ହୋଲି - ଶ୍ରୀନିବାସ ବିଶ୍ଵାଳ

ହୋଲି - ଶ୍ରୀନିବାସ ବିଶ୍ଵାଳ

ଭାବିଥିଲି ଇନ୍ଦ୍ରଧନୁ ଠାରୁ
ଆଞ୍ଜୁଳାଏ ରଙ୍ଗ
ଉଦ୍ଧାର ମାଗି ଲେପିଦେଇ ଥାନ୍ତି
ତୁମ ସର୍ବାଙ୍ଗରେ,
ସେ କିନ୍ତୁ ଈର୍ଷାରେ ମନାକଲା
ତଥାପି ସରିନାହିଁ ଅଦମ୍ୟ ଆକାଂକ୍ଷା ମୋର,
ମୋ ଆବେଗ ଭରା ହୃଦୟର
ସବୁଯାକ ପ୍ରେମ ରଙ୍ଗ
ବୋଳି ଦେବି ତୁମ ଦେହେ,
ଖାଲି ତୁମେ ଯାହା ଅନୁଭବ କରିବ
ମୋ ଅନୁଭବକୁ,
ଆଉ ତୁମେ କହିବ, ଇସ୍,,,,
ବାସ୍ ସେତିକି ଥାଉ,,
ଲାଜ ମାନେ ନୃତ୍ୟ କରୁଥିବେ
ମୋ ଆଖିର ନାଟ ମଣ୍ଡପରେ,,
*ହୋଲି ସରିଗଲା*



ଶ୍ରୀନିବାସ ବିଶ୍ଵାଳ

1 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକMarch 2, 2018 at 4:04 AM

    ହୋଲି ସିନା ସରିଗଲା.. ହେଲେ ହୃଦୟର ସ୍ପନ୍ଦନ ଏଯାଏଁ ବି ଥମିନି !!

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।