ଭାଷା ଓ ଜୀବନ - ପ୍ରଶାନ୍ତ କୁମାର ସାହୁ

ଭାଷା ଓ ଜୀବନ - ପ୍ରଶାନ୍ତ କୁମାର ସାହୁ

ସପନ ତୁ ରହିଯା'ରେ ଆଶାର ଦୁଆରେ
ଭାରି ଭାରି ଆଖି ମୋର ସେନେହ ମନ୍ଦିରେ,
ପାରିଛି ପଣତ ମାଆ ମମତା ଦାଣ୍ଡରେ
ଯିଏ ଯେତେ ନେଇ ଯାଉ ମନଭରି ଥରେ ।

ଚୁନିଚୁନି ଶବଦରେ ମାଖି ଦିଅ ହୃଦ
କଳରବେ ନାଚିଯିବ ତୁମ ଚଉହଦ ,
ପଞ୍ଚାଙ୍ଗରେ ଦିବ୍ୟଭାବ କରି ଆଲେପନ
ମାତୃଭାଷା ରସେ ଦେଖ ଝୁଲଇ ଭୂବନ ।


ଭୂଚକ୍ରରେ ଯହିଁ ଶୁଣ ମାତୃଭାଷା ସ୍ବର
ଘନଘନ ମନରେଖା ଗାଇବ ସତ୍ତ୍ବର ,
ଦେବନା ବିହିନ ହୃଦ ଖୋଜେ ବିଶ୍ବାସକୁ
ଭୂମାନନ୍ଦ ଖେଳେ ଯହିଁ ଆଚରି ମାତାକୁ ।

ଆସ ଆସ ମାତା ପାଶେ ଯିବା ସର୍ବେ ଧାଇଁ
ନ ଦେଖି ବିଚାରୀ କାଳେ କାନ୍ଦୁଥିବ ଚାହିଁ ,
ଦେଖି ଉଠାଇବ ହାତ ଓଠେ ଥିବ ହସ
ଗୁଲୁଗୁଲୁ କଥା କହି ପ୍ରକାଶିବ ରୋଷ ।


ମହାନନ୍ଦ ସେଇ ସ୍ବରେ ଧରାରେ ଅପୂର୍ବ
ତ୍ରିଦେବ ସେ ଚରାଚରେ ଭୁଲେ କେଉଁ ଜୀବ ,
ତା' ମହିମା ତୁଣ୍ଡେ ଥାଉ ଅମର ସେ କୀର୍ତ୍ତି
ମାତୃଭାଷା ବିନା କିବା ମିଳଇ ମୁକତି ।



ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା

4 Comments

  1. ଖୁବ୍ ସୁନ୍ଦର କବିତା ଟିଏ ଲେଖିଛନ୍ତି ଆପଣ ।

    ReplyDelete
  2. ମଧୁସ୍ମିତା ନାୟକMarch 12, 2018 at 4:45 AM

    Bahut sundar kabita ...

    ReplyDelete
  3. Prasanta Kumar SahuMarch 12, 2018 at 12:29 PM

    ଧନ୍ୟବାଦ ପବିତ୍ରବାବୁ

    ReplyDelete
  4. Prasanta Kumar SahuMarch 12, 2018 at 12:31 PM

    ଧନ୍ୟବାଦ ମ୍ୟାଡାମ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।