ସୁରକ୍ଷା ର ପ୍ରତିଶ୍ରୁତି ଦିଏ। କିନ୍ତୁ ବେଳେ ବେଳେ ଏମିତି କିଛି ପ୍ରଶ୍ନ ମନ କୁ ଆସେ ରାକ୍ଷୀ କୁ ନେଇ ଆଜି ର ସଭ୍ୟ ସମାଜ ରେ ନାରୀ ମାନଙ୍କ ପ୍ରତି ଥିବା ଘୃଣ୍ୟ ମନୋଭାବ।ଆଉ ବିଧାତା ର ବିଚାର ବି ବଡ଼ ବିଚିତ୍ର। ମନେ ପଡିଲେ ନୟନ ରୁ ଲୋତକ ଝରି ପଡେ।ଶରୀର ମୋର ଶୀତେଇ ଉଠେ।ଦେହ ରେ ଶିହରଣ ଖେଳି ଯାଏ।ମନ ମୋର ଦୁଃଖ ରେ ଭାଙ୍ଗି ଯାଏ।ଆହା କି କରୁଣ ସେ କାହାଣୀ।ହେ ଭଗବାନ! ସତେ କି ତୁ ଏଡେ ନିଷ୍ଠୁର?ତୁହି ପରା ସୃଷ୍ଟିକର୍ତ୍ତା।ତୋ ସୃଷ୍ଟି ରେ ଏଡେ ହୀନସ୍ତା କାହିଁକି?ହେ ପ୍ରଭୁ ତୁ ମାନିନୀ ର ସାହା ଭରସା,ତା ନ ହେଲେ ସେ ସାରା ସଂସାର ରୁ ଭାସିଯିବ।

ମାନିନୀ ଛୋଟ ଝିଅ ଟିଏ।ନବମ ଶ୍ରେଣୀ ର ଛାତ୍ରୀ।ବାପା ତାର ଭାରତୀୟ ସେନା ରେ ଜଣେ ସିପାହୀ।ତାର ସାନ ଭାଇ ଦିପୁ, ବହୁତ ଭଲ ପାଏ ତାକୁ।ମା ରୋଗ ରେ ପଡି କିଛି ବର୍ଷ ତଳେ ସମସ୍ତ ଙ୍କୁ ପର କରି ଚାଲିଯାଇଛି ଆର ପାରି କୁ।ବାପା ମଝି ରେ ମଝି ରେ ଗାଁ କୁ ଆସିଲେ ସେମାନଙ୍କ ପାଇଁ ଅନେକ ଖାଇବା ଜିନିଷ ,କପଡା ନେଇ ଆସନ୍ତି।ପିଲା ଦୁଇ ଜଣ ଙ୍କ ର ମୁହଁ କୁ ଦେଖି ମାନିନୀ ର ବାପା ବି ଦ୍ୱିତୀୟ ବିବାହ କଲେ ନାହିଁ।କାଳେ ସେମାନ ଙ୍କ ର ଯତ୍ନ ରେ ଅବହେଳା ହେବ ବୋଲି।ଜେଜେମା ଆଉ ଜେଜେବାପା ଙ୍କ ସହିତ ମାନିନୀ ଆଉ ଦିପୁ ବହୁତ ଖୁସି ରେ ରହିଥାନ୍ତି।

ହଠାତ ଏହି ସଂସାର ର ଭାଗ୍ୟକାଶ ରେ ସୂର୍ଯ୍ୟ ଲିଭିଗଲା।ସାରା ସଂସାର ଅନ୍ଧକାରମୟ ହୋଇଗଲା।ସେଦିନ ଥିଲା ଅଗଷ୍ଟ ମାସ ପନ୍ଦର ତାରିଖ ଯେଉଁଦିନ ଆମ ଦେଶ ସ୍ଵାଧୀନ ହୋଇଥିଲା। ମାନିନୀ ଆଉ ଦିପୁ ଗାଁ ବିଦ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଦୂରଦର୍ଶନ ଏବଂ ରେଡ଼ିଓ ରେ ଖବର ପ୍ରସାରିତ ହେଲା ଏମିତି "ସ୍ୱାଧିନତା ଦିବସ ଅବସର ରେ ଆତଙ୍କବାଦୀ ଙ୍କ ର ଏକ ବଡ ଧରଣର ଯୋଜନା କୁ ପଣ୍ଡ କରିଦେଇଛି ଭାରତୀୟ ସେନା।ଏଥିରେ ସମସ୍ତ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।" ଆଉ ସେନା ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଚାରିଆଡ଼େ ଖାଲି ସେନା ର ପ୍ରସଂଶା।ଦେଶ ର ସ୍ୱାଧୀନତା ଦିବସ ଅବସରରେ ସେନା ର ଏକ ବଡ ସଫଳତା ପାଇଁ ସବୁଆଡେ ଚର୍ଚ୍ଚା ଚାଲିଛି।ମାନିନୀ ଆଉ ଦିପୁ ଭି ବହୁତ ଖୁସି । ପର ଦିନ ସଖାଳ ସମୟ ରେ ମାନିନୀ ଘର ଚଉଁରା ମୂଳେ ଦୀପ ଜାଳୁଥିବା ବେଳେ ।କିଛି ଗାଡି ର ଶବ୍ଦ ଶୁଣି ଧାଇଁ ଗଲା ସେହି ଘର ଅଗଣା ଆଡେ।ଏତେ ସବୁ ଏକ ରଙ୍ଗ ର ଗାଡି ଆଉ ବାପା ଙ୍କ ପୋଷାକ ପରି ପିନ୍ଧିଥିବା କିଛି ଯୁବକ ଙ୍କୁ ଏତେ ପାଖ ରେ ଦେଖି ମାନିନୀ କିଛି ବୁଝି ପାରୁନଥିଲା।ଗାଡି ର ପଛ ରେ ଥିଲେ ସହ ସହ ଲୋକ।ହଠାତ ଗାଡି ଭିତରୁ କିଛି ଲୋକ ଜଣେ ଲୋକ ର ଶବ ଆଣି ଘର ସାମ୍ନା ରେ ରଖି ଦେଲେ ।ଧଳା କପଡା ରେ ଶବ କୁ ଘୋଡାଇ ଦିଆଯାଇଥିଲା। ମାନିନୀ ଖାଲି ଦେଖୁଥାଏ ହାତ ରେ ଥାଏ ଅଧା ଜଳା ଦୀପ ,କେହି ଜଣେ ଶବ ର ମୁହଁ ରୁ କପଡା ଉଠାଇ ଦେଲେ।ଜଜେମା ଆଉ ଜେଜେବାପା ଙ୍କ କ୍ରନ୍ଦନ ଶୁଣିବାକୁ ମିଳିଲା ତାକୁ।ସାନ ଭାଇ ଦିପୁ ବି କାନ୍ଦୁଥିଲା।ସେ କଣ କରିବ ଏପରି ପରିସ୍ଥିତି ରେ କିଛି ବୁଝିପାରୁନଥିଲା।ଏହି କିଛି ବର୍ଷ ତଳେ ମା କୁ ହରାଇବାର ର ଦୁଃଖ ସବୁ ମନେ ଅଛି।ମନେ ଅଛି ବିତି ଯାଇଥିବା ସେହି ଦୁଃଖଦ ଦିନ ଗୁଡିକ।ଏତେ କମ ବୟସ ରେ ଏତେ ବଡ଼ ଦୁଃଖ କୁ ସେ ସମ୍ଭାଳି ପାରୁନଥିଲା।କାହାର ଦୋଷ ଦେବ ସେ ବୁଝିପାରୁନଥିଲା।କେଉଁ ଜନ୍ମ ର ପାପ କି କାହା ଅଭିଶାପ ର କୋପ ରେ ତାର ଏହି ସୁନାର ସଂସାର ଆଜି ଛାରଖାର ହୋଇଗଲା ?

