"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଖୋଜୁଛି ମୁଁ ସେଦିନକୁ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଖୋଜୁଛି ମୁଁ ସେଦିନକୁ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ


ଖୋଜୁଛି ମୁଁ ସେଦିନକୁ..
ଯେଉଁଦିନ ମୁଁ ମାଆର ପଣତରେ
ଲୁଚି ଯାଉଥିଲି ନିଃଶବ୍ଦ ଅନ୍ଧାରର ଭୟରେ,

ଖୋଜୁଛି ମୁଁ ସେଦିନକୁ..
ଯେଉଁ ସନ୍ଧ୍ୟାରେ ଜେଜେମା'ର
ପିଠି ଥାପୁଡା ତାଳରେ
ଶୁଣୁଥିଲି ସାଧବପୁଅର ସାତଦରିଆପାରି କଥା,
ଅବା ସାହାଡ଼ା ସୁନ୍ଦରୀର ବାହା ବୃତାନ୍ତ,

ଖୋଜୁଛି ମୁଁ ସେଦିନକୁ..
ଯେଉଁଦିନ ନଟିଆ ନନା ସାଙ୍ଗେ
କଣ୍ଟା ଗଇଁଠା ନେଇ ଆମ୍ବତୋଟାରେ
ସ୍ୱାଗତିବାକୁ ବସନ୍ତ୍ରର ମଳୟକୁ,

ଖୋଜୁଛି ମୁଁ ସେଦିନକୁ..
ଯେଉଁଦିନ ବାପାଙ୍କ ଡ଼ରରେ
ଯାଉଥିଲି ଧାନ ବୋଝ ମୁଣ୍ଡେଇ
କାଳିଆ କଷରାଙ୍କ ପଛେ ପଛେ
ଶିଖିବାକୁ ବଞ୍ଚିବାର ରାହା,

ଖୋଜୁଛି ମୁଁ ସେଦିନକୁ..
ପୁନିଅଁ ପରବର ସାଙ୍ଗସାଥି ମେଳ
ନଈପଠା ଡାଳମାଙ୍କୁଡ଼ି ଖେଳ
ପୁଣି ଝୁରୁଛି ସେ ସ୍ନେହ ପ୍ରୀତି
ଆଉ ମରିଯାଇଥିବା ଆତ୍ମୀୟତାକୁ ।

9 Comments

  1. ପବିତ୍ର କୁମାର ନାୟକApril 7, 2018 at 6:31 PM

    ହୃଦୟସ୍ପର୍ଶୀ ଲେଖା, ଅତୀତ ଫେରିବନି ସତ ! ଖୁବ୍ ଚମତ୍କାର ସୃଷ୍ଟି ଆପଣଙ୍କର ।

    ReplyDelete
  2. ଶୁଭକାନ୍ତ ସାହୁApril 7, 2018 at 11:44 PM

    ସତରେ ଅପହୃତ ଶୈଶବ ଆଜି ଅବର୍ତ୍ତମାନରେ ବି ଖୁବ୍ ଆତ୍ମୀୟ ଲାଗେ।ତାକୁ ଝୁରିବାରେ ବି ସ୍ବତନ୍ତ୍ର ଆନନ୍ଦ

    ReplyDelete
  3. ସତରେ ସେ ଦିନ ଗୁଡାକ ଖୁବ ସୁନ୍ଦର ! ବେଳେ ବେଳେ ଇଚ୍ଛା ହୁଏ ଫେରି ଆସନ୍ତାକି ସେ ଦିନ ଗୁଡାକ !! ହୃଦୟଟା ଖୁବ ଆନ୍ଦୋଳିତ ହୋଇ ଉଠେ... ନା ଅଛି ସେ ଆତ୍ମୀୟତା..? ନା ଅଛି ସେ ବାସନା..??

    ReplyDelete
  4. - ହୃଷୀକେଶ ପାଢୀ,ବୋଳକଣା, ଡେଲାଙ୍ଗ, ପୁରୀ।April 8, 2018 at 10:05 AM

    ବହୁତ ସୁନ୍ଦର ଭାବାବେଗ ର କବିତାଟିଏ ।
    ଧନ୍ୟବାଦ ।
    ଶୁଭ ଅଭିନନ୍ଦନ ଜ୍ଞାପନ ।

    ReplyDelete
  5. ଆପଣଙ୍କୁ ସାରସତ୍ଵ ପ୍ରଣାମ ଓ ଅଭିନନ୍ଦନ

    ReplyDelete
  6. ସସ୍ମିତା ନାୟକApril 8, 2018 at 5:50 PM

    Sundar lekha

    ReplyDelete
  7. ସିଦ୍ଧେଶ୍ଵର ତ୍ରିପାଠୀApril 9, 2018 at 8:44 PM

    abhula atita feribani hele pagala e mana abujhaa hue sei sruti khaali niti kuhulaae amaaniaa aakhi luha jharaae

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।