Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଅଜ୍ଞାତ ବୀରାଙ୍ଗନା - ପାରମିତା ମିଶ୍ର

ପାରମିତା ମିଶ୍ର
ଆମ୍ବପୁଆ, ବ୍ରହ୍ମପୁର, ଗଞ୍ଜାମ
ଦୂରଭାଷ: ୭୦୬୪୧୭୨୩୮୦

୧୯୨୦ ମସିହା, ଦେଶରେ ଅସହଯୋଗ ଆନ୍ଦୋଳନର ପ୍ରଭାବ ସାରା ଦେଶରେ ମହାମାରି ପରି ବ୍ୟାପିଗଲା । ଅପରପକ୍ଷେ ରଙ୍ଗୁନ ଆମ ପଡୋଶି ରାଷ୍ଟ୍ରରେ ତାର କୌଣସି ପ୍ରଭାବ ନଥିଲା । ବୃହତ ଭାରତରେ ବର୍ମା ଓ ରଙ୍ଗୁନ ମଧ୍ୟ ଅଂଶ ଥିଲେ, ଭାରତରୁ ଅଲଗା ହେଲା ପରେ ବି ଏକ ଭାବନାତ୍ମକ ସମ୍ବନ୍ଧ ରହିଥିଲା ଆମ ଦେଶ ପ୍ରତି । ସେ ସମୟରେ ବହୁତ ଲୋକ ଦେଶ ଛାଡି ବର୍ମା ଓ ରଂଗୁନ ଭଳି ଜାଗାକୁ ଚାଲି ଯାଉଥିଲେ, ମୋ ଆପ୍ପା ମଧ୍ୟ ସେହି ସମୟରେ ତମିଲନାଡୁ ଛାଡି ରଙ୍ଗୁନ ଚାଲି ଯାଇଥିଲେ । ସେଠାରେ ରହି ଧିରେ ଧିରେ ସେ ଏକ ସୁନା ଖଣିର ମାଲିକ ବନିଯାଇଥିଲେ । ମୋ ଦେଶ ବାହାରେ ରହୁଥିଲେ ସିନା କିନ୍ତୁ ମନରେ ଦେଶ ପ୍ରେମ ଟିକେ ବି କମି ନଥିଲା । ଦେଶ ବାହାରେ ରହି ସୁଧା ସେ ଭାରତୀୟ ହେବାର କର୍ତ୍ତବ୍ୟରେ କେବେ ହେଳା କରିନଥିଲେ। ମୋ ଆପ୍ପା ଅର୍ଥ ଆକାରରେ ବା ଅନ୍ୟ ପ୍ରକାରେ ଦେଶର ହିତରେ ସାହାଯ୍ୟ ପାଇଁ ସବୁବେଳେ ତତ୍ପର ଥିଲେ । ମୋର ଜନ୍ମ ସେଇଠି ବର୍ମାରେ ହି ହୋଇଥିଲା। ଆମ ଘରର ମାହୋଲ ଏକ ସ୍ୱାଧିନତା ସେନାନିର ଘର ପରି ହିଁ ଥିଲା,ଆପ୍ପା ଆଉ ଆମ୍ମା ସବୁବେଳେ ଭାରତର ସ୍ୱତନ୍ତ୍ରତା ବିଷୟରେ ଚର୍ଚ୍ଚା କରୁଥିଲେ । ସ୍ୱାଧିନତା ସଂଗ୍ରାମୀମାନଙ୍କ ବଳିଦାନ ଓ ଇଂଗ୍ରେଜମାନଙ୍କ ବର୍ବରତାର କଥା ଶୁଣି ପିଲାବେଳୁ ହିଁ ମୋ ମନରେ ସ୍ୱାଧିନତାର ବହ୍ନି ଜଳି ଉଠିଥିଲା । ପିଲାବେଳୁ ହିଁ ଆମକୁ ଶିଖା ଯାଇଥିଲା ଦେଶ ସର୍ବପ୍ରଥମ ସ୍ୱରାଜ ଆମର ଲକ୍ଷ୍ୟ ।


ଆମ ଘରକୁ ସେଦିନ ବହୁତ କୁଣିଆ ଆସିଥିଲେ । ଘରେ ସମସ୍ତେ ବହୁତ ଖୁସି ଥିଲେ । ହଠାତ ରେଡିଓରୁ ଆସୁଥିବା ଏକ ଖବର ଶୁଣି ଘରେ ମାତମର ମାହୋଲ ଖେଳିଗଲା । ମୁଁ କିଛି ବୁଝିପରିଲିନି ଘଟଣା କଣ ? ଭଗତ ସିଂଙ୍କୁ ଫାଶି ହୋଇଥିଲା । କିନ୍ତୁ ଭଗତ ସିଂ କିଏ ? ତାପର ଦିନ ମୁଁ ଖବର କାଗଜରେ ଭଗତ ସିଂ ବିଷୟରେ ପଢିଲି ମୋ ଆଖିରେ ପାଣି ଆସିଗଲା। ଭଗତ ସିଂ ସେ ସବୁ କାହାଣୀ ଠାରୁ ଅଧିକ ବଳିଷ୍ଠ ଥିଲା ଯାହା ମୁଁ ପଢିଥିଲି । କିନ୍ତୁ ତା ସହ ପ୍ରତିଶୋଧର ଏକ ନିଆଁ ମୋ ମନରେ ଜଳି ଉଠିଥିଲା । ଇଚ୍ଛା ହେଉଥିଲା ସେଇ ବର୍ବର ଜାତି ଉପରେ ଗୁଳି ବରଷେଇ ଦିଅନ୍ତି । ମୋ ଅପ୍ପା ଗାନ୍ଧିଜୀଙ୍କୁ ବହୁତ୍ ମାନୁଥିଲେ । ମତେ ଅହିଂସାର କଥା ସବୁ ବୁଝାଉଥିଲେ ସେ, କିନ୍ତୁ ମୁଁ ତାକୁ ସହମତ ହୋଇ ପାରୁନଥିଲି, ମତେ ଅସହ୍ୟ ହେଉଥିଲା । ମୁଁ ଏକମତ ହୋଇ ପାରୁନଥିଲି । ମୁଁ ଭଗତ ସିଂ ପରି ବନ୍ଧୁକ ଧରି ଅଭ୍ୟାସ କରିବା ଆରମ୍ଭ କଲି । ମୋ ସାମ୍ନାରେ ଇଂଗ୍ରେଜ ହିଁ ମୋର ଗୁଳିର ଲକ୍ଷ୍ୟ ଥିଲେ । ସେତେବେଳେ ମତେ ପ୍ରାୟ ଦଶ ବର୍ଷ ହେବ। ଦିନେ ଆମ ଘରକୁ ଜଣେ ମହାନ ବ୍ୟକ୍ତିତ୍ୱ ଆସିଲେ, ମୋ ଘରେ ସମସ୍ତେ ଗାନ୍ଧିଜୀଙ୍କୁ ବହୁତ ମାନୁଥିଲେ ତେଣୁ ସେମାନେ ସମସ୍ତେ ଗାନ୍ଧିଜୀଙ୍କ ସ୍ୱାଗତ ସମ୍ବର୍ଧନାରେ ଲାଗି ପଡିଲେ । ସେଠି ମତେ ଖୋଜା ପଡିଲା କିନ୍ତୁ ମୁଁ ତ ମୋର ବନ୍ଧୁକ ଚଳନା ଅଭ୍ୟାସରେ ବ୍ୟସ୍ତ ଥିଲି । ଗାନ୍ଧିଜି ମୋ ପଖକୁ ଆସିଲେ ମୁଁ ତ ଜାଣିବି ପାରିଲିନି ସେ କେତେବେଳେ ଆସିଲେ, ମୋ ହାତର ବନ୍ଧୁକ ତାଙ୍କୁ ଭଲ ଲାଗିଲାନି, ସେ କହିଲେ ହିଂସା ଆମକୁ ପତନ ଆଡକୁ ଟାଣି ନେବ, କେବେଳ ଅହିଂସାରେ ହିଁ ପରମଧର୍ମ । ମୁଁ ତାଙ୍କ ସହ ଏକମତ ନଥିଲି, ଇଂରେଜ ମାନେ ଯୋଉ ହିଂସା କରୁଛନ୍ତି ? କିନ୍ତୁ ମୁଁ ତାଙ୍କୁ କିଛି କହିଲିନି । ସେ ଚାଲି ଗଲା ପରେ ମୁଁ ପୁଣି ଅଭ୍ୟାସରେ ଲାଗିଲି। ମୁଁ ଇଟା ଜବାବ ପଥରରେ ଦେବାକୁ ବିଶ୍ୱାସ କରୁଥିଲି । ଘରେ ମୋ କଥା କେହି ବୁଝି ପାରୁନଥିଲେ କିନ୍ତୁ ସେତେବେଳେ କେହି ଜଣେ ଥିଲେ ଯାହାର ଚିନ୍ତାଧାରା ମତେ ବେସ ପ୍ରଭାବିତ କରିଥିଲା । ଯିଏ ପ୍ରତିସୋଧରେ ବିଶ୍ଵାସ ରଖୁଥିଲେ । ଭଗତ ସିଂର ଫାସିର ପ୍ରକୃତରେ ଜଦି କିଏ ବିରୋଧ କରିଥିଲା ସେ ହେଉନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ । ମୁଁ ନିଜକୁ ନେତାଜୀଙ୍କ ଆଦର୍ଶରେ ଢାଳି ଦେଲି । ନେତାଜୀଙ୍କର ସବୁ ଭାଷଣକୁ ବଡ ଧ୍ୟାନରେ ଶୁଣେ ଆଉ ତାକୁ ମନେ ରଖି ଖାତାରେ ଲେଖିପକାଏ । ଖବରକାଗଜରେ ବାହାରୁଥିବା ନେତାଜୀଙ୍କ ସବୁ ଫୋଟୋକୁ ମୁଁ ସଂଗ୍ରହ କରି ସାଇତି ବାକୁ ଲାଗିଲି। ମୋ ପାଇଁ ନେତାଜୀ ମୋର ହିରୋ ଥିଲେ । ମୋର ଆଦର୍ଶ । ସେ ବିଶ୍ୱାଶ କରୁଥିଲେ ଯେ ବ୍ରିଟେନ ପରି ଦେଶକୁ ଆମେ ହରାଇ ପାରିବା ଇଚ୍ଛା ଶକ୍ତି ବଳରେ ଓ ମୁ ବି ତାଙ୍କୁ ବିଶ୍ୱାସ କରୁଥିଲି । ମୁ ସ୍ୱପ୍ନ ଦେଖେ କେବେ ନେତାଜୀ ରଂଗୁନ ଆସିବେ, କେବେ ମୁ ତାଙ୍କୁ ଭେଟିବି। ଭେଟିଲେ କଣ କଥା ହେବି । ମୁ ତ ଅଭ୍ୟାସ ବି କରୁଥିଲି ମୁ ନେତାଜୀଙ୍କ ସହ ମିଶିଲେ ତାଙ୍କୁ ପ୍ରଥମେ ତାଙ୍କରି ନାରା କହିବି ଜୟ ହିନ୍ଦ ଆଉ ସାଲୁଟ୍‍ କରିବି। ନେତାଜୀଙ୍କ ବିଷୟରେ ମୁ ବହୁତ ପଢିଛି ,ତାଙ୍କ ବ୍ୟକ୍ତିମତ ସମ୍ପୁର୍ଣ୍ଣ ଅଲଗା ଥିଲା। ସେ କହୁଥିଲେ ଯେ ଦେଶର ସୈନ୍ୟ ସବୁଠୁ ମଜବୁତ ହେବା ଦରକାର୍ । ସବୁଠୁ ନିଆରା ତାଙ୍କ ବ୍ୟକ୍ତିତ୍ୱ। ତାଙ୍କ ଆଖିରେ ସମସ୍ତେ ସମାନ ନାରୀ, ପୁରୁଷ, ଧନୀ, ଗରିବ ସମସ୍ତେ ପରିଶେଷରେ କେବଳ ଭାରତୀୟ । ନେତାଜୀ ସୈନ୍ୟ ବନାଉଥିଲେ, ସେ ଦେଶ ବାସିଙ୍କୁ ଆହ୍ୱାନ କରୁଥିଲେ ସୈନ୍ୟ ବନିବାକୁ । ସେ ପ୍ରଥମ ଲୋକ ଯିଏ କି ପ୍ରଥମ ମହିଳା ସୈନ୍ୟ ବାହିନି ବନେଇଥିଲେ । ମୁ ସ୍ୱପ୍ନ ଦେଖୁଥିଲି ମତେ କେବେ ସେ ସୁଯୋଗ ମିଳିବ । ମୋର ଅପେକ୍ଷ୍ୟାର ଅନ୍ତ ହେଲା। ଆଉ ଜଲଦି ହିଁ ମୋ ଇଚ୍ଛା ପୁରା ହେଲା ।