ତଥାପି ଭାଙ୍ଗି ପଡ଼ିଲାନି ସେ ପାଠ ପଢା ଛାଡିଦେଲା ।ଜେଜେମା ,ଜେଜେବାପା ଆଉ ଦିପୁ ର ଦାଇତ୍ୱ ଏବେ ତା ହାତ ରେ ନ୍ୟସ୍ତ କରି ଭଗବାନ ତାର କେଉଁ ପରୀକ୍ଷା ନେଉଥିଲେ କେଜାଣି? ବହୁ ଦୁଃଖ କଷ୍ଟ ରେ ସମୟ ବିତିଲା ତାର ।ଯେଉଁ ବୟସ ରେ ସେ ସାଙ୍ଗ ମାନ ଙ୍କ ସହିତ ବୁଲିବା କି କଲେଜ ଯାଇ ପାଠ ପଢିବା କଥା ଆଜି ସେ ସମସ୍ତ ଆଶା ଙ୍କୁ ମାରି ଦେଇଛି କେବଳ ତା ଭାଇ କୁ ମଣିଷ କରିବା ପାଇଁ ଘର ର ଚାରି କାନ୍ଥ ଭିତରେ ନିଜ କୁ ଆବଦ୍ଧ କରିଦେଇଛି।

ଆଜି ମାନିନୀ ହସି ହସି ଖୁସି ରେ ଡେଇଁ ପଡୁଛି।ଭାଇ ତାର ମାଟ୍ରିକ ପରୀକ୍ଷା ରେ ପ୍ରଥମ ସ୍ଥାନ ରେ ପାସ କରିଛି।ସବୁ ଦୁଃଖ ତାର ଦୁରେଇ ଯାଉଛି।ଆଜି ତା ଆଖି ରେ ଆଖିଏ ସ୍ୱପ୍ନ।ସେ ଯେମିତି ଯେଉଁଠି ହେଲେ ପଇସା ଆଣିବ ।ଭାଇ କୁ ଅଧିକା ପାଠ ପଢ଼ାଇବ।ତା ଭାଇ ବଡ଼ ମଣିଷ ହେବ।ତାର ସବୁ ଦୁଃଖ ଦୁରେଇ ଯିବ।ସେ ଦଉଡି ଯାଉଥାଏ ତା ବାପା ମା ଙ୍କ ଫଟୋ ନିକଟ କୁ।ସତ ରେ କେତେ ଖୁସି ହୋଇଥାନ୍ତେ ତାର ବାପା ମା।ମନ ତାର ଦୁଃଖ ରେ ମଳିନ ପଡ଼ିଥାଏ।କଇଁ କଇଁ ହୋଇ କାନ୍ଦି ଉଠେ ସେ।ମନେ ମନେ କହି ଉଠେ ତୁମେ ଦିପୁ କୁ ଆଶୀର୍ବାଦ କର।ମୋତେ ସାହସ ଯୋଗାଅ ।ଏମିତି କେତେ କଣ ଭାବି ମୁଣ୍ଡିଆ ମାରେ ସେହି ସ୍ବର୍ଗତ ପିତା ମାତା ଙ୍କ ଫଟୋ ନିକଟରେ।

ରାଜଧାନୀ ର ଏକ ନାମିଦାମୀ କଲେଜରେ ଦିପୁ ର ନାମ ଲେଖା ସରିଗଲା।ଆଜି ସେ ପାଠ ପଢିବାକୁ ଯାଉଛି।ନୂଆ ଜାଗା ,ନୂଆ ପିଲା।ସତର୍କ ରହିବୁ।ମନ ଲଗାଇ ପାଠ ପଢିବୁ।କେତେ କଣ ବୁଝାଉଥାଏ ମାନିନୀ ତାର ଆଦର ର ଭାଇ ଦିପୁ କୁ।ଦିପୁ ଚାଲିଗଲା ପାଠ ପଢିବା ପାଇଁ।ମାନିନୀ ଆଜି ଏକା।ଆଦୌ ଭଲ ଲାଗୁନଥାଏ ତାକୁ।ଚାହୁଁ ଚାହୁଁ ରାଖୀ ପୂର୍ଣିମା ଆସିଗଲାଣି।ତାର ସେହି କୁନି ଗେଲ୍ହା ଭାଇ ହାତ ରେ ରାକ୍ଷୀ ବାନ୍ଧି ସାହସ ଯୋଗାଇ ଦେବା ପାଇଁ ଦିପୁ ପାଖକୁ ଆଜି ଚିଠି ଟିଏ ଲେଖିଲା।

