"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ପ୍ରେମ - ମୋ ଭାଷାରେ - ରାଜେଶ କୁମାର ମୁଣ୍ଡ

ପ୍ରେମ - ମୋ ଭାଷାରେ - ରାଜେଶ କୁମାର ମୁଣ୍ଡ

ପ୍ରେମ ଏକ ପବିତ୍ର ଶବ୍ଦ, ଶାଶ୍ୱତ ଉଚ୍ଚାରଣ.. ଝରଝର ନିର୍ଝରିଣୀର ଝଙ୍କୁରିତ ଜଳ, ବୀଜଟେ ଗଜୁରିବା ବେଳେ ମାଟିର ଆବେଗ,ସଞ୍ଜ ନଇଁ ଯିବାପରେ, ସମଗ୍ର ଧରାକୁ କୋଳାଗ୍ରତ କରିବା ପାଇଁ ଅନ୍ଧାରର ଉତ୍କଣ୍ଠା, ଆକାଶରେ ତାରା, ଜହ୍ନ ଓ ମେଘ ସହ ସହବାସ ପାଇଁ ଆତୁରତା, ପୁଣି ପ୍ରାତଃ ପୃଥିବୀର ଛାତିକୁ ବିଦାରି, ଅନ୍ଧାରର ବୁକୁକୁ ଚିରି ବାଳାରୁଣର ଅଦମ୍ୟ ସାହସର ଉଦ୍ଦାମତା । ପ୍ରେମ... ମାତୃଗର୍ଭରୁ ସୃଷ୍ଟି ଏକ ଅନାହତ ଧ୍ୱନି, ଜୀବନର ପ୍ରାରମ୍ଭରୁ ଶେଷ ଯାଏଁ ସଂଲଗ୍ନିତ ମନ୍ତ୍ର, ବୟସର ବୃଦ୍ଧି ସହ ବୃଦ୍ଧି ହୁଏ ତା'ର ସାନ୍ଧ୍ରତା, ପବିତ୍ରତା; ଯିଏ ଶିଖେଇ ଦିଏ, ଦୁଃଖକୁ ସୁଖରେ ପରିଣତ କରିବା କଳା, ପାହାଡ଼ରେ ପଦ୍ମ ଫୁଟେଇବା ପାଇଁ, ଅଦୃଶ୍ୟ ମନ୍ଦିର ଚୂଡ଼ାରେ ନେତଟେ ବାନ୍ଧିବା ପାଇଁ ଅବା କାଳବୈଶାଖୀରେ ଦୀପଟେ ଜାଳିବା ପାଇଁ କୌଶଳ ଓ ସାହସ । ପ୍ରେମ ସଙ୍ଗୀତର ଏକ ମୂର୍ଚ୍ଛନା, ଯା' ଦ୍ୱାରା ପାଷାଣି ଅହଲ୍ୟା ଜୀବନ୍ତ ହେଇପାରେ, ଦସ୍ୟୁ ରତ୍ନାକର ବାଲ୍ମୀକି ହେଇପାରେ, ବସ୍ତ୍ର ହରଣରେ ଦ୍ରୌପଦୀର ଲଜ୍ଜା ନିବାରଣ ହେଇପାରେ, ପ୍ରେମ ଏକ ସ୍ପନ୍ଦନ, ଯାହା କେବଳ ଅନୁଭବ ହୁଏ, ପ୍ରକାଶ କରିହୁଏନା ।






ରାଜେଶ କୁମାର ମୁଣ୍ଡ

3 Comments

  1. ନରେଶ କୁମାର ବେହେରାMarch 17, 2018 at 4:08 AM

    Khub sundar varnana

    ReplyDelete
  2. ବହୁତ ସୁନ୍ଦର ଉପସ୍ଥାପନା
    ହୃଦୟକୁ ସ୍ପର୍ଶ କରାଯାଉଛି ।

    ReplyDelete
  3. Rajesh Kumar MubdMay 24, 2018 at 3:33 AM

    ଧନ୍ୟବାଦ ଭାଇ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।