କେମିତି ଖେଳିବି ହୋଲି - ସନ୍ତୋଷ ପଟ୍ଟନାୟକ

କେମିତି ଖେଳିବି ହୋଲି - ସନ୍ତୋଷ ପଟ୍ଟନାୟକ

ତମେ ନାହଁ ବୋଲି ବସନ୍ତ ଆସିନି
ରଙ୍ଗର ପସରା ମେଲି
ମନ ବୃନ୍ଦାବନେ ବୈଶାଖୀ ରାଜୁତି
କେମିତି ପାଳିବି ହୋଲି.....

ଜୀବନଟା ଲାଗେ ବେରଙ୍ଗ ବେରଙ୍ଗ
ନିଜକୁ ଖୋଜୁଛି ନିଜେ
ଛଳନାର ଏଇ ମରୁ ପ୍ରାନ୍ତରରେ
ନିଇତି ପଥିକ ସାଜେ.....


ଭାରି ଭାରି ଲାଗେ ଜହ୍ନର ଜୋଛନା
ଫିକା ଫିକା ଏ ଜୀବନ
କଣ୍ଟକିତ ଆଜି ମୋ' ହୃଦ ଗାଲିଚା
ଦେହକୁ ଜାଳେ ଫଗୁଣ.....

ଅମାନିଆ ଭାରି ଖିଆଲି ମନ ମୋ
ପାଶେ ତୁମେନାହଁ ବୋଲି
ସ୍ବପ୍ନ ରାଇଜର ସୌଦାଗର ସାଜି
କେମିତି ଖେଳିବି ହୋଲି.....






ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ

0 Comments