"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ମୁଁ ଯିବି.. ତମ ପାଇଁ - ଡକ୍ଟର ନୀଳମାଧବ କର

ମୁଁ ଯିବି.. ତମ ପାଇଁ - ଡକ୍ଟର ନୀଳମାଧବ କର

ମୋ ପାଇଁ,
ଦୁଇ ହାତ ଟେକି ତମେ
ଏଡ଼େ ବଡ ଆଶାଟେ କରିଚ
ମୁର୍ହୁ ମୁର୍ହୁ ମନେ ପକଉଚ
ଅଗାଧ ବିଶ୍ୱାସରେ
ମତେ ତମେ ଅନେଇ ବସିଚ

ଅନୁଭବ କରୁଚି ମୁଁ
ତୁମ ଆନ୍ଦୋଳନ
ଆକୁଳ ବିକଳ ଚାହାଣୀ



ତେବେ
କାଳିଆ ମୁହଁଟା ମୋର
କେମିତି ଦେଖେଇବି ତମକୁ ମୁଁ
କେମିତି ଦେଖେଇବି
ମୋ ଖଣ୍ଡିଆ ହାତ ଗୋଡ
ମାଦଳା ଗଣ୍ଡିଟା

କଣ ନେବି ତମ ପାଇଁ
ତମ ଦିଆ ଖୁଦ ଭଜା ଛଡା
ମୋ ପାଖେ ଆଉ କିଛି ନାହିଁ
ଜାଣେ ଜାଣେ, ତେବେ ବି
ତମେ ମତେ ସଙ୍ଖୋଳିବ,



ଶ୍ରଦ୍ଧା ଦେଖେଇବ
ସଆନନ୍ଦ - ଆଦର କରିବ
କଣ ପାଇଁ, କି ଗୁଣ ପାଇଁ - ମୋର
ତମ ଆଖି ଖୋସି ହୋଇଯିବ !

ତମ ପାଇଁ,
ତମ ବିଶ୍ୱାସ ବଜେଇ ରଖିବା ପାଇଁ
ମୁଁ ଯିବି,
ମୁଁ ଯିବି ତମ ଗହଣରେ
ତୁମ ଆହ୍ଲାଦରେ - ଧନ୍ୟ ହେବା ପାଇଁ






ନୀଳମାଧବ କର
ଓଲଭରହାମ୍ପଟନ, ଇଂଲଣ୍ଡ

2 Comments

  1. ହେମନ୍ତ କୁମାର ବରାଇMarch 19, 2018 at 12:07 AM

    ମୁଁ ମଧ୍ୟ ଆପଣଙ୍କ କବିତା ପଢି ଧନ୍ୟ ହେଲି

    ReplyDelete
  2. ଲକ୍ଷ୍ମୀନାରାୟଣ ପଟ୍ଟନାୟକMarch 19, 2018 at 2:20 AM

    ସୁଦୂର ଇଂଲଣ୍ଡରେ ରହି ମଧ୍ୟ ନିଜ ଭାଷାର ମହତ୍ଵ ଓ ଆଦରକୁ ବଜାୟ ରଖି ପାରିଛନ୍ତି ଏହା ଖୁବ ଗର୍ବର ବିଷୟ । ଆପଣଙ୍କ କବିତାର ଦର୍ଶନ ଖୁବ ହୃଦୟଛୁଆଁ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।