OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ସ୍ମୃତିରେ ସୁଲଗ୍ନା - ସୀମାଞ୍ଚଳ ରଣା

ସ୍ମୃତିରେ ସୁଲଗ୍ନା - ସୀମାଞ୍ଚଳ ରଣା

ତୁମେ ଯଦି ମୋର ସେଇ ସ୍ମୃତିରେଖା,
ଆସ ଆସ ମୋ ସପନେ ।
ଏବେବି ଫଗୁଣ ଅଳ୍ପରେ ଚାହିଁଛି,
ରଙ୍ଗଭରା କିଛି ଯତନେ ।
କିଛି ଫଗୁଣ ରଂଗହୀନ ହୋଇ,
ଅଶ୍ରୁଧାରେ ଧୋଇ ଯାଇଛି ।
ବଳକା ଲୁହ ଜକଜକ ହୋଇ,
ଆଖି କୋଣେ ଘର କରିଛି ।

ନିସ୍ୱ ଆଜି ମୁହିଁ ତୁମରି ପ୍ରେମରେ,
ହୃଦୟ ନେଇଛ ଲୁଟି ।
କହିବାକୁ ସାଥି କେତେ କଥା ଥିଲା,
ଆରମ୍ଭେ ରଖିଲ କଟି ।
ମୁଁହ ମୋଡ଼ିଦେଲ ମୋତେ ଯେବେ,
ମୋ ଆଖିକୁ ନଥିଲା ନିଦ ।
ସ୍ମୃତି ବୋଲି ଯେବେ ସବୁ ବଖାଣିଲି
ସବୁ ହେଲା ଅପବାଦ ।



କାହିଁକି କେଜାଣି ମୋ ଅନ୍ତର ଆତ୍ମା,
ଆଜିବି ତୁମକୁ ଚାହିଁଛି ।
ଭୁଲିଗଲାପରେ ତଥାପି ଏ ମନ,
ନିତି ଯେ ତୁମକୁ ଝୁରୁଛି ।
ଆଖି ଆଗେ ମୋର ନାଚି ଯାଉଛି ଗୋ,
ତୁମରି ସେ ରୂପକାନ୍ତି ।
ଲୁହ ସବୁ ଦେଖ ଅମାନିଆ ହୋଇ,
ଓଠକୁ ଦିଅନ୍ତି ଶାନ୍ତି ।

ଜୀବନ ମୋହର କେତେ ହତଭାଗ୍ୟ,
ପରଖି ପାରୁନି ସତେ ।
ହିସାବ ରଖିନି ସବୁ ଯନ୍ତ୍ରଣା ର,
ଲାଭ କେତେ କ୍ଷତି କେତେ ?
ଯେବେ ଲୁଟିଗଲ ହୃଦୟ କୁ ମୋର,
ଲାଗିଲାନି କିଛି ଭୟ ।
ସ୍ମୃତି ସବୁ ଯେବେ ମୁହୂର୍ତ୍ତେ ଦିଶିଲେ,
ବୁକୁ ହେଲା ଅସହାୟ ।
ହାୟ!ପ୍ରିୟତମା ଏହି କି ଛଳନା,
କି କାରଣେ ଏତେ ଯନ୍ତ୍ରଣା ।
ସରିନଥିଲା ମୋ ପହିଲି ସପନ,
ଭୁଲିଗଲ କାହିଁ ସୁଲଗ୍ନା ।






ସୀମାଞ୍ଚଳ ରଣା (ପୂଜକ-ଶ୍ରୀ ଶ୍ରୀ ଶ୍ରୀ ଯଜ୍ଞଶ୍ୱର ମହାଦେବ ମନ୍ଦିର ଏବଂ ପ୍ରତିଷ୍ଠାତା-ପୁଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ-ଭୁବନେଶ୍ୱର)
କୁର୍ତ୍ତମଗଡ଼, କନ୍ଧମାଳ

0 Comments