OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ସୁଯୋଗ୍ୟ ଦାୟାଦ - ପ୍ରଣତି ମହାପାତ୍ର

ସୁଯୋଗ୍ୟ ଦାୟାଦ - ପ୍ରଣତି ମହାପାତ୍ର

ବୀରପ୍ରସବିନୀ ପୂର୍ଣ୍ଣଗର୍ଭା ଏହି
ଭାରତ ଭୂମିରେ କି ଅବା ନାହିଁ;
ବକ୍ଷରୁ ଅମୃତ ନିଗାଡି ଦେଇଛି
ଯୁଗଯୁଗ ସେ ସନ୍ତାନ ପାଇଁ ।
ମାଟିରେ ପଡିବା ଦିନଠୁ ଆମକୁ
ଦିଅଇ ଖାଦ୍ୟ ଯୋଗାଡି,
ଫଳଫୁଲ ଆଉ କେତେ ବନୌଷଧି
ଆମ ପାଇଁ ଖୋଲି ଦେଇଛି ପେଡି ।
ଜାତି ଜାତି ପନିପରିବା ସାଙ୍ଗକୁ
ଡାଲି, ଶସ୍ୟ ସବୁ ଅଜାଡି ଦିଏ,
ସୁଶୀତଳ ଝରଣାର ଜଳବିନ୍ଦୁ
ଅମୃତର ସମ ପିଆଉ ଥାଏ ।
ଗିରି, ବନ ଝର ଅପରୂପ ଶୋଭା
ତା ମଧ୍ୟେ ସାଇତା ରତ୍ନଭଣ୍ଡାର,
ସ୍ନେହମୟୀ ସିଏ ମାଟି ମାଆ ଆମ
ସରି ନୁହେଁ କେହି ତା ସାଥୀର ।
ଆଜି ଭୁଲି ଯାଉ ମାଟି ମାଆ ଦାନ
ପୁଣି ନିର୍ଯ୍ୟାତନା ଦେଉ,
ପାଶ୍ଚାତ୍ୟ ର ମୋହ ଧନ ଲାଳସାରେ
ମମତାକୁ ଭୁଲିଯାଉ ।
ଜାଣି ମାରୁ ନିଜ ଗୋଡରେ କୁରାଢୀ
କରିଯାଉ ନିଜ କ୍ଷତି,
ଭୁଲିଯାଉ ସେହି ମମତାର ଡାକ
ପରମ୍ପରା ଓ ସଂସ୍କୃତି ।
ଦୁର୍ଦ୍ଦିନର ସାମ୍ନା କରିବା ଆଗରୁ
ସୁଦିନର ଚିନ୍ତା କରିବା,
ମା'ର ଗୌରବ ମାଟିର ମହତ
ଭାଷାର ବିକାଶ କରିବା ।
ହାତେ ହାତ ରଖି କାନ୍ଧେ କାନ୍ଧ ଦେଇ
ସଭିଏଁ ଶପଥ କରିବା,
ଗୋଟିଏ ମାଆର କୋଟିଏ ସନ୍ତାନ
ଗର୍ବରେ ଆମେ କହିବା ।
ଓଡ଼ିଶାର ଟେକ ରଖିବା,
ଓଡ଼ିଆ ବୋଲି ଛୋଟ ନ ଭାବି
ଓଡ଼ିଶାର ଗୁଣ ଗାଇବା ।
ବୀରପ୍ରସବିନୀ ଭାରତ ମାଆର
ସୁଯୋଗ୍ୟ ଦାୟାଦ ହୋଇବା ।
(ପ୍ରେମ ପ୍ରଣତି - ୭୯)




ପ୍ରଣତି ମହାପାତ୍ର, ବାଲେଶ୍ୱର

0 Comments