"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ମାଆ ର ମମତା - ସଦାନନ୍ଦ ସାହୁ

ମାଆ ର ମମତା - ସଦାନନ୍ଦ ସାହୁ

ମାଆ ପରି କେହି ନାହିଁ ଏ ଜଗତେ
ମମତା ର ଗନ୍ତାଘର,
ମାଆ ର ବିକଳ୍ପ ସତେ ଉପହାସ
ଶବଦ ନୁହେଁ ମଞ୍ଜୁର ॥
ଚିର ହାସ୍ୟ ମୟୀ ଚିର ଲାସ୍ୟ ମୟୀ
ମାଆ ପରା ସର୍ବସଂହା,
ଚିରନ୍ତନ ସତ୍ୟ ମାଆ ସ୍ନେହଁ ପ୍ରେମ
ମାଆ କୋଳେ ମିଳେ ରାହା ॥
ଅଜାଚିତପ୍ରେମ ମାଆକରେ ଦାନ
ମନ ରେ ନଥାଏ ଦ୍ୱନ୍ଦ,
ନିଅାରା ସମ୍ପର୍କ କରେନା ବିତର୍କ
ଜାଣେନାହିଁ ସିଏ ଛନ୍ଦ ॥
ଦୁଃଖ ର ସୁଖର ନିଆରା ମଣିଷ
ମଙ୍ଗଳ କାମନା କରେ,
ଵାରମାସେ ତେର ପାଳେ ସେ ବରତ
ଉପବାସେ ଦିନ ସରେ ॥
ମାଆ ଗର୍ଭଧାରୀ ବ୍ରତ ଉପଚାରୀ
ସନ୍ତାନର ସୁଖ ଚାହେଁ,
ଉଦାର ହୃଦୟ ସତରେ ବିସ୍ମୟ
ନିଜପାଇଁ କିନ୍ତୁ ନୁହେଁ ॥
ଆତ୍ମୀୟ ସ୍ଵଜନ ଦିଅନ୍ତି କଷଣ
ମାଆ ତୁଣ୍ଡ ଖୋଲେ ନହିଁ,
ସନ୍ତାନ ର ସୁଖ ତା'ପାଇଁ ଶ୍ରେଷ୍ଟ
ଆଉ କିଛି ଲୋଡା ନାହିଁ ॥
ସଦାହସମୁଖ ହୃଦୟ ରେ ଦୁଃଖ
କହେନାହିଁ କାହାପାଶେ,
ସୁନାର ସଂସାର ତା'ର ସ୍ୱର୍ଗପୁର
ଶୁଏନାହିଁ କେବେ ରୋଷେ ॥
ସନ୍ତାନ ସନ୍ତତି ତା'ନେତ୍ରର ଜ୍ୟୋତି
ଭୁଲି ସେ ପାରେନା କେବେ,
ଥିଲେଯେତେ ଦୂରେ ସଦା ସିଏ ଝୁରେ
ପ୍ରସଂସା ରେ ସିଏ ରବେ ॥
ମାଆ ଚିଂହ୍ନେପେଟ ଏ ନିରାଟ ସତ୍ୟ
ବାହାନା ସେ ଶୁଣେ ନାହିଁ,
ଅର୍ନ୍ନର ପସରା ମାଆ ଦିଏ ପରା
ଊପଵାସେ ଥାଏ ରହି ॥
ଜନ୍ମ ଜନ୍ମାନ୍ତର ମାଆ ର ଆଦର
ପାରିବନି ସୁଜିଋଣ,
ଏ ସୃଷ୍ଟି ର ମହକ ମାଆର କୁହୁକ
ସ୍ନେହଁର ଅଙ୍କୁର ଜାଣ ॥




ସଦାନନ୍ଦ ସାହୁ,
ଧୁରୁସିଆ, କଟକ, ମୋ- ୯୭୭୭୩୬୧୧୭୮

4 Comments

  1. many many thanks for your co-oparation sir

    ReplyDelete
  2. ହୃଦୟ ରୁ ପ୍ରୀତି ଫୁଲ ଅର୍ପଣ କରୁଛି

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।