ମୋର ବୟସ ସେତେବେଳକୁ ପନ୍ଦର ହେବ । ସ୍କୁଲରୁ ଫେରିଲା ବେଳେ ରେଡିଓରେ ଖବର ଆସୁଥିଲା, ମୋ କାନରେ ନେତାଜୀଙ୍କ ନା ପଡିଲା ମାତ୍ରେ ମୁ ସେଇଠି ଠିଆ ହୋଇ ଗଲି, ଶୁଣିଲି ନେତାଜୀ ରଂଗୁନ ଆସୁଛନ୍ତି, ଖୁସିରେ ମୋ ଗୋଡ ତଳେ ଲାଗୁ ନଥିଲା । ବର୍ଷେ ତଳେ ଯେଉଁ ପୁର୍ଣ୍ଣ ସଂଗ୍ରହଣ ନାରା ସେ ଲଗେଇ ଥିଲେ ତାହା ପୁରା ହେବାକୁ ଯାଉଥିଲା। ସେ କହୁଥିଲେ ଯେ ଆମ ଦେଶକୁ ସ୍ୱାଧିନ କରିବାକୁ ହେଲେ ଆମର ମରିବାର ଇଚ୍ଛା ପ୍ରଖର ହେବା ଆବଶ୍ୟକ। ସେ ଆହ୍ୱାନ କରୁଥିଲେ ଯେ ମତେ ତୁମର ରକ୍ତ ଦିଅ, ମୁ ତୁମକୁ ଆଜାଦି ଦେବି, ରକ୍ତ ହିଁ ତୁମକୁ ଆଜାଦ କରିପାରିବ। ମତେ ଇଚ୍ଛା ହେଉଥିଲା ସେହି କ୍ଷଣି ନିଜର ଶେଷ ରକ୍ତ ବୁନ୍ଦକ ତାଙ୍କୁ ଅର୍ପିତ କରିଦେବାକୁ । ଭାଗ୍ୟକୁ ସେତେବେଳେ ନେତାଜୀଙ୍କ ଦାନ କ୍ୟାମ୍ପ ଲାଗିଥିଲା , ବହୁତ ଲୋକ ନିଜ ସମର୍ଥ ଅନୁସାରେ ଦାନ ଦେଉଥିଲେ ମୁଁ ମୋର ସବୁ ସୁନାଗହଣା ସେଠି ସବୁ ଦେଇ ଆସିଲି କିନ୍ତୁ ଦାନ ନେଉଥିବା ବ୍ୟକ୍ତି ମତେ ଅଜିବ ନଜରରେ ଦେଖିଲେ ଆଉ ମୋ ନା ପଚାରିଲେ, ମୁ କହିଦେଲି ମୋ ନା ରାଜମଣି । ମତେ ଶାନ୍ତି ଲାଗୁଥିଲା ମୁ ଦେଶ ପାଇଁ କିଛି କରିଛି, ଆଉ ମୋର ବିଶ୍ଵାସ ଥିଲା ନେତାଜୀ ମୋର ଦାନ ସ୍ୱିକାର କରିବେ। ସ୍କୁଲରୁ ଫେରିଲା ବେଳକୁ ମୋ ଆପ୍ପା ସାଙ୍ଗରେ କେହି ବସିଥିବାର ଦେଖିଲି, ମୁ ଧିରେଧିରେ ଭିତରକୁ ଗଲି , ମୁ ମୋ ଆଖିକୁ ବିଶ୍ୱାସ କରିପାରିଲିନି ଓହ ସେ ନେତାଜୀ, ସତରେ ସେ ନେତାଜୀ ଥିଲେ। ମୁଁ ଆଶ୍ଚର୍ଯ୍ୟରେ କେବଳ ତାଙ୍କୁ ଚାହିଁ ରହିଗଲି ,ମୋ ପାଟିରୁ କିଛି କଥା ବାହାରିଲାନି କିନ୍ତୁ ମତେ ବଡ ଅସନ୍ତୋଷ ଲାଗିଲା, ଦେଖିଲି ସେ ଆମ ଘରକୁ ମୁ ଦାନରେ ଦେଇ ଆସିଥିବ ଗହଣା ଫେରେଇବାକୁ ଆସି ଥିଲେ। ମୁ କହିଦେଲି ଏସବୁ ଗହଣା ତ ମୋର ତ ସେ ଏସବୁ ମୋ ଆପ୍ପାକୁ କାହିକି ଦେଉଛନ୍ତି । ଆପଣ ହିଁ କହନ୍ତିନା ଏ ଆନ୍ଦୋଳନ ଆମ ସମସ୍ତଙ୍କ ତେବେ ଆପଣଙ୍କୁ ଏ ସବୁ ନେବାକୁ ହିଁ ପଡିବ । କିନ୍ତୁ ନେତାଜୀ ଗହଣା ନେବାକୁ ମନା କରିଦେଲେ, କହିଲେ ଲକ୍ଷ୍ମୀ ବା ଟଙ୍କା, ଧନ ତ ଅସିବ ବା ଚାଲିଯିବ କିନ୍ତୁ ସରସ୍ୱତୀ କେବେ କାହାକୁ ଛାଡି ଯିବନି । ସେହିଦିନଠୁ ସେ ମୋ ନାମ ସରସ୍ୱତୀ ରଖିଦେଲେ । ତାପରେ ମୋ ନା ହେଲା ସରସ୍ୱତୀ ରାଜମଣି । ହେଲେ ମୁ ବି ମୋ ଜିଦ୍ଦିରେ ଅଟଳ ଥିଲି ମୁ କହିଲି ଏ ଗହଣା ମୁ ସେତେବେଳେ ନେବି ଜେତେବେଳେ ଆପଣ ମତେ ନିଜ ସୈନ୍ୟ ଦଳରେ ସାମିଲ କରିବେ। ମୋ ଘରେ ଜାଣି ଥିଲେ ଯେ ଆମ ପାଇଁ ସ୍ୱରାଜ ପ୍ରଥମ ବାକି ସବୁଠୁ ଅଧିକ, କିନ୍ତୁ ନେତାଜୀ ମାନୁ ନଥିଲେ କହୁଥିଲେ ମୁ ବହୁତ ଛୋଟ ଏବେ । ପିଲା ଦିନୁ ମୁ ଏଇ ସ୍ୱପ୍ନ ଦେଖିଛି ଯେ ମୁ ନେତାଜୀଙ୍କ ସୈନ୍ୟରେ ସାମିଲ ହେବି । ହାତରେ ଆସିଥିବା ସୁଯୋଗକୁ ମୁ ଏତେ ସହଜରେ କେମିତି ଛାଡିଥାନ୍ତି ଶେଷରେ ମୋ ଜିଦ୍ଦ ଆଗରେ ନେତାଜୀ ହାର ମାନିଲେ କିନ୍ତୁ ସର୍ତ୍ତ ରଖିଲେ ମୋର ଅଭ୍ୟାସ ନର୍ସରୁ ଆରମ୍ଭ କରିବା ପାଇଁ । ମୋ ପାଇଁ ଏତିକି ଯଥେଷ୍ଟ ଥିଲା ମୁ ବାସ ନେତାଜୀଙ୍କୁ ଯୋଗ ଦେବାକୁ ଚାହୁ ଥିଲି। ତେଣୁ ମୁ କିଛି ନଭାବି ହଁ ଭରିନେଲି। ଇଣ୍ଡିଆନ ନେସନାଲ ଆର୍ମି (INA)ରେ ମୋର ଅଭ୍ୟାସ ଆରମ୍ଭ ହେଲା। ମୁ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲି ଯୁଦ୍ଧ ପିଡିତ ମାନଙ୍କୁ ସେବା କରିବାରେ। ହେଲେ ମୋ ମନ ମାନୁ ନଥିଲା। ମତେ ଦେଶ ପାଇଁ କିଛି କରିବାର ଥିଲା କିଛି ରୋମାଚକ୍ । ମୁ ତାର ସୁଯୋଗ ଅପେକ୍ଷ୍ୟାରେ ରହିଲି । ଦିନେ ମୁ ଔଷଧ ରକ୍ଷଣ ବେକ୍ଷଣ କଲାବେଳେ କିଛି ଦେଖିଲି, ମୋର ନଜର ଆଇ.ଏନ୍.ଏର ଜଣେ ସଦସ୍ୟ ଉପରେ ପଡିଲା ସେ ଜଣେ ଇଂରେଜ ଲୋକ ସହ କିଛି କଥା ହେଉଥିଲେ ଯଦିଓ ତାଙ୍କ କଥାବାର୍ତ୍ତା ମୁ ଶୁଣିପାରିଲିନି କିନ୍ତୁ ସେ କିଛି ଟଙ୍କା ନେବାର ବି ଦେଖିଲି। ମୁ ତତ୍‍କ୍ଷଣାତ ନେତାଜୀଙ୍କ ପାଖକୁ ଗଲି ଆଉ ତାଙ୍କୁ ଗୋଟି ଗୋଟି କରି ସବୁ କହିଲି ଓ ନେତାଜୀ ମୋର ସବୁ କଥାକୁ ବିନା କିଛି କହି ବିଶ୍ଵାସ କଲେ ସାଙ୍ଗେସାଙ୍ଗ ତାଙ୍କ ଲୋକକୁ ଅନୁଧ୍ୟାନ ପାଇଁ ପଠେଇଲେ। ଆଉ ତାପରେ ନେତାଜୀ ସେ କଥା କହିଲେ ଯାହା ଶୁଣିବାକୁ ମୁ ତରସିକୁ ଥିଲି ମୁ ସୈନ୍ୟ ଅଭ୍ୟାସରେ ଯୋଗ ଦେଇ ପାରିବି । ମୁ ଖୁସିରେ ନାଚିବାକୁ ଲାଗିଲି । ବୋଧେ ନେତାଜୀ ବୁଝିଥିଲେ ଯେ ମୁ ତାଙ୍କ ସିପାହୀ ହୋଇପାରିବି ।


ରେଙ୍ଗୁନରୁ ପ୍ରାୟ ସାତ କୋଶ ଦୁରରେ ଆଇ.ଏନ୍.ଏର କ୍ୟାମ୍ପ୍‍ । ମୋ ଭଳି ଆହୁରି କେତେ ଯୁବକ ,ଯୁବତୀ ସେଠି ଅଭ୍ୟାସ କରନ୍ତି। ଦେଶ ପାଇଁ ମରିବା ମାରିବା ସିପାହୀ ମାନଙ୍କ ଆଖିରେ ସଫା ଦିଶୁଥିଲା । ମୋର ଉତ୍ସାହ ଆହୁରି ଦ୍ୱିଗୁଣିତ ହୋଇ ଯାଇଥିଲା । ଆଇ.ଏନ୍.ଏ ର କ୍ୟାମ୍ପରେ ମୋର ଦିନ ଆରମ୍ଭ ହେଉଥିଲା ଭୋର ଚାରିଟାରୁ । ଭାରି କଷ୍ଟ ହେଉଥିଲା କିନ୍ତୁ ଏଇ ଅନୁଭୁତି ହିଁ ତ ମୁ ଚାହୁଥିଲି । ଆମ ନାରି ବ୍ରିଗଡେରେ ସମସ୍ତେ ବର୍ଦି ପିନ୍ଧିଥିଲେ । ମତେ ସେ ବର୍ଦି ପିନ୍ଧି ବଡ ଗର୍ବ ଲାଗୁଥିଲା। ସେ ସମୟରେ ନାରୀମାନଙ୍କ ପାଇଁ ଉପବସ୍ତ୍ର କେବଳ ଶାଢି ଥିଲା ତେଣୁ ଏ ବର୍ଦି ସତରେ ଏକ ବିପ୍ଳବ ଲାଗୁଥିଲା । ଧିରେଧିରେ ଅଭ୍ୟାସ ବଢୁଥିଲା। ନେତାଜୀ ଆମକୁ ବିଭିନ୍ନ ପ୍ରକାର ବନ୍ଧୁକ ଚାଳନାର ଅଭ୍ୟାସ କରାଉଥିଲେ। ଯୁଦ୍ଧ ସମୟରେ ବିରୋଧ ତଥା ନିଜକୁ ବଞ୍ଚାଇ ରଖିବାକୁ ଯାହା ଯାହା ଯୁଦ୍ଧ କଳା ଦରକାର ସେ ଅଭ୍ୟାସ ଅମେ ଶିଖୁଥିଲୁ। ସେତେବେଳର ଦିନ ଗୁଡିକ ବଡ କଠିନ ଥିଲା କିନ୍ତୁ ମୋ ପାଇଁ ମୋର ସବୁଠୁ ସୁନ୍ଦର ଦିନ ଥିଲା ମୁ ସାରା ଜୀବନ ସେସବୁ ମନେ ରଖିବି। ବର୍ଷା ଦିନର ଅରମ୍ଭରେ ବର୍ମାରେ ସବୁ ସ୍କୁଲ ବନ୍ଦ କରି ଦିଆ ଯାଉଥିଲା। କିନ୍ତୁ ଆମ ସ୍କୁଲ ନୁହେଁ। ଆଇ.ଏନ୍.ଏ ଦିନରେ ଚବିଶ ଘଣ୍ଟା ଓ ବର୍ଷର ୩୬୫ ଦିନ ତିଳେ ନରହି ଅଭ୍ୟାସ ଚାଲିଥାଏ । ସ୍ୱରାଜ ପାଇଁ ସମସ୍ତେ ସତେ ଯେପରି ଜୀବନ ଜିଇଁବା ମଧ୍ୟ ପାସୋରି ଜାଇଥିଲେ । ବର୍ଷା ସହ ଦେଶ ପାଇଁ କିଛି ଖରାପ ବାତାବରଣ ବି ଆସିଥାଏ । ବର୍ଷାର ଫାଇଦା ଉଠାଇ ବିରୋଧି ମାନେ ଅନୈତିକ କାମ କରିବାକୁ ପଛାନନ୍ତିନି । ଏପଟେ କ୍ୟାମ୍ପରେ ଆମର ଅଭ୍ୟାସ ଚାଲିଥାଏ। ଏଠି ସବୁ ସୈନ୍ୟମାନଙ୍କ ମଧ୍ୟରେ ବଡ ଭଲ ବନ୍ଧୁତା ଥାଏ। ମୁ ଏଠି ଦୁର୍ଗା ସହ ମିଶିଲି ଭାରି ସାହାସି ଝିଅ ସେ । ଆମର ବଂଧୁତା ହୋଇଗଲା। କିଛି ଦିନର ଆଭ୍ୟାସ ପରେ ମତେ ଆଉ ଦୁର୍ଗାକୁ ରାଣି ଝାନସି କ୍ୟାମ୍ପକୁ ପଠାଗଲା । ନେତାଜୀ ଦେଖିବାକୁ ଚାହୁଥିଲେ ଆମ ଭିତରେ ସତରେ କିଛି କରି ଦେଖେଇବାର ସାହସ ଅଛି କି ନାହିଁ । ମୁ ତ ଏଇ ମୁହୂର୍ତ୍ତକୁ ଚାହି ବସିଥିଲି କେବେ ମତେ ନିଜକୁ ଏକ ସଚ୍ଚା ସିପାହୀ ବୋଲି ପ୍ରମାଣିତ କରିବାର ସୁଯୋଗ ମିଳିବ ଆଉ ସେଦିନ ବି ଆସିଲା । ନେତାଜୀ ମୋ ପାଇ କିଛି ଭାବିଥିଲେ । ଆଉ ସେ କାମ ପାଇ ମତେ ଆଉ ଦୁର୍ଗାକୁ ବଛା ଯାଇଥିଲା । ସେତେବେଳେ ନେତାଜୀଙ୍କ ଆଜ୍ଞା ଆମ ପାଇଁ ବେଦର ଗାର ଥିଲା । ମତେ ଆଉ ଦୁର୍ଗାକୁ ନିଜର କେଶ କଟାଇବାକୁ ପଡିଲା। ଆମକୁ ଏକ ଛଦ୍ମ ବେଶ ଦିଆଗଲା। ଆମକୁ ପୁରା ପୁଅଟିଏ ଭଳି ବନେଇ ଦିଆ ଗଲା । ଆଉ ତାପରେ ନେତାଜୀ ଆମକୁ କହିଲେ ଆମକୁ କଣ କରିବାର ଥିଲା । ସେଦିନଠୁ ମୋ ନାଁ ଆଗରେ ଗୁପ୍ତଚରର ନାଁଟେ ଲାଗିଗଲା। ହଁ ନେତାଜୀ ଆମକୁ ଗୁପ୍ତଚର ସିପାହୀ ବନେଇଲେ। ମୋର ଉତ୍ସୁକତା ଆହୁରି ବଢୁଥିଲା ଏଇକାମକୁ ନେଇ । ଆମକୁ ବ୍ରିଟିଶ କ୍ୟାମ୍ପରେ ଗୁପ୍ତଚର ହୋଇ ଯିବାର ଥିଲା । ସେଠି ରହି ସେଠିକା ସବୁ ଭେଦ ନେତାଜୀଙ୍କୁ ଦେବା ଆମର କାମ ଓ ସେଥି ସକାଶେ ଆମର ଛଦ୍ମ ବେଶ ତଥା ପୁରୁଷ ଅବତାର ନିହାତି ଆବଶ୍ୟକ ଥିଲା। ବର୍ମାରୁ ପ୍ରାୟ ୭୦୦ କିଲୋମିଟର ଦୁରରେ ଏକ ବ୍ରିଟିଶ କ୍ୟାମ୍ପ ଥିଲା । ବ୍ରିଟିଶର ମାନଙ୍କୁ ସହାୟକ ପିଲା ଆବଶ୍ୟକ ଥାଏ । ସେଠିକା ସ୍ଥାନିୟ ପିଲା ମାନଙ୍କୁ ସହାୟକ ହିସାବରେ ରଖନ୍ତି । ଆମକୁ ବି ସେଠି ସହାୟକ ପିଲା ହିସାବରେ ରଖଗଲା । ଏଠି ଆମର କାମ ହେଲା ବ୍ରିଟିଶର ମାନଙ୍କ ଜୋତା ପଲିଶ କରିବା, ସଫାସଫି କରିବା, କଚରା ଉଠେଇବା ଇତ୍ୟାଦି । କିନ୍ତୁ ଆମର ଅସଲ କାମ ଥିଲା ଇଂଗ୍ରେଜ ମାନେ ଦ୍ୱିତିୟ ବିଶ୍ୱ ଯୁଦ୍ଧରେ କଣ ପଦକ୍ଷେପ ନେବେ ତାହା ଜାଣିବା ଓ ନେତାଜୀଙ୍କ ପାଖକୁ ପଠାଇବା । ନେତାଜୀ କହୁଥିଲେ ଶତ୍ରୁର ଶତ୍ରୁ ଆମର ମିତ୍ର । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭରତୀୟ ସୈନ୍ୟ ଜାପାନ ତରଫରୁ ଇଂଗ୍ରେଜ ମାନଙ୍କ ବିପକ୍ଷରେ ଲଢୁଥିଲା । ଗାନ୍ଧିଜୀଙ୍କ ବିରୋଧ ସତ୍ୱେ ନେତାଜୀ ନିଜର ଅଭିୟାନ ଚଲାଇଥିଲେ । ତେଣୁ ଇଂଗ୍ରେଜ ମାନଙ୍କ ପ୍ରତେକ ପଦକ୍ଷେପ ଆମ ପାଇ ଜରୁରି ଥିଲା। ଏଠି ସଭିଏଁ ମତେ ମଣି ବୋଲି ଡାକୁଥିଲେ। ମତେ କାମର ଉତ୍ସାହ ତ ଥିଲା କିନ୍ତୁ ଭାରି ଭୟ ଲାଗୁଥିଲା, ମନରେ ଭାବୁଥିଲି ଯଦି ଇଂଗ୍ରେଜ ମୋର ଅସଲ ପରିଚୟ ଜାଣିନିଅନ୍ତି ତେବେ ମୁ କଣ କରିବି? ମୁ ଓ ଦୁର୍ଗା ନିଜ କାମରେ ଲାଗିଗଲୁ । ଆମେ ସେଠି ସବୁ କଥାକୁ ବଡ ସୟମରେ ଶୁଣୁଥିଲୁ । ଧିରେ ଧିରେ ସାହାସ ବଢିଲା ଓ ଆମେ କାଗଜପତ୍ର ଦେଖିବା ଆରମ୍ଭ କଲୁ । ଆଇ.ଏନ.ଏ ରେ ନିଜକୁ ବଞ୍ଚାଇ ରଖିବାର ଯେଉଁ ଅଭ୍ୟାସ କରିଥିଲୁ ତାହା ଏଠି କାମ ଦେଲା । ଯେତେବେଳେ ଯାହା ହାତ ଲାଗୁଥିଲା ଆମେ ତାକୁ ହାତେଇ ନେଉଥିଲୁ । ଏଠି ସ୍ଥାନିୟ ବାସିଂଦା ନେତାଜୀଙ୍କୁ ବହୁତ ମାନୁଥିଲେ ସେ କିଛି ଲୋକଙ୍କ ସହୟତାରେ ସେହି ଖବର ସବୁ ଆଇ.ଏନ୍.ଏ ପଠାଉଥିଲୁ । ଆମର ଦେଉଥିବା ସୁଚନା ଆଇ.ଏନ୍.ଏ ର ବହୁ କାମରେ ଆସୁଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନେତାଜୀଙ୍କୁ ବନ୍ଧୁକ, ଗୁଳା ବାରୁଦର ବହୁତ ଆବଶ୍ୟକତା ଥିଲା ଆଉ ଇଂଗ୍ରେଜ ମାନଙ୍କ ପାଖରେ ଅଭାବ ନଥିଲା । ଆମେ ହଥିଆର ସବୁ କଚରା ବସ୍ତାରେ ଭରି ନେତାଜୀଙ୍କ ପାଖକୁ ପଠାଉଥିଲୁ । ଏସବୁ କାମ ବହୁତ ବିପଦପୂର୍ଣ୍ଣ ଥିଲା। ନେତାଜୀ ଆମକୁ ପ୍ରଥମେ ହିଁ କହିଥିଲେ ଏସବୁ କାମରେ ଜୀବନ ଯିବାର ଆସଙ୍କା ବହୁତ ଅଧିକ୍ । କାରଣ ଗୁପ୍ତଚର ମାନେ ସବୁଠୁ ବିପଦର କାମ, ସେମାନଙ୍କୁ ଶତ୍ରୁର ଆଖି ଆଗରେ ଠିଆ ହୋଇ ଅଥଚ ଶତ୍ରୁକୁ ନ ଜଣେଇ ଲଢେଇ କରିବାକୁ ହୁଏ । ତେଣୁ ଯଦି କେବେ କେହି ଧରା ପଡିଯାଉ ସେଇଠି ହିଁ ଆତ୍ମହତ୍ୟା କରିନେବ ଏବଂ ବାକି ଲୋକ ସେଠୁ ପଳାୟନ କରିବ। ଏମିତି କରିବା ଦ୍ୱାରା ଆମର ଭେଦ ଆଉ ବାହାରି ପାରିବନି।


