"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

କ୍ଷୁଦ୍ରଗଳ୍ପ - ଅକ୍ଷତ ନାୟକ - ନରେଶ କୁମାର ବେହେରା

କ୍ଷୁଦ୍ରଗଳ୍ପ - ଅକ୍ଷତ ନାୟକ - ନରେଶ କୁମାର ବେହେରା

‘ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ’…

ଆଜିର ଏହି ପର୍ଯ୍ୟାୟରେ ମୁଁ କିନ୍ତୁ ସଂପୂର୍ଣ୍ଣ ଅଚଳ । ନା ମୋତେ କେଉଁ ଧର୍ମର ଚିହ୍ନ ପ୍ରତୀତ ହେଉଛି, ନା ଏହି ଅଧର୍ମର କାର୍ଯ୍ୟକୁ ରୋକିବାକୁ କେହି ପ୍ରୋତ୍ସାହିତ କରୁଛି!

ଏଠି ଯେପରି ଅର୍ଜୁନ ବି ମୁଁ, ଆଉ ଶ୍ରୀକୃଷ୍ଣ ବି ମୁଁ ... ଏହି ଦ୍ଵନ୍ଦର ଚକ୍ରବ୍ୟୁହରେ ମୁଁ ସଂପୂର୍ଣ୍ଣ ଅସମର୍ଥ, ଠିକ ଅଭିମନ୍ୟୁ ଭଳି। ଏଭଳି ଏକ ପର୍ବରେ ମୁଁ କିପରି ନିଜକୁ ଆଗେଇବି ଏବଂ ମୋର ଏ ସୈନିକଙ୍କୁ। ଆଜି ମୋତେ ଏପରି ବ୍ୟତୀତ ହେଉଛି, ଯେଉଁ ଗର୍ବର ସହ ମୁଁ ଏ ପୋଷାକ ଧାରଣ କରିଛି, ଯେଉଁ ଦେଶର ରକ୍ଷା ପାଇଁ ମୁଁ ସର୍ବଦା ଗର୍ବିତ ଏବଂ ଅହଙ୍କୃତ, ତାହାସବୁ ଆଜି ଖଣ୍ଡନ ହୋଇଛି ସାମାନ୍ୟ କିଛି ଲୋକ ଆଗରେ। ହଁ... କିନ୍ତୁ ଏମାନେ କିଏ ? ଯାହାକୁ ମୁଁ ଆଜି ସାମାନ୍ୟ କହୁଛି, ସେମାନେ ତ’ ମୋ ନିଜର, ମୋ ନିଜ ମାଟିର ମଣିଷ! କ’ଣ ଏମାନଙ୍କ ପାଇଁ ମୁଁ ଆଜି ଏ ପୋଷାକ, ଏ ଶସ୍ତ୍ର ଧାରଣ କରିଥିଲି?

ପିଲାଦିନେ ଯେଉଁ ଶିକ୍ଷକଙ୍କଠାରୁ ମୁଁ ବେତ ମାଡ଼ଖାଇ, ଶିକ୍ଷାଧାରଣ କରି ଆଇ.ପି.ଏସ୍.ରେ ଉତ୍ତୀର୍ଣ୍ଣ ହୋଇପାରିଛି, କ’ଣ ସେମାନଙ୍କ ପାଇଁ ଆଜି ଏ ଅସ୍ତ୍ର...!! କିଛି ବି ନିଷ୍ପତ୍ତି ନେଇପାରୁ ନଥାଏ ମୁଁ। ନିଜ ହକ୍ ପାଇଁ ଲଢି ଆସୁଥିବା ମୋ ନିଜର ଭାଇବନ୍ଧୁ ସଖା-ସହୋଦରଙ୍କୁ ସପକ୍ଷ କରିବା ପରିବର୍ତ୍ତେ ଆଜିର ଏ ତୁଛ ସରକାରଙ୍କ ଆଦେଶକୁ ସ୍ଵୀକାର କରିଥିବା ଯୋଗୁଁ ନିଜକୁ ଅଧିକ ଧିକ ଓ ଘୃଣିତ ମନେକରୁଛି।

ଆଜିକୁ ଦୀର୍ଘ ୨୦ଦିନ ଧରି ଖରା, ବର୍ଷା ଓ ଶୀତକୁ ଖାତିର ନକରି ନିଜର ଅଧିକାର ପ୍ରାପ୍ତ ପାଇଁ ଧାରଣା ଦେଇ ଆସୁଛନ୍ତି ଏମାନେ ବିଧାନସଭା ସମ୍ମୁଖରେ। ସରକାର କିନ୍ତୁ ନୀରବ। ସବୁ ଜାଣି ବି ଅଜଣା। ସର୍ବଶିକ୍ଷା ଅଭିଯାନ ଏବଂ ପ୍ରାଥମିକ ଶିକ୍ଷା ପାଇଁ କୋଟି-କୋଟି ଟଙ୍କା ଯାହା ବିଧାନସଭା ବଜେଟରେ ପାସ୍ ହୋଇଥିଲା, ସେ ସବୁକୁ ଠୁଳକରି ସେହି ମନ୍ତ୍ରୀମାନେ ତ’ ଆରାମରେ ଏସି ରୁମରେ ବସିଛନ୍ତି। କିନ୍ତୁ ସେହି ବଜେଟ ଅନୁସାରେ ଯେତିକି ପରିମାଣର ସ୍କୁଲଗୃହ ନିର୍ମାଣର ଯୋଜନା ଏବଂ ଶିକ୍ଷକମାନଙ୍କୁ ନିଯୁକ୍ତି କରାଗଲା ତାହାର ଅର୍ଥ ନା କୌଣସି ଶିକ୍ଷା ବିଭାଗକୁ ଆସିଛି ନା’ କାର୍ଯ୍ୟକାରୀ ହୋଇପାରିଛି ।

