"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ସେଇ ଛୋଟ ଗାଆଁ ମୋର - ପବିତ୍ର କୁମାର ନାୟକ

ସେଇ ଛୋଟ ଗାଆଁ ମୋର - ପବିତ୍ର କୁମାର ନାୟକ

ଯେଉଁଠି ସକାଳୁ ସୂରୁଜ ହସଇ
ସଂଧ୍ୟାରେ ଝରେ ଶିଶିର
ଓଳି ତଳୁ ଝରି ଛୋଟିଆ ଝରଟି
ପାଲଟେ ସ୍ରୋତ ପ୍ରଖର.!
ସେଇ ଛୋଟ ଗାଆଁ ମୋର.....!

ଯେଉଁ ଗାଆଁ କୋଳେ ଶୀତସାୟଂ କାଳେ
ଚହଟେ ମନ୍ଦିର ବାଟ
ଝାପସା ଅନ୍ଧାରରେ ଆଙ୍କିଦେଇ ଯାଏ
ଗୋଧୂଳି ତା ଚିତ୍ରପଟ..!

ଯେଉଁ ଗାଁ' ବୁକୁରେ କୁଳୁ କୁଳୁ ନାଦେ
ବହିଯାଏ ମିଠା ନଈ
କିଅବା ଗାଇବି ତାହାରି ଗାରିମା
ସେଇ ମୋ ଜନମ ଭୂଇଁ.!

ଯେଉଁଠି ବୈଶାଖେ ମଳୟ ବହିଣ
ଦୂର କରିଦିଏ ତାତି
କିଅବା ବଖାଣେ ଫଗୁଣ ଦେହରେ
ସାତରଙ୍ଗ ପ୍ରଜାପତି.!

ଯେଉଁ ଗାଆଁ ଦେଇ ବହିଯାଏ ନିତି
ପୂରୁବା ଚଇତି ବାଆ
କେତେ ମନ ଲୋଭା ମଳୟ ବସନ୍ତ
ପୂନେଇଁର ମିଠା ଛୁଆଁ.!

ଯେଉଁ ଗାଁ' ମୁଣ୍ଡରେ ଶାନ୍ତ ପରିବେଶ
ଗାଆଁ ଶେଷେ କୋଳା ହଳ
ପୋଖରୀ ତୁଠରେ ଟୁପୁରୁ ଟାପୁରୁ
ସାଥୀ ସଙ୍ଗାତଙ୍କ ମେଳ.!

ଯେଉଁ ଗାଁ' ମାଟିରେ ସୁନାର ଫସଲ
ଉଡୁ ଥାଏ ଫର ଫର
ପାହାଡ଼ ବୁକୁରେ ଶେଫାଳି ଶାଳଯେ
ଦାଣ୍ଡେ ପାରିଜାତ ଝର.!
ସେଇ ଛୋଟ ଗାଆଁ ମୋର.....!

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।