"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ଉର୍ବରା ଚିଲିକା - ପ୍ରଶାନ୍ତ କୁମାର ସାହୁ

ଉର୍ବରା ଚିଲିକା - ପ୍ରଶାନ୍ତ କୁମାର ସାହୁ

କଳିଙ୍ଗ ଗୌରବ ପ୍ରକୃତି ବୈଭବ
ଧନ୍ୟା ଆହ୍ଲାଦୀ ଚିଲିକା,
ତୁମେ ଇତିବୃତ୍ତ ଆହ୍ନିକ ଆସ୍ବାଦ
ଉଡ୍ରପୁତ୍ର ଜୀବନଦା ।

ଉତ୍କଳ କଳିତା ମରାଳ ଭୂଷିତା
ପିନ୍ଧା ନୀଳିମ ଇଷିକା
ସାଗର ତନୁଜା ଉର୍ମି କଲ୍ଲୋଳିତା
ଦ୍ବୀପ ଦେହୀ ରତ୍ନଗର୍ଭା ।



ଆଜୀବ୍ୟ ସମ୍ଭବା ନିଃସ୍ବ ର ବାହାବା
ସୌଭାଗ୍ୟର ଗୋସାମଣୀ ,
ଭାବୁକ ଦର୍ପକ ପଥିକ ସଉକ
ତୁମ ଝିଲିମିଲି ଠାଣୀ ।

ଘନ ନୀଳ ଜଳ ଲୋଳିତ ମରାଳ
ଭେଳିଭେଳି ମୀନ ଖେଳ ,
ଟିଟ୍ଟିଭ ଛଟକ ବଗୁଲୀ କଟାକ୍ଷ
ଅଭୁଲା ଫୁଲରି କୂଳ ।



ଓଡିଶା ଶୋଭାଙ୍ଗୀ ଚାରୁ ନୀଳକାନ୍ତି
ତୁମେ ରଞ୍ଜିତା ରଚିକା ,
ସର୍ବ କୁଶଳିନୀ ଅଭୟ ଦାୟିନୀ
ନମେ ଉର୍ବରା ଚିଲିକା ।




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋରଧା

1 Comments

  1. ଦୀଲ୍ଲିପ କୁମାର ନାୟକMarch 24, 2018 at 3:03 PM

    ସାର ବହୁତ ବଢିଆ ହେଇଛି ା ସୁପ୍ରଭାତ ସାର୍

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।