"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

କବିର ଭାବନା - ପବିତ୍ର କୁମାର ନାୟକ

କବିର ଭାବନା - ପବିତ୍ର କୁମାର ନାୟକ

କବିର ଭାବନା କବିର କଳ୍ପନା
      ଆଙ୍କିଦିଏ ଯେଉଁ ଛବି
ଲିଭେ  ନାହିଁ କେବେ ମାନସ ପଟରୁ
      ଯାଏ ନାହିଁ କେବେ ହଜି  !!

କବି ଭାବନାରେ ପାଷାଣ ଜୀବିତ
      ମରୁ ଦେହେ ବାରି ବହେ
ବିନା ବତାସରେ ଅଦିନେ ଆକାଶେ
      ସମୀର ବି କଥା କହେ     !!

କବିଟିଏ  ଯିଏ କରେ ନାହିଁ କେବେ
       ଅଶ୍ଳୀଳ ଭାଷା ଇଙ୍ଗିତ
କବି ବଦଳାଏ ସାମାଜିକ ରୀତି
       ନରଖି ଭାବ  ସଙ୍କୋଚ    !!

କବି ମନ ପରା ସୁପ୍ତ ଶାମୁକାରେ
       ସାଇତି ରଖେ ମୁକୁତା
କବି ସପନରେ ଆନମନା ହୋଇ
        ହୁଏ ସେ ଜଗତଜିତା     !!

କବି ଯଦି ଲେଖି ସୁଧାରି ଦେଉଛି
       ଅସଜଡା ରାଜନୀତି
କୁହ  ବନ୍ଧୁ ତମେ କେମିତି କବି ହେ
       କରେ କି ଆଜି ଅନୀତି !!

ଶବ୍ଦ ପୁଞ୍ଜ ସାଥେ ନିତି ଖେଳୁଥାଏ
       କବି ଭାବନାରେ ଭିଜି
ଲଭେ ନାହିଁ କେବେ ଶାନ୍ତିର ପ୍ରକୋଷ୍ଠ
        ସପନ ରାଇଜେ ହଜି    !!




ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ,ଗଞ୍ଜାମ

1 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।