ବିଳାସମୟ ଯୌତୁକଯୁକ୍ତ ବିବାହ : ଫେସନ ଏକ ଶିକ୍ଷିତ ସମ୍ଭ୍ରାନ୍ତ ପରିବାରରୁ - ସିମାଞ୍ଚଳ ରଣା

ବିଳାସମୟ ଯୌତୁକଯୁକ୍ତ ବିବାହ : ଫେସନ ଏକ ଶିକ୍ଷିତ ସମ୍ଭ୍ରାନ୍ତ ପରିବାରରୁ - ସିମାଞ୍ଚଳ ରଣା

ବିବାହ ଏକ ଜୀବନ ନାଟକ ର ମଞ୍ଚ ଯେଉଁଠି ସବୁ ପରିସ୍ଥିତି କୁ ସାମ୍ନା କରି ଅଭିନୟ କରିବାକୁ ହୁଏ ନିଜ ପାଇଁ ଏବଂ ପୂର୍ବ ଓ ପର ମୁହୂର୍ତ୍ତରେ ଆତ୍ମୀୟଙ୍କ ପାଇଁ । ବିଗତ ଦିନର ବିବାହ ଓ ଆଜିର ବିବାହ ମଧ୍ୟରେ ବହୁତ ଫରକ ଅଛି । ଆଗ କାଳର ବିବାହ ଅଳ୍ପ ତ୍ରୁଟି ଯୁକ୍ତ ଯେପରି କି ବାଲ୍ୟ ବିବାହ । ଯାହା ଆଇନଗତ ସିଦ୍ଧି ନୁହେଁ ।ବର୍ତ୍ତମାନ ର ବିବାହ ରେ କିନ୍ତୁ ଫରକ ସମ୍ପୂର୍ଣ୍ଣ ଅଲଗା । ଆଜିକା ବିବାହ ବ୍ୟୟ ବହୁଳ ବିଳାସପୂର୍ଣ ଅଟେ । ଆଉ ଏଥିପାଇଁ ଦାୟୀ ଉଚ୍ଚ ଶିକ୍ଷିତ ସମ୍ଭ୍ରାନ୍ତ ପରିବାର । ଟିକେ ଆସନ୍ତୁ ଯିବା ଆଦିବାସୀ ଅଞ୍ଚଳକୁ ଏଠି ବିବାହ ପୂର୍ବରୁ ଯେଉଁ ପରମ୍ପରା ତାହା ସହରୀ ସମ୍ଭ୍ରାନ୍ତ ସଭ୍ୟତା ରୁ ସମ୍ପୂର୍ଣ ଭିନ୍ନ । ଏଠି ବିବାହ ନିମନ୍ତେ ପୂର୍ବରୁ ଭିତିପ୍ରସ୍ତ ପଡ଼େ ଏକ ପରମ୍ପରା କୁ ନେଇ ।ଉଭୟ ବରକନ୍ୟା ଙ୍କ ଆତ୍ମପରିଜନ ଭଦ୍ରବ୍ୟକ୍ତି ଏକତିତ୍ର ହୋଇ କିଛି ସ୍ୱପରମ୍ପରା କୁ ଅବଲମ୍ବନ କରି ଭୋଜିଭାତ କରି ବିବାହ ନିର୍ଦ୍ଧିଷ୍ଟ କରନ୍ତି ଯାହା ବ୍ୟୟ ବହୁଳ ନୁହେଁ ଦୁଇପଟ, ବଳଦ, ପଟେ ଛେଳି, ଭୁଗଏ (ଟୋକେଇ) ଧାନ, ଅଳ୍ପ ଦେଶୀ ମଦ (ଧରଣୀ ପେନୁ) ପୂଜା ପାଇଁ ଏତିକି ହୋଇଗଲେ ଯଥେଷ୍ଟ । ସହରୀ ଶିକ୍ଷିତ ସମ୍ଭ୍ରାନ୍ତ ପରିବାରର ବିବାହ ପୂର୍ବର ପରମ୍ପରା କୁ ଆସନ୍ତୁ । ବିଦେଶୀ ଭାଷାରେ ଯାହାକୁ ରିଂ ସେର୍ମନି କୁହାଯାଏ ଦାମୀ ଗହଣା, ଭଲ ଖାଇବା, ନାଚ ଗୀତ ରେ ଟଙ୍କା ବର୍ଷା ହୋ ହାଲା ରେ ସବୁ ଶେଷ । ଏଠି ଉଚିତ କିଏ ନିରୀହ ଆଦିବାସୀ ନା ସହରୀ ଶିକ୍ଷିତ ସମ୍ଭ୍ରାନ୍ତ ? ଆଦିବାସୀ ଙ୍କ କିଛି ଦାବି ନଥାଏ ଅତି ବେଶୀରେ ଗାଈ, ଛେଳି, ଜମି, ଧାନ ଇତ୍ୟାଦି ଦିଆଯାଏ ଯାହା ବର ବେସାହାରା ହୋଇଥିଲେବି ଭବିଷ୍ୟତ ଗଢିପାରିବ ଚାଷ ବାସ କରି । କିନ୍ତୁ ଶିକ୍ଷିତ ସମ୍ବ୍ରାନ୍ତ ପରିବାରରୁ ଆରମ୍ଭ ହୁଏ ଦିଆନିଆ । ବର କୁ ଗାଡି, ଚେନ, ମୁଦି, ଘର ସବୁ ଦରକାର ଆଉ କନ୍ୟା ପକ୍ଷ ବି ରାଜି ହୋଇଯାନ୍ତି କାହିଁକି ନା ଜୋଇଁ ପରା ବଡ଼ କମ୍ପାନୀ ର ମ୍ୟାନେଜର । ଏଠି ଭୁଲ କିଏ କରୁଛି ଆଦିବାସୀ ମାନେ ନା ର ସହରୀ ବାବୁ ମାନେ ? ଗ୍ରାମାଞ୍ଚଳରେ ବି ବିବାହ ଭୋଜି ହୁଏ ଗାଁ ଗାଁ ରୁ ଲୋକ ଆସି ଭୋଜି ଖାଇ ଯାନ୍ତି ବଳକା ହେଲେ ପୁନର୍ବାର ଘରକୁ ବି ବୋହି ନିଅନ୍ତି କାହିଁକି ନା ସେମାନେ ଗରିବ ମୁଠେ ଦାନା ପାଇଁ ଛଟପଟ । କିନ୍ତୁ ସହରୀ ବିବାହ ଭୋଜି ଅଲଗା ଏଠି ନିର୍ଦ୍ଧିଷ୍ଟ ବ୍ୟକ୍ତି ଆସନ୍ତି ଖାଇବାକୁ ଖାଆନ୍ତି ଯେତିକି ଫିଙ୍ଗନ୍ତି ସେତିକି । ଭୋଜିରେ ଯଦି ଖାଦ୍ୟ ବଳକା ହୋଇଗଲା ତେବେ ମୁନ୍ସୀପଲଟି ର ଗାଡି ଅଛି ବୋହିନେଇ ଫୋପାଡି ଦେବାକୁ । ଆରେ ଯଦି ଖାଦ୍ୟ ବଳକା ହୁଏ କଣ ରାଜରାସ୍ତା ରେ ଭିକ ମାଗୁଥିବା ଅସହାୟ ନାହାନ୍ତି, ବସ୍ତି ବାସିନ୍ଦା ନାହାନ୍ତି ? କିନ୍ତୁ ନା ସହରୀ ଶିକ୍ଷିତଙ୍କ ହୃଦୟ କାହିଁ ? ଆଦିବାସୀ ଙ୍କ ବିବାହ ନାଚ ଗୀତ ଯାହା ପରମ୍ପରା ଯୁକ୍ତ, ହେଲେ ଏପଟେ ତାହା ଗୋଟେ ଫେସନ । ସେପଟେ ବାଜା ବାଜେ ଢୋଲକୀ, ଚାଙ୍ଗୁ, ବାଇଦ ହେଲେ ଏପଟେ ଡିଜେନୃତ୍ୟକୁ ଭଡାରେ ଆସିଥିବା ସୁନ୍ଦରୀ ମାନେ । ଯାହା ଅସଭ୍ୟର ଜ୍ୱଳନ୍ତ ଉଦାହରଣ । ଯୌତୁକ ର ବହୁଳ ବିନିଯୋଗ ଯଦି ହେଉଛି ତେବ ସେଥିପାଇଁ ଏହି ଶିକ୍ଷିତ ଆଉ ସମ୍ଭ୍ରାନ୍ତ ପରିବାର ଦାୟୀ । ଆଉ ଏହାର ପ୍ରଭାବ ଦିନେ ସମଗ୍ର ସମାଜ କୁ ଗ୍ରାସିଯିବାରେ ବିଳମ୍ବ ହେବନି ।



ସୀମାଞ୍ଚଳ ରଣା(ପୂଜକ-ଶ୍ରୀ ଶ୍ରୀ ଶ୍ରୀ ଯଜ୍ଞଶ୍ୱର ମହାଦେବ ମନ୍ଦିର)
(ପ୍ରତିଷ୍ଠାତା-ପୁଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ, ଭୁବନେଶ୍ୱର)
କୁର୍ତ୍ତମଗଡ଼, କନ୍ଧମାଳ, ମୋ-୭୦୦୮୦୧୨୨୫୬
Email: simanchlrana555@gmail.com

2 Comments

  1. ନରେଶ କୁମାର ବେହେରାMarch 13, 2018 at 1:25 AM

    ବହୁତ ସୁନ୍ଦର ବାର୍ତ୍ତା ସୀମାଂଚଳ ବାବୁ। ଧନ୍ୟବାଦ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।