OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ଲୁଚାଚୋରା - ପ୍ରଶାନ୍ତ କୁମାର ସାହୁ

ଲୁଚାଚୋରା - ପ୍ରଶାନ୍ତ କୁମାର ସାହୁ

ଏଇତ ଆସି ଚାଲିଗଲା...
ଦେଇଗଲା କାଣିଚାଏ ଯେ
ଆଉ ଟିକେ ପାଇବାର ଲାଳସାରେ
ପାଷାଣ ଦେହରେ
ସ୍ପନ୍ଦନର ଝଙ୍କାର ଖୋଜୁଛି ।
ସେ ଏମିତି ଆସେ
ଦୁଃଖର ଅନ୍ଧାରୀ ଗୋହିରି ଦେଇ...
ଉଚ୍ଛ୍ବାସିତ ଚେତନାର ଥାଟପାଟ ସହ
ସ୍ମୃତିର ରୋଶଣୀ ଧରି
ଦୁଃଖର ଗାଁରେ !
କିଛି ଗୋଟେ ଗଢିଦିଏ
ଦୁଃଖରେ ଆଶରାଟିଏ ପାଇଯିବାକୁ,
ଭୁଲି ଭୁଲାଇବାର
କାନକୁହା ସଞିବନୀର କୋଳାହଳରେ
ଲୁଚିଯାଏ ଯେ...!

ଖୋଜିଖୋଜି ପହଁଞ୍ଚିଯାଏ ଦୁଃଖର
ଅଗନାଅଗନି ବନସ୍ତ ଭିତରେ
କୁଆ କୋଇଲିର ହିସାବ ବୁଝିବାକୁ,
ଆଶାର ଖାଲି ପାଦ ଜର୍ଜରିତ
ଚାଲିବାର ପ୍ରୟାସରେ...
ଯେବେ ଉଙ୍କିମାରେ ସପନଆଡେ
କଥାଦେଇ ଚାଲିଯାଏ ସେ...
ଖାଲି ରହିଯାଏ ଏକାଏକା
ଛିଣ୍ଡାଖିଅରେ ଗଣ୍ଠିପକାଇବାକୁ,
ଦୀର୍ଘଶ୍ବାସର ଲକ୍ଷ୍ମଣରେଖାଟିଏ ଟାଣିଦିଏ
ମନକୁ ଟାଣକରି ଯେ
ଛନ୍ଦିହୋଇଯାଏ ବୁଢିଆଣୀ ଜାଲପରି,
ଆଉ ଦେଖୁଥାଏ ଦୁଃଖସୁଖର
ଲୁଚାଚୋରା ଖେଳ....
ପୁଣି କେବେ ଭେଟହେଲେ
ସ୍ବହରଣର ପଟ୍ଟଭୂମି ରଚିବାକୁ ା






ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋରଧା

3 Comments

  1. ରାଜେଶ କୁମାର ମୁଣ୍ଡMarch 15, 2018 at 1:50 PM

    ଏଇଠି କେମିତି ପୋଷ୍ଟ କରିହେବ ଦୟାକରି କିଏ ବତେଇବେକି ?

    ReplyDelete
  2. ପବିତ୍ର କୁମାର ନାୟକMarch 17, 2018 at 4:58 AM

    ହୃଦୟସ୍ପର୍ଶୀ କବିତା ଟିଏ ଲେଖିଛନ୍ତି ଆପଣ ।

    ReplyDelete
  3. ପ୍ରଶାନ୍ତ କୁମାର ସାହୁMarch 18, 2018 at 2:58 AM

    ଧନ୍ୟବାଦ ପବିତ୍ର ବାବୁ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।