ଆମକୁ ଏଇଠିକି ଆସିବାର ପ୍ରାୟ ବର୍ଷେ ହୋଇ ଯାଇଥିଲା, ଦିନେ ମୁଁ ଦେଖିଲି ଇଂଗ୍ରେଜ ସିପାହି ମାନେ ଦୁର୍ଗାକୁ ବାନ୍ଧି ନେଉଛନ୍ତି। ମୁଁ ତୁରନ୍ତ ସେଠୁ ଚାଲିଜିବାର ଥିଲା କିନ୍ତୁ ମୋ ଗୋଡ ଉଠିଲାନି। ମୁ ସେଠୁ କିଛି ଦୁରରେ ଲୁଚିକି ରହିଲି। ଦୁର୍ଗା ମୋର ବନ୍ଧୁ ମୁ ତାକୁ ଏତେ ବଡ ବିପଦରେ ଏକାକି କେମିତି ଛଡିଥାନ୍ତି । ମୁଁ ଏତେ ସ୍ୱାର୍ଥପର ହୋଇପାରିବିନି । କିଛି ସମୟ ଲୁଚିକି ରହିଲା ପରେ ମତେ କିଛି ଉପାୟ ଆସିଲା । ମୁ ବର୍ମାର ସ୍ଥାନିୟ କପଡା ପିନ୍ଧି ସେହି ଜେଲକୁ ଗଲି ନାରୀ ସଫେଇ କର୍ମି ବନିକି, ଯେଉଠି ଦୁର୍ଗା ବନ୍ଦ ଥିଲା। ଏବେ ଛଦ୍ମବେଶ ଧରିବାରେ ପାରଙ୍ଗମ ହୋଇଯାଇଥିଲି ମୁଁ । ସମୟ ଦେଖି ମୁ ଦୁର୍ଗାକୁ ଇଶାରା କରିଦେଲି, ସେ ବୁଝିଗଲା। ଯେମିତି ଇଂଗ୍ରେଜ ସୈନ୍ୟ ଟିକେ ସମୟ ବାହରକୁ ଗଲା ମୁ ଝଟ୍ ପଟ୍‍ କରି ଚାବି ଉଠେଇ ତାଲା ଖୋଲିବାକୁ ଲାଗିଲି । ଭାରି ଭୟ ଲାଗୁଥିଲା କିନ୍ତୁ ମୁ ଦୁର୍ଗାକୁ ସେଠୁ ବାହାର କରିନେଲି ଆଉ ଆମେ ବିନା ନିଶ୍ୱାସରେ ଦୌଡିବାକୁ ଲାଗିଲୁ । ଆଗରେ ଆମେ ଦୁହେଁ ଆମ ପଛରେ ସିପାହୀ । ସେମାନେ ତନ୍ନ ତନ୍ନ କରି ଆମକୁ ଖୋଜୁଥିଲେ କିନ୍ତୁ ଆମ ପାଦ ଟିକେ ବି ତଳେ ରହୁ ନଥିଲା । ହଠାତ ଏକ ଗୁଳି ଆସି ସିଧା ବାଜିଲା ମୋ ଗୋଡରେ କିନ୍ତୁ ତଥାପି ମୋ ଗୋଡ କୋଉଠି ରହିନି । ମୁ ଦୁର୍ଗାକୁ ସେଠୁ ପଳଇବାକୁ କହିଲି କିନ୍ତୁ ସେ କହିଲା ଏବେ ମରିବାହେଉ ବା ବଂଚିବା ସାଥି ହୋଇ ରହିବା । ମତେ ସାହାସ ମିଳିଲା। ବହୁତ କଷ୍ଟ ହେଉଥିଲା ମତେ ଦୁର୍ଗା ସାହାରା ଦେଇ ଆଣିଲା । ସେତେବେଳେ ଆମକୁ କେମିତି ବି ହେଉ ଇଂଗ୍ରେଜଙ୍କ ହାତରେ ଆସିବାର ନଥିଲା । ଆମେ ପାଖ ଜଙ୍ଗଲକୁ ଦୌଡିଲୁ , ସେଠି ଏକ ଝଙ୍କାଳିଆ ବଡ ଗଛ ଉପରେ ଯାଇ ବସିଗଲୁ । ଇଂଗ୍ରେଜ ସିପାହି ଏବେବି ଆମକୁ ଖୋଜୁଥିଲେ । ୩ ଦିନ ସେମିତି ଅଖିଆ ଅପିଆ ବସିରହିଲୁ ସେହି ଡାଳରେ କେଜାଣି କେମିତି ମୁ ନିଜେ ବି ଜାଣିନି। ମରଣ ଠାରୁ ବି ବେସି ଭୟ ଲାଗୁଥିଲା ନେତାଜୀଙ୍କ ଭରସା ଭାଙ୍ଗି ଜିବାର୍ । ଚତୁର୍ଥ ଦିନ ଆମେ ତଳକୁ ଆସିଲୁ । ଏବେ କିଂତୁ ମୋର ସାହସ ମରିବା ପ୍ରାୟ, ମୋର ଗୋଡଟି ଆଉ ତା ଜାଗାରେ ନଥିଲା ପରି ଲାଗୁଥିଲା । କିଂତୁ ସେତେବେଳେ ମୋର ମନେ ପଡିଗଲା ନେତାଜୀଙ୍କର ସେହି ସାହସିକ ବକ୍ତବ୍ୟ ସବୁ । ସେ କହୁଥିବା କଥା ସବୁ ମୋ ଭିତରେ ପୁଣି ପ୍ରାଣ ସଂଚାରଣ କଲା । ମୁ ପୁଣି ଚାଲିଲି । ଗନ୍ତବ୍ୟ ସ୍ଥଳ ଏବେ ଆହୁରି ବହୁତ ବାଟ ଆମେଦୁହେଁ ଦୁହିଁଙ୍କ ସାହାସ ବନି ଆଗକୁ ବଢିଲୁ । ଏବେବି ବିପଦ ପୁରା ସରି ନଥିଲା ତେଣୁ ଆମେ ସତର୍କତାର ସହ ଚାଲିବାକୁ ଲାଗିଲୁ । ରାସ୍ତା ସାରା ବହୁତ କଷ୍ଟ କରି ପ୍ରାୟ ୮ ରୁ ୧୦ ଘଣ୍ଟାର ଯାତ୍ରାପରେ ଆମେ ରଂଗୁନରେ ପହଂଚିଲୁ। ପଡି ଉଠି ଆମେ କ୍ୟାମ୍ପରେ ପହଂଚିଲୁ । ଆମ ଘରେ ପହଂଚି ଗଲୁ। ଏବେ ଆଉ ଡର ନଥିଲା ମନର ଭୟ ଉଭେଇ ଜାଇଥିଲା