ଏମିତିରେ ଦେଖିବାକୁ ହେଲେ, ଓଡ଼ିଶାରେ ୭୦ରୁ ୮୦ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ଉପରେ ହିଁ ନିର୍ଭରଶୀଳ। ଅନ୍ୟ ରାଜ୍ୟଭଳି ଆମ ରାଜ୍ୟରେ ପ୍ରାଥମିକ-ଶିକ୍ଷାକୁ ବ୍ୟାପାରଭିତ୍ତିକ କରି ଆଗେଇ ନାହାନ୍ତି କର୍ପୋରେଟର ମାନେ । କାରଣ, ଶିକ୍ଷା ପାଇଁ ଯେତିକି ଅର୍ଥ ବଜେଟରେ ପାସ୍ ହୋଇଥାଏ ତାହା ପର୍ଯ୍ୟାପ୍ତ ମାତ୍ରାରେ ଭଲ ଶିକ୍ଷା ପ୍ରଦାନ କରିବାରେ ସହାୟ। କିନ୍ତୁ, ଦୀର୍ଘ ଦୁଇ ଦଶନ୍ଧି ଧରି ଆମେ ଯାହା ଦେଖି ଆସିଛୁ ତାହା କ’ଣ କାହାକୁ ଅଜଣା!

ପ୍ରକୃତରେ ସରକାର ଏକ ଛାତ୍ରର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଚିନ୍ତା କରୁଥିଲେ, ଏପରି କମ୍ ଶିକ୍ଷିତ (ଅଶିକ୍ଷିତ) ବେକାର ଯୁବକଙ୍କୁ କୋଟାଭିତ୍ତିକ ଯୋଜନାରେ ନିଯୁକ୍ତି ନକରି ଉଚ୍ଚଶିକ୍ଷିତଙ୍କୁ ନିଯୁକ୍ତି କରିପାରନ୍ତା । ମୋ ମତରେ ଶିକ୍ଷାକ୍ଷେତ୍ରରେ ଏପରି ଅବହେଳା ଆଗାମୀ ପିଢୀ ପାଇଁ କେବେ ବି ଗ୍ରହଣଯୋଗ୍ୟ ନୁହେଁ । କେବଳ ଏତିକି ନୁହେଁ, ଆଜିର ଏହି ଧାରଣାର ଯେଉଁ ମୁଖ୍ୟ ଦାବି/ପ୍ରସ୍ତାବ – ‘ବେତାଲିମ (ଅପ୍ରଶିକ୍ଷିତ) ଶିକ୍ଷକଙ୍କ ଦ୍ଵାରା ମାଟ୍ରିକ ପରିକ୍ଷ୍ୟାର୍ଥୀଙ୍କ ଉତ୍ତରପତ୍ର ଯାଞ୍ଚ କରାଯିବା କେତେଦୂର ଯଥାର୍ଥ’! ଏହା କରିବା ଦ୍ଵାରା ସରକାର କ’ଣ ସେମାନଙ୍କ ଭବିଷ୍ୟତ ସହ ଖେଳୁ ନାହାନ୍ତି? କେଉଁ ଆଶା ରଖି ଏହି ସରକାର (ଅବା ଶିକ୍ଷ୍ୟାବିଭାଗ) ଅଶିକ୍ଷିତ ଏବଂ ଅପ୍ରଶିକ୍ଷିତ ଶିକ୍ଷକଙ୍କୁ ନିଯୁକ୍ତି କରିପାରିଛି, ସତରେ ଆଶ୍ଚର୍ଯ୍ୟର ବିଷୟ! ଆଉ ଏହାଠୁ ବଡ ଆଶ୍ଚର୍ଯ୍ୟ, ଏଭଳି ଏକ ବିରାଟ ଭୁଲକୁ ସୁଧାରିବା କିମ୍ବା ଅନ୍ୟ ଉପାୟ ଅବଲମ୍ବନ କରିବା ପରିବର୍ତ୍ତେ ସରକାର ସେହି ଶିକ୍ଷକଙ୍କ ଉପରେ ଲାଠିମାଡ଼ର ଆଦେଶ ଦେଇଛି।

ସତରେ ପିଲାଦିନରୁ ମୋ ମନରେ ଦେଶ ରକ୍ଷାର ଯେଉଁ ମୋହ ଲାଗିରହିଥିଲା, ତାହା ଆଜି ଛାଡ଼ିଯାଇଛି । ଆଜି ମୁଁ ସଂପୂର୍ଣ୍ଣ ନିରର୍ଥକ। ନା’ ମୁଁ ଆଗେଇପାରୁଛି, ନା’ ପଛେଇ । ମୁଁ ଜାଣେ, ମୁଁ ଯଦି ପଛେଇବି ଅନ୍ୟ କେହି ଅଫିସର ଆସି ଏହି କାର୍ଯ୍ୟ ତୁଲାଇବ । ତେଣୁ, ଆଜିର ଏହି ଅର୍ଜୁନ ନିଜର ଧନୁ-ତୀରକୁ ପଛରେ ଛାଡ଼ି ଆସିଛି । ସେମାନେ ଯଦି ଅହିଂସା ନୀତି ଆପଣେଇଛନ୍ତି, ତେବେ ମୁଁ କାହିଁକି ଶସ୍ତ୍ର ଧରିବି! ଆଉ, ସେମାନେ ଯଦି ବି ଆଗେଇ ଆସନ୍ତି, ଧସେଇଯା’ନ୍ତି ବିଧାନସଭା ଭିତରକୁ ତେବେ ମୁଁ ପ୍ରତିରୋଧ କରିବି, କିନ୍ତୁ ବିନା କୌଣସି ଅସ୍ତ୍ରରେ । ଆସିବେ ଯଦି ଆସନ୍ତୁ । ସରକାରଙ୍କ ଆଦେଶ ମାନିବା ଅପେକ୍ଷା, ମୋ ନିଜର ଗୁରୁଜନମାନଙ୍କ ପାଦତଳେ ପଡ଼ି ଜୀବନ ହରାଇବାକୁ ଅଧିକ ମନେକରିବ ଏ ଅକ୍ଷତ ନାୟକ।

10 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକMarch 25, 2018 at 5:11 AM

    ଖୁବ ସୁନ୍ଦର ଉପସ୍ଥାପନା କରିଛନ୍ତି ନରେଶ ବାବୁ । ବିଚିତ୍ର ନୀତି ନିୟମରେ ଚାଲିଛି ଏ ଦେଶ । ଏଇଥିରୁ ଅନୁମାନ ଆମ ଭବିଷ୍ୟତ ।

    ReplyDelete
  2. ନିଶିପଦ୍ମା ଶୁଭଦର୍ଶିନୀMarch 25, 2018 at 5:15 AM

    ଗୋଟେ ବିଦ୍ରୋହୀ ମନ ର ପରିଭାଷା | ଉଦ୍ୟମ ଜାରି ରହୁ , ନିୟମ ରେ ମଧ୍ୟ ସୁଧାର ଆସିଯିବ । ଧନ୍ୟବାଦ........

    ReplyDelete
  3. ଶୁଭକାନ୍ତ ସାହୁMarch 25, 2018 at 10:33 AM

    ଆପଣ ନିଛକ ସତ କଥାକୁ ଅତି ନିଖୁଣ ଭାବେ ବର୍ଣନା କରିଛନ୍ତି। ସରକାର୍ ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଫିସର ମାନଙ୍କ ଅନ୍ତତଃ ଏ ସମ୍ବେଦନା ରହନ୍ତାକି!

    ReplyDelete
  4. ନରେଶ କୁମାର ବେହେରାMarch 25, 2018 at 12:59 PM

    Dhanyabad Laxmi Bhai. Hope the system will change once. But it's the time to change. If not, then it'll never be able.

    ReplyDelete
  5. ନରେଶ କୁମାର ବେହେରାMarch 25, 2018 at 1:02 PM

    Dhanyabad Nishi! Galpa ta anek lekhi heba kintu satya ku prakash kari, samaja re heuthiba corruption ku roki na parile ki labha!
    Ebhali protsahan milu lekhakanku.

    ReplyDelete
  6. ନରେଶ କୁମାର ବେହେରାMarch 25, 2018 at 1:05 PM

    Thik katha Subhakant Bhai. Kalam ra mulya ku aji ra loke bhuligaleni. Aau jie kalam uthauchi taku atankavadi, Marxist ghoshita kaleni. Sarkar sabu jani bi ajana.

    ReplyDelete
  7. Naresh sir, apana a lekha madhyamare mote kandaidele.satare a lekha ati uchakoteera au hrudayasparshi bi.

    ReplyDelete
  8. sata katha ti lekhichhanti....hridayasparshi lekha ti....thank u such a wonderful thoughts....

    ReplyDelete
  9. ନରେଶ କୁମାର ବେହେରାMarch 31, 2018 at 3:31 PM

    It's the fact of our administration. Thanks, Anjana for reading my article. I hope for a little success for our beloved teachers from this little effort.

    ReplyDelete
  10. ନରେଶ କୁମାର ବେହେରାMarch 31, 2018 at 3:31 PM

    I am too glad and thankful that you read my article.

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।