OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କନ୍ୟାରତ୍ନ - ଗୌରାଙ୍ଗ ଚରଣ ବେଉରା

କନ୍ୟାରତ୍ନ - ଗୌରାଙ୍ଗ ଚରଣ ବେଉରା

ପାଦ ଚିପି ଚିପି ବେଦୀକୁ ଆସଇ
ମନ ଖୋଲିଦେଇ ବଧୂ,
ପ୍ରତୀକ୍ଷାର ଅନ୍ତ ସରିଯାଏ ବୋଲି
ତନୁ ଝରେ ପ୍ରେମ ମଧୁ ॥

ଉପମା ମନ୍ଦିରେ ବଧୂ ବେଶ ସାଜି
ସାଜିଅଛି କାମଦୀପ୍ତା,
ଅଳକା ପୁରୀର ସତେ ରାଜଜେମା
ମନଲୋଭା ଅପରୂପା ॥



ସାହାନାଇ ସ୍ୱରେ ମଦିରା ଭରଇ
ଯୈାବନ ଉଈ ହୁଂକାରେ,
ଶ୍ଳୋକେ ଶିହରଇ କାମନା ଜୁଆର
ହାତ ପରଶ ନିଆଁରେ ॥

ହାତଗଣ୍ଠି ନୁହେଁ ବନ୍ଧନ ସୂତ୍ର ସେ
ବିଧାତା ଦରବାରରେ,
ବିବାହ ବନ୍ଧନ ବହନର ସୂତ୍ର
ଲେଖା ଆର୍ଯ୍ୟ ଚଳନୀରେ ॥



ହରାଇ ଦେଇଣ ବାଲିଘର ଖେଳ
ଗ୍ରାମଦାଣ୍ତ ବାଲୁକାରେ,
ହଜିଯିବ ସିଏ ଅଜଣା ରାଇଜେ
ଅଜଣା ବଂଶ ବଳୟେ ॥

ତୋଳିବ ସେ ଯାଇ ନୂଆ ନୀଡଟିଏ
ସହି କେତେ ଝଡଝଂଜା,
ଆବୋରି ନେଇଣ ଅସହ୍ୟ ବେଦନା
ପାଳିବ ବନ୍ଧୁ ପରଜା ॥



କନ୍ୟାରତ୍ନ ସିଏ ସଭିଏଁ ଜାଣି ବି
ମାୟାମୋହ ମଦ ମାଂସେ,
ଅବିଚାରେ ତାର କୁଯଶ ଗାଇଣ
ଦଣ୍ତିଥାଉ ଅପଯଶେ ॥

ନିଜର କନ୍ୟା ଯେ ଅନ୍ୟ ଘରେ ବଧୂ
ଏହା ଚିରନ୍ତନ ସତ୍ୟ,
ଭୂଲିଯାଉ ଆମେ ମାୟା ବନ୍ଧନରେ
ଅହଂ ବଶେ ନିତ୍ୟ ନିତ୍ୟ ॥



ବଧୂକୁ ମଣିଲେ ନିଜର କନିଆଁ
ଘର ହୋଇବ ବୈକୁଣ୍ଠ ,
କନ୍ୟାକୁ ମଣିଲେ ନିଜ ପୁତ୍ର ବଧୂ
ଚାଲିବ ସଂସାର ରଥ ॥




ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ଵିଦ୍ୟାଳୟ, କୁଲିଆମାଲ

2 Comments

  1. ଅତ୍ୟନ୍ତ ଇପଯୋଗୀ ଖୁବ ଭଲ ଲାଗିଲା ପାଠ କରି କବିତା ଦୁଇଟି
    ଅତୃପ୍ତ ଆତ୍ମା ଶାନ୍ତି ମିଳିଲା ହୃଦୟରୁ ଅଭିନନ୍ଦନ କରୁଛି

    ReplyDelete
  2. ହେମନ୍ତ କୁମାର ବରାଇMarch 24, 2018 at 8:32 PM

    ବହୁତ ସୁନ୍ଦର ରଚନା,ଆନ୍ତରିକ ଅଭିନନ୍ଦନ,ଆଗକୁ କବିତା ଗୁଡିକ ସରସ ସୁନ୍ଦର ହେଉ ଏହାହିଁକାମନା

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।