Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଏଡସ୍ - ଶୁଭକାନ୍ତ ସାହୁ

ଲଭ୍ ଲଭ୍ ଲଭ ! ହେ ଭଗବାନ୍ ଏଇ ଶବ୍ଦଟା ଏତେ ଭୟଙ୍କର ହେଲାଣି ! ବଳିଗଲାଣି ଆତଙ୍କିତ ଏଡସ୍ ଠାରୁ । କହିଲେ କହିବେ ପାଗଳର ପ୍ରଳାପ କରୁଛି ।ତୁମେ କୁହତ ବିଶ୍ୱ ଆତଙ୍କ ସୃଷ୍ଟିକାରୀ ଏଡସ୍ ଦ୍ୱାରା ଆକ୍ରାନ୍ତ ହୋଇ ମରଣକୁ ହାତ ଠାରି ଡାକୁଥିବା ବ୍ୟକ୍ତି ବିଶେଷ ମାନେ କ’ଣ ଜାଣି ନଥିଲେ ବହୁଜନ ସଂଗେ ଯୌନ ସଂଗମ ରୁ ଏଡସ୍ ହୁଏ ବୋଲି? ତେବେ! ତଥାପି ସେମାନେ ଯାଉଥିଲେ କାହିଁକି ? ଏଡସ୍ ଆକ୍ରାନ୍ତ ସମସ୍ତ ବ୍ୟକ୍ତିବିଶେଷ ଯେ କେବଳ ନିହାତି ମୁର୍ଖ ଅମଣିଷ, ତା’ ନୁହେଁ; ସବୁ ସୁଖ ସ୍ୱଚ୍ଛନ୍ଦରେ ବୁଡି ରହିଥିବା ଧନୀକ ବ୍ୟକ୍ତି ଓ ଉଚ୍ଚ ପଦସ୍ଥ ଅଫିସର ମାନେ ମଧ୍ୟ ଏହାର କବଳରୁ ମୁକ୍ତ ନୁହନ୍ତି । ସ୍ୱଳ୍ପ ସମୟ ପାଇଁ ହେଉ ପଛେ, ସେଥିରେ ରହିଛି ଯୌନ କ୍ଷୁଧା ନିର୍ବାପନର ନିଶ୍ଚିତ ପ୍ରତିଶ୍ରୁତି । ସେଇ ସାମୟିକ ସୁଖକୁ ପାଇ ଭୁଲିଯାଆନ୍ତି ଭବିଷ୍ୟତ ଜୀବନ । ସବୁ ଜାଣି ପାଲଟି ଯାଆନ୍ତି ଅଜଣା ।

ଲଭ୍ ବା ପ୍ରେମ ମଧ୍ୟ ଏଇ ଜାତିର ଅନ୍ୟ ଏକ ରୋଗ । ଏଇ ଦେଖୁନହାନ୍ତି ତ’ର ମୌଳିକ ଗୁଣ ସହିତ ଏହାର ମୌଳିକ ଗୁଣର ଅନେକ ସମଞ୍ଜସ୍ୟ ଅଛି । ତୁମେ କୁହ ତ ପ୍ରେମ କରୁଥିବା ଯୁବକ ଯବତୀ ମଧ୍ୟରୁ କେତେ ପ୍ରତିଶତ ପାଆନ୍ତି ସୁଖ? କେତେ ପ୍ରତିଶତ ଦୁଃଖ? କେତେ ହତାଶ ଆଉ କେତେ ନିରାଶ ? ପ୍ରେମରେ ସାଫଲ୍ୟ ହାସଲ କରୁଥିବ ବ୍ୟକ୍ତିଙ୍କ ସଂଖ୍ୟା ବହୁତ୍ କମ୍ । ସମସ୍ତେ ଜାଣନ୍ତି ପ୍ରେମ ଏକ ଅଜଣା ରାଇଜର ଫଳ; ପାଇବା ପୂର୍ବରୁ ମରଣ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିବ । ତଥାପି କ’ଣ କମୁଛି ଗରୀବ ପୁଅ ଧନୀ ଝିଅକୁ, ଗରୀବ ଝିଅ ଧନୀ ପୁଅକୁ, ଗୋଟିଏ ଜାତିର ପୁଅ ଅନ୍ୟ ଜାତିର ଝିଅକୁ ଭଲ ପାଇବାର ଦୁଃସାହାସିକତା ? ହେ ଭଗବାନ୍! ତୁମେ କୁହତ କାହିଁକି ମଣିଷ ମନରେ ଏମିତି ଏକ ଭାବନା ଦେଇଛ ? ଯେଉଁଥି ପାଇଁ ସବୁ ସୁଖ ସ୍ୱଛନ୍ଦକୁ ଭୁଲି ମଣିଷ ଭାସିଯାଏ ପ୍ରେମ ନଈରେ ? ସତରେ ପ୍ରେମରେ କ’ଣ ଏତେ ସୁଖ ମହଯୁଦ୍ ହୋଇ ରହିଛି !

