ପ୍ରୀତି ରଙ୍ଗ ଟିକେ ଦିଅ - ଗୋପାଳ ଚନ୍ଦ୍ର ସାଓ

ପ୍ରୀତି ରଙ୍ଗ ଟିକେ ଦିଅ - ଗୋପାଳ ଚନ୍ଦ୍ର ସାଓ

ଦେବ ନାହିଁ ମୋତେ ଅଜସ୍ର ରଙ୍ଗ
ପ୍ରୀତି ରଙ୍ଗ ଟିକେ ଦିଅ
ମନେ ଅଛି ଆଶା ରଖିଛି ଭରସା
ମନ ଦେଇ ମନ ନିଅ ॥

ମିଠା ମିଠା କଥା କହି ତୁମେ ମୋତେ
ବାଢି ଦେବ ମିଠା ପରସ
ମିଠା ପ୍ରତୀକ୍ଷାରେ ବାଟ ଚାହିଁଥିବି
ଯେମିତି ମୁଁ ପ୍ରତି ବରଷ ॥


ହସି ହସାଇବ ଖୁସି ସାଉଁଟିବ
ଫଗୁଣର ପ୍ରତି ଛନ୍ଦେ
ଝରିପଡୁ ସ୍ନେହ ପ୍ରେମ ସୁଧାବାରି
ମନ ଭିଜୁ ପ୍ରୀତି ବୁନ୍ଦେ ॥

ଫଗୁଣ ନଲାଗୁ ଫିକା ଫିକା କେବେ
ସ୍ମୃତି ରଙ୍ଗେ କଷି ଯାଉ
ବରଷକୁ ଥରେ ଏଇ ମନଧାରେ
ପ୍ରୀତି ବନ୍ୟା ବହୁଥାଉ






ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ

0 Comments