Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତୁମେ ଥିଲ ଆମ ଗର୍ବ ଗୌରବ - ଗୋପାଳ ଚନ୍ଦ୍ର ସାଓ

ଆସିବକି ଆଉ ଥରେ
ହେ ପ୍ରବାଦ ପୁରୁଷ
ଗଢି ଦେବ ନିଜ ହାତେ
ଏ ଓଡିଶା ପ୍ରଦେଶ
କେହି ଏଠି ଭାବୁ ନାହିଁ
ଓଡିଶାକୁ ନିଜର
ଭାଷଣରେ ମିଠା କଥା
ହେଲେ ମିଳେ ଜହର
ତୁମେ ଏକା ବର ପୁତ୍ର
ଥିଲ ଏଇ ମାଟିର
ବିଶ୍ୱ ଦରବାରେ ଛାପ
ଛାଡି ଗଲ ଜାତିର
ରଚି ଗଲ କେତେ କୀର୍ତ୍ତୀ
ରାଜନୀତି ପୃଷ୍ଠାରେ
ବଂଚିଛ ବଂଛିବ ତୁମେ
ଓଡ଼ିଆଙ୍କ ହୃଦରେ
ଓଡିଶାରୁ ଇଣ୍ଡୋନେସିଆ
ଖୋଜେ ଆଜି ତୁମକୁ
ପାଇ ତୁମ ପାଦ ଚିହ୍ନ
ଗର୍ବ ଲାଗେ ଆମକୁ
ତୁମ ଜୟନ୍ତୀରେ ଆମେ
ଭକ୍ତି ଦୀପ ଜାଳି
ବାଢି ଦେଲୁ ଭକ୍ତି ଫୁଲ
ଘେନ ଶ୍ରଦ୍ଧାଞ୍ଜଳି



ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ

Post a Comment

0 Comments