ନଈକୂଳେ, ପାହାଡ ଉପରେ , ଛାତ ଉପରେ , ବଗିଚାରେ,ବେଡ୍ରୁମ୍ରେ ଏକନ୍ତରେ ଅନେକ ଚିନ୍ତା କରିଛି । ହେଲେ ମୁଁ ଖୋଜି ପାଉନି ଏହାର ପ୍ରତିକାର । ଏ ମଧ୍ୟତ ଏଡସ୍ ପରି ଔଷଧ ବିହୀନ ରୋଗ । ତୁମକୁ ଏତେ ଡାକୁଛି ଏତେ ପୂଜାର୍ଚ୍ଚନା କରୁଛି, ତଥାପି ମୋତେ ଏ ରୋଗରୁ ତ୍ରାହି ମିଳୁନି । ସର୍ପ ଦଂଶନଠୁଁ ଆହୁରି ଅଧିକ ଜ୍ୱାଳାମୟ ପ୍ରେମ ଦଂଶନ । ସେ ଗରଳରେ ଜଳିଯାଉଛି ଦେହ ଆଉ ମନ । ଜାଣିଗଲିଣି ପ୍ରେମ ପଥ କଣ୍ଟକ ମୟ । ତଥାପି ମୁଁ ଏ ପଥର ନୀରବ ପଥିକ । ତା’ ପ୍ରତି ମୋ ମନରେ ରହିଛି ଅହେତୁକ ଦୁର୍ବଳତା । ମୁଁ ଭୁଲି ପାରୁନି ସେଇ ଷୋହଳ ବର୍ଷିୟା ଝିଅଟିକୁ । ଯେଉଁ ଡ୍ରେସ୍ ପିନ୍ଧୁ, ଯେଉଁ ଅବସ୍ଥାରେ ଥାଉ ସେ ମୋତେ ଖୁବ୍ ସୁନ୍ଦର ଦିଶେ । ନ ଦେଖିଲେ ନାଇଁ, ଦେଖି ଦେଲେ ସୃଷ୍ଟି ହୁଏ ଅସମ୍ଭବ ଦୁର୍ବଳତା । ସେଇ ଚାରି ଫୁଟ୍ ଛଅ ଇଞ୍ଚ ଉଚ୍ଚତା ମଧ୍ୟମ ଚେହେରା ର ଗୋରୀ ଝିଅଟି ଠାରେ ମୋର ସମସ୍ତ ଶକ୍ତି ସାହସ ହାର୍ ମାନେ । ତା’ ନାଁ କହିବାକୁ ଇଛା ହୁଏ କିନ୍ତୁ ବଡ ପାଟିରେ କହି ପାରେନି । କାଳେ କିଏ ଶୁଣିନେବ । ଏ ପାଖେ ସେ ପାଖେ ଚାହିଁ ଖୁବ୍ ଧୀରେ କୁହେ ‘ଲିପି’ କିଏ ଶୁଣିନେବ ବୋଲି ଡର ମାଡେ । ତଥାପି ମୁଁ ତା ପାଇଁ ପାଗଳ । ସେ ସ୍ୱପ୍ନରେ ଆସେ ବାରମ୍ବାର । ଗତ କେଇ ମାସ ହେବ ଚିନ୍ତା କରିଛି ତା’ଠୁଁ ଦୂରେଇ ଯିବାକୁ । ହେଲେ ପାରୁଛି କେଉଁଠି? ତାକୁ ଦେଖିଲେ ହୃତ୍ ସ୍ପନ୍ଦନ ବଢିଯାଏ । ଲୋମ ଟାଙ୍କୁରି ଉଠେ । ତଥାପି ମୁଁ ନିରୁପାୟ । ଏଇ କାଲି ସ୍ୱପ୍ନରେ ମୋତେ କାଲି ଯେମିତି କିଏ କହିଲା, “ପ୍ରେମ ମଣିଷ ଠାରୁ ହରିନିଏ ମଣିଷ ପଣିଆ । କ୍ଷକ୍ଟଙ୍ଖର ର ଆକ୍ଷରିକ ଅର୍ଥ ହେଲା “କ୍ଷକ୍ଟଗ୍ଦଗ୍ଦ କ୍ଟଲ କ୍ଷବଙ୍କଶଷ, କ୍ଟଜ୍ଞସଗ୍ଧ କ୍ଟଲ ବସଜ୍ଞ, ଙ୍ଖବଦ୍ଭସଗ୍ଦଷ କ୍ଟଲ କ୍ଟଙ୍ଗଦ୍ଭଗ୍ଦଷସକ୍ଟ୍ର, ରକ୍ଷଙ୍କଗ୍ଦସଙ୍ଖର ୟକ୍ସରବଜ୍ଞ” ଅର୍ଥାତ୍ ଖୁସିର ପତନ, ଲକ୍ଷ୍ୟ ପଥରୁ ବିଚ୍ୟୁତ,ନିଜତ୍ୱ ଉଭେଇଯିବା ଏବଂ ଅପହଞ୍ଚ ସ୍ୱପ୍ନ । ଆଉ ପ୍ରେମର ଅର୍ଥ ହେଲା ପ୍ରେତ ମହଲ । ଯେଉଁଠି ଥରେ ପାଦ ଦେଲେ ଆଉ ଫେରି ହୁଏନା । ନିଜକୁ ମୁକ୍ତି ଦେଇ ହୁଏନା । ଜୀବନ ପାଲଟିଯାଏ ହା-ହୁତାଶ । ସବୁ ବେଳେ ଡରକୁଳା ହେବାକୁ ହୁଏ । ପ୍ରେମ ଏକ ମରୀଚିକା । ପୁଣି ସେଇଚିନ୍ତା ପ୍ରେମ, ଭଲ ପାଇବା ଭିତରକୁ ମୁଁ କାହିଁକି ପଶିଲି ? କେମିତି ପଶିଲି?? ଏଥିରୁ ମୁକ୍ତିର ଉପାୟ କ’ଣ???

