Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ସଞ୍ଜବେଳର ସଂଘମିତ୍ରା - ସିମାଞ୍ଚଳ ରଣା

ତୁମ ପଣତ କାନିରୁ କିଛି ମିଳିଲାନି,
ସେନେହଁ ମମତା ସରାଗ ।
ଜୀବନଟା ସାରା ଅଭିନୟ କଲ,
ଦେଇ ମାନସିକ ଆଘାତ ।
ସମ୍ପର୍କ ଆମର ହୋଇବି ନିବିଡ଼,
ନିଜର ହୋଇନ କେବେ ।
ସହି ସହି ଆଜି ଛାତିର ଦରଜ,
ଏକା କାନ୍ଦୁଛି ନିରବେ ।
ଗୋଧୂଳି ଲଗନେ ଜଳିବ ସଳିତା,
କଥା ଦେଇଥିଲୁ ସତେ ।
ଆଜି ଚଉରା ଶାପଗ୍ରସ୍ତ ପରି,
ନିଇତି ଲାଗଇ ମୋତେ ।
ଆଖି ଇସାରାରେ ମନ ଚୋରି କଲୁ,
ଦେଲୁ ସମ୍ପର୍କରେ କେତେ ରାଣ ।

ଜ୍ବାଳାମୁଖୀ ହୋଇ ଜାଳିବି ଦେଇଛୁ,
ମୋ ସପନର ମଧୁବନ ।
ଆଶାରୁ ଅଧିକ ଚାହିଁ ମୁଁ ନଥିଲି,
ପ୍ରତିଦାନେ କିଛି ସମ୍ପତ୍ତି ।
କାହିଁକି ଯାଚିଲୁ ଛଳନା ପୀୟୂଷ,
କେଉଁ ଦୋଷ ଥିଲା ବାକି ।
ପାଦ ଚିହ୍ନ ଆଜି ବେଳାଭୂମି ପରେ,
ହଜାରେ ଅଚିହ୍ନା ସାଥେ ।
କେଉଁ ପାଦ ଚିହ୍ନ ତୋହର ଲୋ ପ୍ରିୟା,
କେମିତି ଜାଣିବି ସତେ ।
ପାଦକୁ ପାଦରେ ସାଥି ହୋଇଲେନି,
ଯେବେ ଚାଲିଗଲୁ ସଂଘମିତ୍ରା ।
ତୋ ପ୍ରତୀକ୍ଷା ରେ ବିତିଯାଏ ସନ୍ଧ୍ୟା,
ରାତି ସପନ ଲାଗଇ ଫିକା ।






ସିମାଞ୍ଚଳ ରଣା, କୁର୍ତ୍ତମଗଡ, କନ୍ଧମାଳ

Post a Comment

0 Comments