Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ବାପା ! ଆସ ତୁମେ ଫେରିଆସ - ବଲବନ୍ତ ସାହୁ

ବାପା..
ଚାଲିଗଲ ନା ଏକା ଏକା...
ହେଲେ..
ତୁମ ବିଚ୍ଛେଦର ନିଆଁ
ଆଜି ବି ଜଳୁଛି
ହୁତୁ ହୁତୁ ହୋଇ
ଠିକ୍ ସେ ଦିନ ପରି...
ଯେଉଁଦିନ,
ରାମ ନାମ ସତ୍ୟ ହେ..
ହରି ନାମ ସତ୍ୟ ହେ..
ଏମିତି କିଛି ଶବ୍ଦର ତରଙ୍ଗ ସହ
ଚାଲିଯାଉଥିଲ ବେଦରଦୀ, ହୃଦୟହୀନ
ପୁଣି ମୁକ ବଧୀର ମଣିଷଟେ ପରି
ବାପାର ପରିଚୟକୁ କାହା ହାତରେ ସମର୍ପି ନ ଦେଇ
ଆମ ଏଇ ଘରସାମ୍ନା ଦୁଆର ଠାରୁ ନଈତୋଟାର ମଶାଣି ଅଭିମୁଖେ
ଠିକ୍ ଗାଁ' ଦାଣ୍ତର ମଝି ମଝି..

ନା....
ଲିଭୁନାହିଁ ଏ ନିଆଁ
ବରଂ ଦିନକୁ ଦିନକୁ ବଢିଚାଲୁଛି..
ଆଉ ଏ ନିଆଁର ଝାସରେ ଝାସରେ...
ତରଳି ଯାଉଛି ମୋ କଠିନ ହୃଦୟ
ଠିକ୍ ହିମାଳୟର ବରଫ ପରି..
ଆଉ..
ଧାର ଧାର ହୋଇ ବହିଯାଉଛି..
ମୋ ହୃଦୟର ସ୍ମୃତି ସବୁ ଲୁହ ଲହୁ ହୋଇ...

ନା....
ରୋକିପାରୁନି.. ମୁଁ..
ଆଉ ପାରିବିନି ମଧ୍ୟ...
ଏମିତି ଏଇ ସ୍ୱାର୍ଥପର ଦୁନିଆର
ଭଦ୍ରମୁଖା ପିନ୍ଧା କିଛି ମଣିଷର ମିଛ ଆଶ୍ୱାସନାରେ
କିଛି ସାହାର୍ଯ୍ୟ ସହଯୋଗରେ..
କିଛି ମିଠା ମିଠା କଥାରେ..
ପୁଣି କିଛି ମିଛର ସ୍ନେହ ଶ୍ରଦ୍ଧା ଛିଟାରେ..
ମୁଁ ପାରିବିନି ରୋକି..
ଯଦି ଚାହୁଁଛ..
ରୋକିବାକୁ...
ବାନ୍ଧିବାକୁ ବନ୍ଧ..
ଏ ଚିରସ୍ରୋତା ଲୁହ ନଈରେ..
ଆସ..! ଆସ ତୁମେ ଫେରିଆସ
ଠିକ୍ ପୂର୍ବ ପରି ମୋ ବାପା ହୋଇ..
ସେ ଏ ଜନ୍ମରେ ହେଉବା ଶତଜନ୍ମରେ ବି ହେଉ...
କିନ୍ତୁ... ଆସ..! ଆସ ବାପା ।
ଆସ ତୁମେ ଫେରିଆସ.....
ତୁମ ଅପେକ୍ଷାରେ..ମୋ ବିଶ୍ୱାସ..

Post a Comment

0 Comments