ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ତୁ ଆଉ ମୁଁ - ସନ୍ତୋଷ ପଟ୍ଟନାୟକ

ତୁ ଆଉ ମୁଁ - ସନ୍ତୋଷ ପଟ୍ଟନାୟକ

ମନ ଉପବନେ ସୁମନ ଟି ତୁମେ
ମୁଁ' ଉପବନ ମାଳୀ
କୋଟି କୋକିଳର କଣ୍ଠସ୍ବର ତୁମେ
ମୁଁ' ଗୁଣୁଗୁଣେଇବା ଅଳି....

ସମୟ ବେଳାରେ ତୁମେ ମୋର ପ୍ରୀତି
ମୁଁ ' ତୁମ ଜୀବନ ଗୀତି
ସକାଳ ସଞ୍ଜରେ ତୁମେ ଦୀପଟିଏ
ମୁଁ ' ତୁମ ପୁରାଣ ପୋଥି....

ଜୀବନ ଆକାଶେ ଚାନ୍ଦ ତୁମେ ମୋର
ମୁଁ ' ଶୀତଳ ଜୋଛନା
ମୁଁ ' ଗୀତ ହେଲେ ସୁର ତାଳ ଲୟେ
ତୁମେ ତ ମୋ ମୁର୍ଛନା....

ହୃଦ ମନ୍ଦିରରେ ଦେବୀ ଟିଏ ତୁମେ
ମୁଁ' ତୁମ ମନ ଦେବତା
ବୁଣି ଦେଇ ପ୍ରୀତି ତୁମେ ଅର୍ଦ୍ଧାଙ୍ଗିନୀ
ମୁଁ' ତୁମ ଜୀବନ ସତ୍ତା....




ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ

1 Comments

  1. ନିରଞ୍ଜନ ପଣ୍ଡାMay 22, 2018 at 1:33 AM

    Beutiful litterature

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।