Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ହେ ଈଶ୍ଵର ତୁମକୁ ମୋର ପ୍ରଶ୍ନ - ନିରଞ୍ଜନ ପଣ୍ଡା

ହେ ଈଶ୍ବର,...
ତୁମକୁ ମୋର ପ୍ରଶ୍ନ ?
କାହିଁ ଦିଅ ଜନ୍ମ କାହିଁ ରଖ ଜୀବନ?
ଏ'ତ ମଣିଷ ରୂପି ନର ରାକ୍ଷସ
ଜନ୍ମ ଦେବା କ'ଣ, ନୁହେଁ ତୁମର କି ଦୋଷ ?

ହେ ଈଶ୍ବର .....
ତୁମେ ଦିଅ ଉତ୍ତର...
ସମାଜରେ ଘଟୁଥିବା ବ୍ୟଭିଚାର
କାପୁରୁଷ ମାନଙ୍କ ଅତ୍ୟାଚାର
ପାଇଁ ତୁମେ ନିଶ୍ଚେ ଦାୟୀ ତ ଏଥର?

ହେ ଈଶ୍ବର....
ତୁମକୁ କି ବା ଅଗୋଚର...
ରକ୍ତରେ ହୋଲି ଖେଳୁଥିବା ନର
ପର ନାରୀ ସହ ରତି ମହିଁସାଶୁର
ପରା ଅଂଶ ବିଶେଷ ତୁମ ସୃଷ୍ଟିର ?

ହେ ଈଶ୍ବର.....
କି ବିଚିତ୍ର ସୃଷ୍ଟି ତୁମ ରଚନାର
ଦୋଷୀ ଯାଏ ଖସି ନିଦୋର୍ଷୀକୁ ଫାସୀ
କାମନା ବାସନାରେ ବଳତ୍କାରୀ ପ୍ରିତୀ
ନୁହେଁ ଅବୁଝା ଆଉ ଅଗୋଚର ?

ହେ ଈଶ୍ବର.....
ମୋତେ କ୍ଷମାକର....
ଯଦି କିଛି ହୁଏ ଅନ୍ୟଥା ବିଚାର
କିନ୍ତୁ ଏମାନଙ୍କୁ ନୁହେଁ ଛାଡିବାର
ପାପ ହେବ କ୍ଷୟ,କର ସଂହାର ?

ହେ ଈଶ୍ବର ......
କିଏ ଏ ପାପର ଭାଗିଦାର?
କାହା ପାଇଁ ବିକୃତ ଏ ସମାଜ
ସୃଷ୍ଚି ହୁଏ,ପ୍ରଶ୍ନର ଗନ୍ଥାଗାର
ପ୍ରଶ୍ନ ପିଡ଼ିତାର ହେଲେ ଉତ୍ତର.....?
ହେ ଈଶ୍ବର.....
ତୁମକୁ ମୋର ପ୍ରଶ୍ନ.. ଦିଅ ଉତ୍ତର?
ଦିଅ ଉତ୍ତର? ଦିଅ ଉତ୍ତର?




ନିରଞ୍ଜନ ପଣ୍ଡା,
ଗ୍ରାମ -ପୁରଣ ପଧାନ, ପୋଷ୍ଟ-ଶିଶିଲୋ
ଜିଲ୍ଲା- ଖୋର୍ଦ୍ଧା, ମୋ- ୮୦୯୩୮୯୮୯୮୪

Post a Comment

0 Comments