ଶାନ୍ତ ସରଳ ମୁଁ ସାନ୍ତାଳ - ଗୋପାଳ ଚନ୍ଦ୍ର ସାଓ

ଶାନ୍ତ ସରଳ ମୁଁ ସାନ୍ତାଳ - ଗୋପାଳ ଚନ୍ଦ୍ର ସାଓ

ପ୍ରକୃତିକୁ ପୂଜା କରେ
ଦୁଃଖ ଠାରୁ ଥାଏ ଦୁରେ
ସ୍ୱଭାବେ ଶାନ୍ତ ସରଳ
ଜାତିରେ ମୁଁ ସାନ୍ତାଳ...

ମାଟି ସାଥେ ଲଢ଼ି ଲଢ଼ି
ସ୍ବପ୍ନ ମୋର ଥାଏ ଗଢି
କ୍ଷେତ ଡାକେ ଆ ଚଞ୍ଚଳ
ଜାତିରେ ମୁଁ ସାନ୍ତାଳ...


ଚାଳଛପର ମାଟି ଘର
ସାଥି ମୋର ଧନୁତୀର
ସତ୍ୟ ଅହିଂସା ମୋ ବଳ
ଜାତିରେ ମୁଁ ସାନ୍ତାଳ...

ଖାଏ ମୁଁ ପଖାଳ ହାଣ୍ଡିଆ
ଜାହିରାରେ ମାରେ ମୁଣ୍ଡିଆ
ଶୋଷ ହେଲେ ଖାଳ ଜଳ
ଜାତିରେ ମୁଁ ସାନ୍ତାଳ...


ହାତରେ କୋଦାଳ ଧରେ
କଠିନ ପରିଶ୍ରମ କରେ
ଦେହରୁ ବୁହାଇ ଝାଳ
ଜାତିରେ ମୁଁ ସାନ୍ତାଳ...

ସାରନା ଧରମ ମୋର
ପାଇଛି କୃପା ଅପାର
ସେ କୃପା ଦିଏ ବଳ
ଜାତିରେ ମୁଁ ସାନ୍ତାଳ...


ଆଦିମ କାଳ ରୁ ଜାଣି
ପ୍ରକୃତିକୁ ଠାକୁର ମଣି
ଜଗିଛି ବଣ ଜଙ୍ଗଲ
ଜାତିରେ ମୁଁ ସାନ୍ତାଳ...



ଗୋପାଳ ଚନ୍ଦ୍ର ସାଓ, ଦେଉଳି, ବାରିପଦା, ମୟୂରଭଞ୍ଜ
ମୋ- ୯୯୩୭୦୪୬୯୯୮

1 Comments

  1. DALURAM SINGH jamdiha Devkund MbjMarch 14, 2018 at 12:51 AM

    ସୀନ୍ତାଳ ମାନଂକ ଉପରେ ଲେଖିଥିବା କବିତା ଅତ୍ୟନ୍ତ ଉଚ୍ଚ କୋଟୀର
    ବହୁତ୨ ଧନ୍ୟବାଦ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।