ସାତ ରଙ୍ଗର ସପନ - ପବିତ୍ର କୁମାର ନାୟକ

ସାତ ରଙ୍ଗର ସପନ - ପବିତ୍ର କୁମାର ନାୟକ

ରଙ୍ଗର ପସରା ସଙ୍ଗେ ନେଇ ପୁଣି
ଆସିଛି ଫଗୁଣ ହୋଲି
ସରାଗରେ ଥରେ ବୋଳିଦିଅ ରଙ୍ଗ
ସବୁ ହେଇଯିବ ନାଲି !!

ମନରେ ରଖିଛ କି'ଅବା ଭୁଲିଛ
ରଙ୍ଗଭରା ସେଇ ଦିନ
ବୋଳିଥିଲି ସାତ ରଙ୍ଗ ଟିକେ ଟିକେ
କରିଥିଲ ବୋଲି ମାନ !!


ଏକା ଏକା ଲାଗେ ଦୁନିଆଟା ଆଜି
ହୃଦୟେ ଅଜଣା କୋହ
ମନରେ ତନରେ ଭରିଦେଇ ରଙ୍ଗ
ହଜିଗଲା ତୁମ ମୁହଁ !!

ଆଜି ବି ଖେଳୁଛ ହୃଦୟରେ ହୋଲି
ଭିଜାଇ ପୀରତି ରଙ୍ଗେ
ଭୁଲିବି କେମିତି ଅବିର ଛିଟାରେ
ଭିଜିଥିଲି ଅଙ୍ଗେ ଅଙ୍ଗେ !!






ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ

2 Comments

  1. ବହୁତ ବଢିଆ ଏ କବିତା
    ହୋଲି ର ଅନେକ ଶୁଭ କାମନା

    ReplyDelete
  2. ଅଶେଷ ଅଶେଷ ସାଧୁବାଦ ଜଣାଉଛି ଆପଣଙ୍କୁ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।