ମୁଁ ତାକୁ ଭୁଲିଯାଆନ୍ତିଣି । ହେଲେ ମୁଁ ଯେତେବେଳେ ଦେଖେ ସେ ମୋତେ କେମିତି ଏକ ବଙ୍କିମ ଚାହଣିରେ ଚାହିଁ ରହିଥାଏ । ମୋତେ ଲାଗେ ତା’ ଆଖିର ମୋ ଠାରେ କିଛି ଦାବି ଅଛି । ଆଉ ମୁଁ ଯେତେବେଳେ ତାକୁ ଏକ ପ୍ରେମାତ୍ମକ ଦୃଷ୍ଟି ନିକ୍ଷେପ କରେ ସାନ୍ତ୍ୱନା ପାଇବା ପରି ଫେରିଯାଏ ତା’ ଦାବି ଉପସ୍ଥାପନକାରୀ ନୀଳକଇଁ ଆଖି ଦୁଇଟି । ମୋତେ ଲାଗେ ସତେ ଯେମିତି ସେ ତା’ ଆଖିରେ କହେ ମୁଁ ତାକୁ ସବୁବେଳେ ଏମିତି ଚାହିଁ ରହିଥାଏ । ନାଁ ଆଉ ନୁହେଁ । ମୋତେ ନିଶ୍ଚୟ କିଛି ଗୋଟେ କରିବାକୁ ପଡିବ । ମୁଁ ଯେମିତି ହେଉ ଏ ପ୍ରେମ ରୋଗରୁ ମୁକ୍ତି ପାଇବି । ଏଇ ସଙ୍ଗମାନେ ଶୋଇଛନ୍ତି । ମୁଁ ଏବେ ତା ପାଖକୁ ଚିଠି ଲେଖିବି । ହୋଇଯାଉ ମୋ ଆତ୍ମ ସମ୍ମାନ ନଷ୍ଟ । ତଥାପି ମୁଁ ତାକୁ ଲେଖି ଜଣାଇ ଦେବି, “ତୁ ମୋତେ ଆଉ ଏମିତି କିମିଆଁ ଚାହାଁଣି ରେ ଚାହିଁବୁନି । ଯଦି ବି ମୋତେ ଭଲ ପାଉଥିବୁ ଭୁଲିଯିବୁ, ଘୃଣା କରିବୁ । ତୁ ଘୃଣା କଲେ ହୁଏତ ତୋ ପ୍ରତି ଥିବା ମୋର ଦୁର୍ବଳତା କମିଯିବ ।” ଏମିତି ଭାବି ମୁଁ ଚିଠିଲେଖା ଆରମ୍ଭ କରିଦେଲି । କିଛି ସମୟ ପରେ ହଠାତ୍ ଚିନୁର ନିଦ ଭାଙ୍ଗିଲା । ସେ ମୋତେ ଏ ଯାଏଁ ପଢା ଟେବୁଲ୍ ପାଖେ ଦେଖି ଆଶ୍ଚର୍ଯ୍ୟ ହେଲା । ସେ କହିଲା, “ଆରେ ଯେଉଁ ଟୋକା ଦଶଟାରୁ ସାଢେ ଦଶଟା ଯାଏଁ ପଢା ଟେବୁଲ୍ ପାଖରେ ବସି ପାରନାହିଁ, ଢୁଳେଇ ଢୁଳେଇ ବାରମ୍ବାର ଟେବୁଲ୍ ଉପରେ ମୁଣ୍ଡ ପିଟୁଥାଏ, ସେ ରାତି ଗୋଟାଏ ଯାଏଁ ଲେଖା ପଢା କରୁଛି! ଆରେ କ’ଣ ଲେଖୁଛୁ ଦେଖି ?” ମୁଁ କହିଲି, “ନା, ଏ କିଛି ନୁହେଁ ।” ସେ ମୋଠାରୁ ଛଡାଇ ନେଇ ଦେଖିଲା ଚିଠିଟି । ଏତେ ବେଳକୁ ସବୁ ସାଙ୍ଗ ଉଠି ସାରିଥିଲେ । ସମସ୍ତେ ଏକ ସ୍ୱରରେ କହିଲେ, “ଆରେ ତୁ ବି ଶେଷରେ ଏ ରୋଗର ଶିକାର? ଆମେ ଭାବିଥିଲୁ ଆମେ ସିନା ଛତେରା ବାତେରା ଟୋକା, ଝିଅ ମାନଙ୍କ ପଛରେ ଗୋଡାଇ ଗୋଡାଇ ଏ ରୋଗର ଶିକାର ହେଉ । ହେଲେ ତୋ ଭଳି ଶାନ୍ତ ସୁଧାର ପିଲା ହେଲେ...... ଆରେ ଭାଇ ଆଉ ମୁକ୍ତି ନାହିଁ ଏ ରୋଗରୁ । ବୟସ ହେଲେ ସମସ୍ତଙ୍କୁ ସଂକ୍ରମିତ ହୋଇଯାଏ ପ୍ରେମର ଏଇ ଏଡସ୍ ।




ଗୋପବନ୍ଧୁ ହାଇସ୍କୁଲ,
ପୋଲସରା, ଗଞ୍ଜାମ, ପିନ୍-୭୬୧୧୦
ମୋବାଇଲ୍-୯୮୬୧୭୩୨୨୫୬

Post a Comment

2 Comments

  1. ରୀତା ଅପରାଜିତl ମହାନ୍ତି4/21/2018

    ସମାଜ ସଚେତନତା ସୃଷ୍ଟି କରିବ

    ReplyDelete
  2. SUBHAKANTA SAHU4/23/2018

    thanks madam

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।