ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ରଖନାହିଁ ମନେ କିନ୍ତୁ - ଜିତେନ୍ଦ୍ର ସାହୁ

ରଖନାହିଁ ମନେ କିନ୍ତୁ - ଜିତେନ୍ଦ୍ର ସାହୁ

ଢାଳନାହିଁ ଆଉ ନିଆଁରେ ଯେ ଘିଅ
ଜଳିଲାଣି ହୁତୁହୁତୁ,
ରଜନୀ ଅନ୍ଧାରେ ରଜନୀଗନ୍ଧାରେ
ରଖନାହିଁ ମନେ କିନ୍ତୁ,,।।
ମହକି ବାସୁଛି ମହୁବି ଝରୁଛି
ସାଇତା ଯଉବନରୁ,
ପାଗଳ ପରାୟ ମହୁମାଛିଟେ ମୁଁ
କାଢନି ତମ ତନରୁ,,।।
ପଡୁନି ପଲକ ଭରୁଛି ପୁଲକ
ଆର୍ଦ୍ର ଅଧର ଛୁଆଁରେ,
ପତଙ୍ଗଟେ ହେଇ ସାଥି ପଡ ଡେଇଁ
ଉଷୁମ ତାତି ନିଆଁରେ,,।।
ଭୁରୁଭୁରୁ ଗନ୍ଧ କରୁଛି ଆନନ୍ଦ
ମିଳନର ଫୁଲ ଶେଯେ,
ପବିତ୍ର ପ୍ରଣୟେ ମିଠା ପାପକରି
(ଚାଲ) ଖୋଜିବା ନିଜକୁ ନିଜେ,,।।




ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

0 Comments