Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଧର୍ମ ଅଧର୍ମ - ମଧୁସ୍ମିତା ନାୟକ

ଧର୍ମ ଅଧର୍ମର ପଶାପାଲି ଖେଳେ
ଧର୍ମ ହାରିଯାଏ କାହିଁ ?
ସତ୍ୟ,ନ୍ୟାୟ ପଥେ ପଥିକଟେ ଭାଳେ
ଅସତ୍ୟ ହସୁଛି ଭାଇ !
ସଭିଙ୍କ ଜନମ ଯେଉଁ ମାଆ କୋଳେ
ସେ..ମା' କୁ ଆଦର ନାହିଁ।
ଅଣାୟତ୍ତ ନର କାଳର କବଳେ
ଶୋଇବ ଜୁଇରେ ଯାଇ।
'ମୋହ' ର ଅଗ୍ନିବି ହୁତୁ ହୁତୁ ଜଳେ
ହସୁଛି ମଶାଣି ଭୂଇଁ ।
ଲୁଚି ଲୁଚି କେହି ଆୟୁଷକୁ ତୋଳେ
ସତେ ମରଣକୁ ଚାହିଁ।
ଧର୍ମ ଅଧର୍ମର ପଶାପାଲି ଖେଳେ
ଧର୍ମ ହାରିଯାଏ କାହିଁ ?



ମଧୁସ୍ମିତା ନାୟକ

Post a Comment

0 Comments