Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶିଶୁ କବିତା - ଆମ ସଂପଦ - ଧ୍ରୁବ ଚରଣ ବେହେରା

ନଦୀ ବଞ୍ଚାଇବା ଆମେରେ ଭାଇ
ଗଛ ଲତା କତେ ଦେବା ଲଗାଇ ।।
ଖାଲି ଅଛି ଯେତେ ଗୋଚର ଜମି
କୃତିମ ଉପାଏ ହସିବ ଭୂମି ।।
କେତେ ନଈ ନାଳ ଗଲାଣି ସୁଖି
ହା ହା କାର ମାଡି ଆସିବ ଦେଖି ।।
ନଦୀ ଚାରି ପାଖେ ଲଗାଅ ଗଛ
ଫୁଲ ଫଳ ଭରା ପ୍ରକୃତି ସ୍ଵଛ ।।
ଶୀତଳ ପବନ ବହିବ ଜାଣି
ସମୟରେ ବର୍ଷା ହୋଇବ ପୁଣି ।।
ଜଙ୍ଗଲ ନ କାଟି ଲଗାଅ ଚାରା
ଶବୁଜିମା କୋଳେ ହସିବ ଧରା ।।
ବନ୍ୟପ୍ରାଣୀ ମାନେ ଆମରି ବନ୍ଧୁ
ସୃଷ୍ଟି କରିଛନ୍ତି ଜଗତ ବନ୍ଧୁ ।।
ଅଧିକାର ଅଛି ବଞ୍ଚିବା ପାଇଁ
ବନ୍ଯ ଆଇନରେ ଲେଖା ଅଛଇ ।।
ମାରିଲେ ଭୋଗିବ ଅନେକ ସଜା
ଘରେ ପାଳିଲେତ ଜେଲରେ ଲଜ୍ଜା ।।
ନଦୀରେ ରହିଲେ ବରଷା ପାଣି
କେନାଲ ସୁବିଧା ହୋଇବ ପୁଣି ।।
କୃଷକର ମନୁ ଚିନ୍ତା ଫେଡିବ
ନାନା ଫସଲ ଯେ ହସି ଉଠିବ ।।
ରୁଣ ଭାର ତାର ହୋଇବ ଦୂର
ହରଷ ମନରେ ଚାଷୀ ଅଧୀର ।।
ପାଠ ପଢାଇବ ପିଲାଙ୍କୁ ତାର
ସପନ ତାହାର ହେବ ସାକାର ।।
ହେବେ ସେ ହାକିମ ହେବେ ସୈନିକ
ଦେଶର ସେବାରେ ରଖିବେ ଟେକ ।।
ନଦୀ ଗଛ ଲତା ଜୀବ ସଂପଦ
ଏହି ସବୁ ଅଟେ ଦେଶ ବୈଭବ ।।
ହସିବ ଭାରତ ହସେ ବିଞ୍ଜାନ
ଡିଜିଟାଲ ଇଣ୍ଡିଆ ଆମରି ଦାନ ।।




ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0 Comments