"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଓଡ଼ିଆ ଆମେରେ ଓଡ଼ିଆ ଆମ ଭାଷା - ସନ୍ତୋଷ ପଟ୍ଟନାୟକ

ଓଡ଼ିଆ ଆମେରେ ଓଡ଼ିଆ ଆମ ଭାଷା - ସନ୍ତୋଷ ପଟ୍ଟନାୟକ

ଓଡ଼ିଆ ଆମେରେ ସବୁରି ଆଗେ
ଉର୍ଦ୍ଧେ ଆମରି ମଥା
ଗରବେ କହିବା ଓଡ଼ିଆ ଆମେରେ
ଓଡ଼ିଆ ମୋ ମାତୃଭାଷା.....

ଆମରି ଠାକୁର ଜଗତର ନାଥ
ସରଗ ସେ' ମହୋଦଧି
ଉତ୍କଳ ଜନନୀ ପାଦଧୌତ କରେ
ସରିତ ସେ' ମହାନଦୀ....



ଆମରି ମାଟିର ଭଞ୍ଜ , ଗୋପବନ୍ଧୁ
ଦୟାଦ ଆମେ ତାଙ୍କରି
ବାଜିଆ ରକତ ବହୁଛି ଏ ଦେହେ
ହେବରେ କେ ଆମସରି....

ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ
ନୂଆଁଇଛି ତାର ମଥା
ଜଗତ ଜାଣିଛି ତୁମେ' ବି ଜାଣିଛ
ଏଇ ଇତିହାସ କଥା....



ମଧୁଗନ୍ଧ ଛୁଟେ ମାଟିରୁ ଆମରି
ସ୍ନେହ ବୋଳା ଆମଭାଷା
ଭଗ୍ନ କୋଣାରକ ଗର୍ବେ କୁହେ ଆଜି
ଆମ କିରତୀର ଗାଥା....

ଗରବେ କହିବା ଓଡ଼ିଆ ଆମରେ
ଓଡ଼ିଆ ଆମ ଭାଷା
ଡ଼ରିବାନି କେବେ ନୂଆଁଇକି ମଥା
ହଉ ସେ' ପରାଣ ବ୍ୟଥା....

0 Comments