Information

କୋଶଳୀ କବିତା - ଅଫିସର୍ ଯଦି ହେତି - ବଲବନ୍ତ ସାହୁ

ଧରିଛେ କଲମ୍‌ ଲେଖ୍‌ମି ବୋଲି
ମାଏଁଟ୍‌ ମାଆ ଭାଷାଥି ପଦେ
କାଣା ଲେଖ୍‌ମି ? ସୋର୍‌ ନାଇଁ ମୋର୍‌
ନାଇଁ ପଡୁଛେ ତୋ ମନେ ।

ହଁ.. ହଁ..! ପଡୁଛେ ମନେ
ଲେଖୁଛେ ଗୁଟେ କଥା
ଅଏନ୍‌ କଥାଟେ ଲେଖୁଛେ ଭାଇ
ବନେ କରି ଶୁନୁ ଥାହା ।


ଅଫିସର୍‌ ଯଦି ହେତି ?
ସତେ ! ଅଫିସର୍‌ ଯଦି ହେତି !
କଳା ଝିମ୍ ଝିମ୍ ଦାମକିଆ କୋଟ୍‌
ହଜାର୍‌ ଟଙ୍କିଆ ବୋଟ୍‌ ସୁଟ୍‌
ନାଇଁ ମୁଇ ପିନ୍ଧିଥିତି,
ଶହ ଶହ ଟଙ୍କିଆ ଅତର୍‌ ମାଖି
ନାଇଁ ମୂଇ ବାସୁଥିତି ।

ଲାକ୍‌ ଲାକ୍‌ ଟଙ୍ଗାର୍‌ ଗାଡି ନେ ସତେ
ନାଇଁ ମୁଇ ବସୁଥିତି
ପ୍ଲାଟୁନ୍‌ ପ୍ଲାଟୁନ୍‌ ଗାର୍ଡ ଧରି
ନାଇଁ ମୁଇ ବୁଲୁଥିତି ।


ଏ.ସି ଘର୍‌ନେ ବସିକରି
ନାଇଁ ଛିନୁଥିତି ପିସି
ବଡ଼ବଡ଼କିଆ କେ ମୁଡ଼େ ବୁହି
ନାଇଁ ମାର୍‌ତି ଚାଷୀ ।

ଦିନ୍ କେ ଗୁଟେ ଗୁଟେ ଯୋଜ୍‌ନା ମୁଇ
ନାଇଁ ବରଂ କାରୁଥିତି
ଗୁଟେ ଯୋଜ୍‌ନା କର୍‌ତି ଭାଇ
"ମୁନୁଷ ପନ୍‌" ନାଁ ଦେତି ।


ମୁନୁଷ୍‌ ଭିତରେ ମୁନୁଷ୍‌ପନ୍‌
କୁଟ୍‌ କୁଟ୍‌ ଦେତି ଭରି
ଅଲ୍‌ଗା ଲୋକର୍‌ ଦୁଃଖେ ଜେନ୍‌ତା
ଆଁଏକ୍‌ ନୁ ଝର୍‌ତା ପାନି ।

ଦିନ୍‌କେ ଦୁଇଟା ଚାଷୀ ଭାଇ
ନାଇଁ ପିଉଥିତେ ବିଷ୍‌
ଚାଷୀର ହଁକ୍‌ ନେ ଲଢ୍‌ତି ମୁଁଇ
ସୁଝେ ଦେତି ସବୁ  ରିସ୍‌ ।


ଗାଁ ଭୂଇଁ ଛାଡି ରାଜ୍‌ଧାନୀ ନେ
ନାଇଁ ରାହୁଥିତି ମୁଇ
ଦୁଃଖୀର ସାଙ୍ଗେ ଦୁଃଖ୍‌ ଭାଗ ମାଗି
ରହତି ଗାଁ ନେ ମୁଇ ।

ମୁନୁଷ୍‌ ଭିତରେ "ମୁନୁଷ୍‌ ପନ୍‌"
କୁଟ୍‌ କୁଟ୍‌ ଦେତି ଭରି
ଅଲ୍‌ଗା ଲୋକର୍‌ ଦୁଃଖେ ଯେନ୍‌ତା
ଆଁଏକ୍ ନୁ ଝରତା ପାନି,
ଆଁଏକ୍ ନୁ ଝରତା ପାନି ।


ଅଫିସର ଯଦି ହେତି...
ଭାଇ...ଅଫିସର ଯଦି ହେତି !



ବଲବନ୍ତ ସାହୁ, ମୋ-୯୦୭୮୧୦୫୨୩୪

Post a Comment

0 Comments