Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧିରେ ଧିରେ ଯାଏ ବିଶ୍ୱାସ ହଜି - ଗୋପାଳ ଚନ୍ଦ୍ର ସାଓ

ମହିଳା ଦିବସେ ପଚାରୁଛି ଆଜି
କୁହ ମୋତେ ଟିକେ ପୁରୁଷ ଜାତି
ନାରୀ ନିର୍ଯାତନା ଯୌତୁକ ଭାବନା
ବ୍ୟବହାର କର ଶତ୍ରୁ ଯେମିତି
ନାରୀ ମାଂସଲୋଭି ଥରେ ଦେଖଭାବି
ନାରୀ ପରା ସ୍ତ୍ରୀ ଜାୟା ଭଗିନୀ
ମହିଳା ଦିବସ ପାଳିଲେ କି ହେବ
ଅସଲ ବେଳରେ ତ ମନେ ରହୁନି
ମରୁ ଓଟ ପରି ନିଜ ଶୋଷ ମାରି
କାହିଁ ପିଉଛ ନିଜ ରକ୍ତ କୁ ତୁମେ
ଯେତେ ପଢିଲେ କି ଯେତେ ବଢିଲେ
ନିନ୍ଦା ଶୁଭୁଛି ତ ତୁମରି ନାମେ
ଆସିଛି ସମୟ ରଖ ଟିକେ ଭୟ
ନାରୀ ନୁହେଁ ଆରେ ସେ ନାରାୟଣୀ
ଅତିରୁ ଇତି ହେଲେ ହେବ କ୍ଷତି
ନିଜ ଧ୍ୱଂସ ନିଜେ ପାରିବ ଜାଣି
ଛବିରାଣୀ ହତ୍ୟା କେତେ ସସ୍ମିତା
କେତେ ଲଜ୍ଜା ପୁଣି ଦେଖୁଛି ମୁହିଁ
ସ୍ୱାର୍ଥପର ସାଜି ଦୁନିଆଁ ଟା ଆଜି
ଅସହାୟ ପରି ରହିଛି ଚାହିଁ



ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ

Post a Comment

0 Comments