OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ସତ୍ୟ - ବନ୍ଦନା ମହାପାତ୍ର

ସତ୍ୟ - ବନ୍ଦନା ମହାପାତ୍ର

[caption id="attachment_10179" align="alignright" width="214"] ବନ୍ଦନା ମହାପାତ୍ର ବାସୁଦେବ ନଗର, ବ୍ରହ୍ମପୁର, ଗଞ୍ଜାମ ମୋବାଇଲ - ୭୫୩୮୯୩୦୪୯୦[/caption]

ପ୍ରେମରୁ ଜାତ ସାରା ଜଗତ               ସ୍ରଷ୍ଟା ହାତୁ ପ୍ରେମ ଜାତ,

ପ୍ରେମରୁ ଉତ୍ପତ୍ତି ଦ୍ରୁଷ୍ଟି, ଭାବ, ଭକ୍ତି       ଥାଏ  ଭଗବତ୍ ତତ୍ତ୍ଵ ॥

 

ପ୍ରେମରୁ ଆରମ୍ଭ ହସ, କାନ୍ଦ, ଦୁଃଖ      ସୁଖ ନଦୀର ଝରଣା

ପ୍ରେମରୁ ମଣିଷ ସତ୍ ମଣିଷରେ         ସଭିଙ୍କ ମଧ୍ୟରେ ଗଣା ॥

 

ପ୍ରେମ ବଳେ ହୁଏ ଅସାଧ୍ୟ ସାଧନ        ପାପ ପଙ୍କୁ ତରିଯାଏ

ପ୍ରେମ ତ ବୁଝେନା ଉଚ୍ଚ-ନୀଚ ଭାବ     ଭେଦ ଅଭେଦ ନ ଥାଏ ॥

 

ପ୍ରେମ କରିଦିଏ ଶତ୍ରୁକୁ ମିତ୍ରରେ          ଶୁଣାଇ ପ୍ରେମର ବଂଶୀ

ପ୍ରେମ ହିଁ ଦେଖାଏ ସତ୍ଯର ମାର୍ଗକୁ     ସବୁ କ୍ଲେଶ ଯାଏ ଧ୍ବଂସି ॥

 

ପ୍ରେମ ଫୁଟେ ପ୍ରିୟା ପ୍ରିୟତମା ହୃଦେ    ପ୍ରୀତି କୁସୁମ ବନ,

ମଧୁର ମିଳନ ସ୍ମୃତିର ସ୍ପନ୍ଦନ           ଯୁଗ ଯୁଗକୁ ବନ୍ଧନ ॥

 

ପ୍ରେମରେ ବିରହ ପ୍ରେମରେ ମିଳନ     ପ୍ରେମ ଦିଏ ପ୍ରତିଶ୍ରୁତି

ଦେଇପାରେ ସିଏ କୃର ପ୍ରତାରଣା       ଗାଳିଚାରେ ଝଡ ସୃଷ୍ଟି ॥

 

ବିରହ, ମିଳନ, ସ୍ମୃତି, ଅନୁଭୂତି         ସର୍ବତ୍ର ପ୍ରେମର ତତ୍ତ୍ଵ

ହେଲେ ପ୍ରେମ ଏଠି ଅଛିଣ୍ଡା ଅକ୍ଷର     ପ୍ରେମ ସବୁବେଳେ ‘ସତ୍ୟ’ ॥

1 Comments

  1. Prema ra upkhyana satare ati ucha kotira .
    Ukti ti ati akrustha.

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।