ବିବଶ - ପ୍ରଶାନ୍ତ କୁମାର ସାହୁ

ବିବଶ - ପ୍ରଶାନ୍ତ କୁମାର ସାହୁ

ହସୁଥିଲା ପାହାଡ ସେପାଖେ
ବାଇ ଚଢେଇର ଡେଣା ବଳ କଷିବାକୁ...
ଚାତକର ଗତିବିଧି ଦେଖି ଭାବି ବସେ
ଶିଖରୀର ଦେହ ଲୋଡା ନାହିଁ !
ଘର ଚଟିଆଟେ ପରି
ଟିକି ଥଣ୍ଟ ଆଉ କଣ୍ଠଟିଏ ଲୋଡା ।
ମଧୁବନୀ କାକଳିରେ ତାଳ ଦେଇ
ଗାଇଯିବ ବେସୁରା ଭାବନାର ଗୀତି !
ନଈ ପଠା ସଞ୍ଜବେଳର ଟହଲ
ପାଇଯିବ ମେଘ ଛୁଆଁ ଚାନ୍ଦିନୀର
ଲାଜୁଆ ପରଶ ...
ବାହା ମେଲି ଧରି ନେବ ...
ଛାତିରେ ଛାତି ମିଶାଇ କାନେ କହିଯିବ
ଏଇ ତ ...
ବାସ୍ନା ନେଇ ଆସିଛ ଯେଉଁଠୁ
ଚାଲଯିବା ଫେରି ...
ପାହାଡ ସେପାରିରୁ ବହି ଆସିବା
ନଦୀ ସଙ୍ଗେ ବନ୍ଧୁ ହୋଇ ...!
ଅଙ୍କାବଙ୍କା ଗତି ଯେବେ ଧାଇଁ ପାରେ
ଗଢି଼ବାକୁ ନିୟତିର ସ୍ବପ୍ନ ,
ଡାଳେଡାଳେ ଝୁଲିପାରେ ସବୁଜ ସମ୍ଭାର
ଅନାଗତ ପତନକୁ ଭୁଲି !
ବିବଶ ମୁଁ ...
କେମିତି ପାରିବି ଭୁଲି !
ରାତ୍ରୀର ନିଶବ୍ଦ ପ୍ରହରେ...
ଦିନେ ତୁମେ କହିଥିଲ -
ଯିବ ମୋତେ ଭୁଲି !




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା

0 Comments