ଦିପୁ ରେ,

ଆଶୀର୍ବାଦ ନେବୁ।ତୁ କେମିତି ଅଛୁ ସେଠି।ଦେହ ଭଲ ଅଛି କି ନାହିଁ।ପାଠ ପଢା କେମିତି ଚାଲିଛି।ତୁ ରାକ୍ଷୀ ପୂର୍ଣିମା କୁ ଆସିବୁ।ତୋତେ ବହୁତ ଦିନ ହେବ ଦେଖି ନାହିଁ।ତୋ ନାନୀ କଥା ରଖିବୁ ।ଗୋଟେ ଦିନ ପାଇଁ ଘର କୁ ଆସିବୁ।ଜେଜେମା ଆଉ ଜେଜେବାପା ବି ତୋ କଥା ବହୁତ ପଚାରୁଛନ୍ତି।ତୋ ସାଙ୍ଗ ମାନେ ବି ପଚାରୁଛନ୍ତି ତୋ ବିଷୟରେ ତୁ କେବେ ଆସିବୁ?

ତୋ ଅପା,

ଦଶ ଦିନ ଭିତରେ ଚିଠିର ଉତ୍ତର ଆସିଗଲା।ନାନୀ ତୁ ଆଦୌ ବ୍ୟସ୍ତ ହେବୁ ନାହିଁ।ମୁଁ ରାକ୍ଷୀ ପୂର୍ଣିମା ଦିନ ଘର କୁ ଯିବି।ନାନୀ ମୁଁ ବହୁତ ଦିନ ହେଲା ତୋ ହାତ ରନ୍ଧା ଖାଇ ନାହିଁ।ମୁଁ ଘର କୁ ଗଲେ ଚକୁଳି ପିଠା କରିଦେବୁ।ଅନ୍ୟାନ୍ୟ ସବୁ ଭଲ।ମୁଁ ପୂର୍ଣିମା ଦିନ ସଖାଳୁ ପହଞ୍ଚିଯିବି।ଚିଠି ର ଉତ୍ତର ପଢି ଆନନ୍ଦ ର ସୀମା ରହିଲା ନାହିଁ ମାନିନୀ ର।ତା ଭାଇ ଆସିବ।ଗାଁ ରୁ ଯାଇଛି ସହର କୁ ପାଠ ପଢିବା ପାଇଁ କେତେ ନୂଆ ଜିନିଷ ଦେଖୁଥିବ।ସେ କଣ ଏହି ଅଳ୍ପ ଦାମ ରାକ୍ଷୀ କୁ ପସନ୍ଦ କରିବ।ଯେମିତି ହେଉ କିଛି ପଇସା ସଞ୍ଚୟ କରି ବାହାରି ଗଲା ଏକ ଦାମୀ ରାକ୍ଷୀ କିଣିବା ପାଇଁ।ବାଦାମ ,ନଡ଼ିଆ ଆଉ ଘିଅ ଆଣି ପିଠା କରିବ ତା ଭାଇ ଖାଇବ କେଡେ ସରାଗ ରେ,ଆଉ କହିବ ମୋ ନାନୀ ପରି କିଏ ହେବ।ଏତକ ତା ଭାଇ ପାଟି ରୁ ଶୁଣି ଖୁସି ରେ ଫୁଲି ପଡିବ।ରାକ୍ଷୀ ଟିକୁ ବାନ୍ଧି ଦେଇ କହିବ ଦିପୁ ରେ ତୁ ଭଲ ମଣିଷ ଟେ ହେବୁ।ଦେଶ ଜାତି ର ସେବା କରିବୁ ।ବାପ ଙ୍କ ପରି ସେନା ବାହିନୀ ରେ ଯୋଗ ଦାନ କରି ଦେଶ ର ସୁରକ୍ଷା କରିବୁ।ସେଥିରେ ରେ ତୋ ନାନୀ ର ଆନନ୍ଦ ।ଆଉ କିଛି ଲୋଡ଼ା ନାହିଁ ମୋର।

