Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗୋଧୂଳିର ରଙ୍ଗ ହଜିଗଲା ପରେ - ଗୋପାଳ ଚନ୍ଦ୍ର ସାଓ

ଗୋଧୂଳିର ରଙ୍ଗ ହଜି ଗଲାପରେ
ତୁମେ ମନେପଡ଼ ବେଶି
ଭଲପାଅ ବୋଲି କହିଦିଅ ଥରେ
ଯେଉଁଠି ଥିଲେବି ଆସି
ଭାବିଛି ନିଜର କରିବନି ପର ...୨
ମାଗୁନି ମୁଁ ତାରା ଶଶୀ
ତୁମେ ମନେପଡ଼ ବେଶି...

ତୁମେଥିଲ ଦିନେ ସ୍ବପ୍ନର ନାୟିକା
ଭୁଲିପାରୁନି ମୁଁ ଆଜି
ଥିଲେ ଥାଅ ପଛେ ଦୂରେ ବହୁଦୂରେ
ଝୁରେ ମୁଁ  ପ୍ରେମିକ ସାଜି
ହୃଦୟ ଖୋଜୁଛି ହୃଦୟ ଠିକଣା...୨
ନୀରବତା ସାଥେ ମିଶି
ତୁମେ ମନେ ପଡ଼ ବେଶି...

ଚାଲିଛି ଆଜି ମୁଁ ଜୀବନର ବାଟ
ଝୁଣ୍ଟି ଝୁଣ୍ଟି ଏଇ ପଥେ
ବିଶ୍ୱାସ ଟିକିଏ ବଂଚିଛି ବୋଲି ତ
ନିଶ୍ୱାସ ରହିଛି ସାଥେ
ବିଲବଣ ଡେଇଁ ସୀମାରେଖା ଛୁଇଁ..୨
ସ୍ମୃତି ଆସେ ଭାସି ଭାସି
ତୁମେ ମନେ ପଡ଼ ବେଶି...



ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ

Post a Comment

0 Comments