Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋ ଓଡ଼ିଆ ଭାରି ବଢିଆ - ଗୋପାଳ ଚନ୍ଦ୍ର ସାଓ

ହିନ୍ଦୀ ମୋର ରାଷ୍ଟ୍ର ଭାଷା
କହୁଛି ମୁଁ କହିବି
ବଙ୍ଗଳା ମୋର ପଡିଶା
ଜାଣିଛି ମୁଁ ଜାଣିବି
ହେଲେ ଓଡ଼ିଆ ଟି ମୋ ମାତୃଭାଷା -
ତାକୁ ହୃଦୟେ ସାଇତି ରଖିବି
ହିନ୍ଦୀ ମୋର....

ଇଂରାଜୀ ଶିଖିବି ମରାଠୀ ଶିଖିବି
ଶିଖିବି ଉର୍ଦ୍ଧୁ ପଞ୍ଜାବୀ...
ଯଉଠି ଥିଲେବି ଯେମିତି ଥିଲେବି
ଓଡ଼ିଆ ବୋଲି କହିବି...
ସରଳ ସୁନ୍ଦର ମୋ ଜାତି ଓଡ଼ିଆ
ସୁମଧୁର ଲାଗେ ମୋ ଭାଷା ବଢିଆ
ତା ପାଇଁ ଗରବ କରିବି....


ଏଇ ଭାଷା ପାଇଁ କବି କଲମରୁ
ଝରିଛି କେତେ କବିତା...
ମାତୃଭୂମୀ ମାତୃଭାଷା ବଂଚିବରେ
ହୃଦୟେ ଥିଲେ ମମତା...
ଉଚ୍ଚ ହେବା ପାଇଁ କର ଯେବେ ଆଶା
ଉଚ୍ଚ କର ଆଗେ ନିଜ ମାତୃଭାଷା
ଏଇକଥା ମନେ ରଖିବି...



ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ

Post a Comment

0 Comments