ଆଜି ରାକ୍ଷୀ ପୁର୍ଣିମା।ଦିପୁ ତାର ଗାଁ ମାଟି କୁ ଆସିବ।ମାନିନୀ ପିଠା ସଜାଇ ରଖିଛି।ଘରେ କାମ କରୁ କରୁ ଦାଣ୍ଡ ଦୁଆର ମୁହଁ ରେ ଶୁଣା ଗଲା ଗାଡି ର ଶବ୍ଦ।ମାନିନୀ ଦୌଉଡ଼ିଗଲା।ଦେଖେ ତ ଦୁଇ ତିନି ଜଣ ପ୍ୟାଣ୍ଟ ସାର୍ଟ ପିନ୍ଧି ଗାଡି ରୁ ଓଲ୍ହାଇ ପଡିଲେ।ମାନିନୀ ଭାବିଲା ଏମାନେ ତା ହେଲେ ଦିପୁ ର ସାଙ୍ଗ।ଦିପୁ ତାଙ୍କୁ ସାଙ୍ଗ ରେ ଆଣିଛି ତାଙ୍କ ଘର ଦେଖେଇ ନେବାକୁ ହେଲେ ବର୍ତ୍ତମାନ ସେ କିଣିବ କଣ?ସେ ତ ଗୋଟିଏ ରାକ୍ଷୀ କିଛି ପିଠା ରଖିଛି।ଏମାନଙ୍କ ହାତ ରେ ବାନ୍ଧିବ କଣ?ଖାଇବାକୁ ଦେବ କଣ।ମନେ ମନେ ଚିଡି ଉଥିଲା।

କିନ୍ତୁ ଏ କଣ ହେଲା।ମାନିନୀ ର ମୁହଁ କଳା ପଡିଗଲା।ତା ମୁଣ୍ଡ ଘୁରାଇଦେଲା।ସବୁ ଅନ୍ଧକାର ଦେଖା ଗଲା।ତାକୁ ସେହି ବନ୍ଧୁ ମାନେ ଧଳା ଚାଦର ତଳେ ଶୋଇଥିବା ଦିପୁ କୁ ଓଲ୍ହାଇ ଆଣିଲେ।ଠିକ ଏହିପରି ତା ବାପା ଙ୍କ ର ଶବ କୁ ଘର ଅଗଣା ରେ ରଖାଇଯାଇଥିଲା।ଆଉ ମଧ୍ୟ ରଖାଯାଇଥିଲା ତା ମା ର ଶବ ଠିକ ଏହିପରି ମଶାଣି କୁ ନେବା ପୂର୍ବ ରୁ।ମାନିନୀ ଧଳା ଚାଦର ବାହାର କରି ଦେଖେ ତ ଦିପୁ ର ରକ୍ତ ଜୁଡବୁଡ଼ ଶରୀର।ଏଥର ମାନିନୀ ନା କାନ୍ଦି ପାରିଲା ନା ହସି ପାରିଲା।ମୁକ ହେଲା ପରି ଶବ ର ପାଖ ରେ ବସି ପଡ଼ିଲା।ବାପା ମା ଙ୍କୁ ହରାଇଲା ପରେ ଯାହା ମୁହଁ କୁ ଚାହିଁ ସେ ଆଜି ଯାଏ ବଞ୍ଚି ଥିଲା ଶେଷ ରେ ସେ ବି ଚାଲିଗଲା ବହୁ ଦୂରକୁ।ଗାଁ ର ଲୋକ ମାନେ ତାକୁ ଯେତେ ଯାହା କହିଲେ ସେ କିଛି କହିଲା ନାହିଁ କାରଣ ଦିପୁ ର ଶବ କୁ ଦେଖି ତାର ପ୍ରାଣବାୟୁ ଉଡିଯାଇଥିଲା। ଦିପୁ ଆସିବା ବାଟ ରେ ତାର ଗାଡି ଦୁର୍ଘଟଣା ରେ ଚିରଦିନ ପାଇଁ ଆଖି ବୁଝିଦେଇଥିଲା।ଗୋଟିଏ ଜୁହି ରେ ଭାଇ ଭଉଣୀ ଦୁଇଜଣ ମହା ଆନନ୍ଦ ରେ ଶୋଇଗଲେ।ଏ ଦୁଃଖଦ ସଂସାର ରୁ ବିଦାୟ ନେଲେ ଶେଷ ରେ ଅଧା ରହିଗଲା ରାକ୍ଷୀ ବନ୍ଧନ..




ପ୍ରକାଶ ସାହୁ,
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ

Post a Comment

0 Comments