Information

ଅହଂକାର ଲକ୍ଷଣ ଧ୍ଵଂସର - ଜିତେନ୍ଦ୍ର ସାହୁ

ରାତିର ବୟସ ସରିଗଲେ ଯେହ୍ନେ ଝରିଯାଏ ଗଙ୍ଗଶିଉଳି,
ରୂପ ଯଉବନ ଠିକ୍ ସେଇଭଳି ବେଳ ହେଲେ ଯିବ ମଉଳି,,(୦)
ଆଜି ଅଛି ଯିଏ ସଜ ଗୋଲାପଟେ କାଲି ହେବ ସିଏ ବାସି,
ସମୟକୁ ଖାଲି ପ୍ରତିକ୍ଷାକର ସମୟେ ହିଁ ଯିବ ଭାସି,,(୧)
ରଙ୍ଗ ଛାଡିଯିବ ବାସ୍ନା ଉଡିଯିବ ଆସିବେନି ଗୋଟେ ଅଳି,
ଆକର୍ଷଣ ପାଇଁ ଯାହା ପଛେ ଯେତେ ତନେ ହେଲେ ମଧ୍ୟ ବୋଳି,,(୨)
ସବୁ ଫିକା ଫିକା ରହିଯିବ ଏକା ମିଳିବନି ଟିକେ ସୁଖ,
ନିଜେ ହସି ଯଦି ହସାଇ ପାରିଲ ସେଇଠି ସୁନ୍ଦର ମୁଖ,,(୩)
ହସଖୁସି ବାଣ୍ଟି ଚଳିଲେ ଏକାଠି ବଢେ କେତେ ସ୍ନେହ ପ୍ରେମ,
ଆପଣା ସ୍ବାର୍ଥରେ ନିଇତି ବଞ୍ଚିଲେ ନାହିଁ ତାର କିଛି ମର୍ମ,,(୪)
ଦୁଇ ଦିନର ଏ ମଣିଷ ଜୀବନ ତା'ଭିତରେ ପୁଣି ଗର୍ବ,
ଏତେ ଅହଂକାର ଲକ୍ଷଣ ଧ୍ବସଂର ନିଜେ ରୋକେ ନିଜ ମାର୍ଗ,,(୫)



ଜିତେନ୍ଦ୍ର ସାହୁ, ତେନ୍ତୁଳିଆ, ଗଞ୍ଜାମ

Post a Comment

0 Comments