କିଂତୁ ଭିତରକୁ ଯିବାର ଆଉ ଶକ୍ତି ଆମଠି ନଥିଲା। କ୍ୟାମ୍ପ ସାମ୍ନାରେ ହି ଆମେ ଲୋଟି ପଡିଲୁ। ଆମ ଲୋକ ଆମକୁ ସେଠୁ ଉଠେଇ ନେଲେ। ସେମାନେ ଆମକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଦୁର୍ଗା ଧରା ପଡିବା ଏବଂ ମୋ ଗୋଡରେ ଗୁଳି ବାଜିବା କଥା ସେମାନେ ପାଇ ଥିଲେ। ଭାବିଥିଲେ ଆମେ ଆଉ ବଞ୍ଚି ନଥିବୁ। ସେ ଯାହା ହେଉ ଆମର ଚିକିତ୍ସା ହେଲା ସେଠି। ଆମେ ସୁସ୍ଥ ହୋଇଗଲୁ। ମୋ ଗୋଡରେ ବାଜିଥିବା ଗୁଳି ସେତେବେଳେ ହୁଅତ ବହୁତ ପିଡା ଦାୟକ ଥିଲା କିନ୍ତୁ ମୋ ପାଇଁ ଏକ ସାହାସିକ ମେଡାଲ ଥିଲା । ମତେ ଗର୍ବ ଲାଗୁଥିଲା ।


ତାର କିଛି ଦିନ ପରେ ମୋ ପାଖକୁ ନେତାଜୀଙ୍କର ଏକ ପତ୍ର ଆସିଥିଲା। ମୁ ବାରମ୍ବାର ତାକୁ ପଢୁଥିଲି ତଥାପି ମୋର ମନ ମାନୁ ନଥିଲା। ମୁ ବଡ ଯତ୍ନରେ ସାଇତିକି ରଖିଲି। ସେ ଲେଖିଥିଲେ ଯେ ଆମେମାନେ, ମୁ ଓ ଦୁର୍ଗା ବଡ ସାହାସିକର କାମ କରିଥିଲୁ । ମୁ ଖୁସିରେ ଫୁଲି ଯାଇଥିଲି ଯେତେବେଳେ ସେ ଲେଖିଲେ ଯେ ମୁ ବୋଧେ ଦେଶର ସର୍ବ କନିଷ୍ଠ ଗୁପ୍ତଚର ଯିଏ କି ମାତ୍ର ୧୬ ବର୍ଷରେ ଏସବୁ କାମକରିଛି । ଏସବୁ ପଢିଲା ବେଳେ ମୁଁ ଗଦଗଦ ହୋଇ ଯାଉଥିଲି ଖୁସି ତ ବହୁତ ଥିଲି କିଂତୁ ସବୁଠୁ ଅଧିକ ମତେ ଶାନ୍ତି ଲାଗୁଥିଲା ମୁ ନେତାଜୀଙ୍କ ବିଶ୍ଵାସକୁ ଜିତି ଯାଇଥିଲି। ତାଙ୍କର ମୋ ଉପରେ ଥିବା ବିଶ୍ୱାସ ଜିତି ଯାଇଥିଲା । ତାର କିଛି ବର୍ଷ ପରେ ମୁ ମୋର ପରିବାର ସହ ଭାରତ ଚାଲିଗଲି । ପୁଣି ସେଦିନ ଆସିଲା, ମୋ ଛାତି ଫାଟିଗଲା ଶୁଣିକି, ଖବର ଆସିଲା ୧୯୪୫, ଅଗଷ୍ଟ ମାସ ୧୮ତାରିଖ । ସେ କାଳ ଦିନରେ ମୋ ଆଦର୍ଶ ପୁରୁଷ, ଆମ ଆଦରର ନେତାଜୀ ଦୁର୍ଘଟଣାରେ ଦେହ ତ୍ୟାଗ କଲେ ବୋଲି ଖବର ଆସିଲା କିନ୍ତୁ କାହିକି କେଜାଣି ମୋ ମନ ମାନୁ ନଥିଲା ମୁ ଅପେକ୍ଷା କଲି ସେ ଆସିବେ ବୋଲି, ଆଉ ତାଙ୍କ ଦେଖିଥିବା ସ୍ୱପ୍ନ ସତ ହେଲା । ସେ ଯାହା କହିଥିଲେ ତାହା ଅକ୍ଷରେ ଅକ୍ଷରେ ସତ ହେଲା । ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ । ସ୍ୱରାଜ ଆସିଲା । ମୋ ଦେଶ ଆଜାଦ ହେଲା । ମୁଁ ଭାବୁଥିଲି ନେତାଜୀ ଏ ଖବର ପାଇ ସତେ କି ରାଜ ରାସ୍ତାକୁ ଦୌଡ଼ି ଆସନ୍ତେ, ପୁଣି ତାଙ୍କର ସେହି ନାରା ଜୟ ହିନ୍ଦ କହି । କିନ୍ତୁ ଏମିତି ହେଲାନି ସେ ହଜିଗଲେ, କେଉଁଠି ବିଲିନ ହୋଇଗଲେ । ବୋଧେ ସେ ଯେଉଁ ସ୍ୱାଧୀନତା ଚାହିଁଥିଲେ ଏ ସେମିତି ନଥିଲା। ଆଜାଦ ହିନ୍ଦ ଫୌଜ ମଧ୍ୟ ଭାଙ୍ଗିଗଲା, କିଏ କୁଆଡେ ଚାଲିଗଲେ। ଏତେ ବର୍ଷ ପରେ ବି ମୋ ଆଜାଦ ହିନ୍ଦ ଫୌଜ ସୈନ୍ୟ ମାନଙ୍କୁ ସ୍ୱତନ୍ତ୍ରତା ସେନାନିର ସମ୍ମାନ ଟିକେ ବି ମିଳିଲାନି। ସେମାନେ ବି ଛାତିରେ ଗୁଳି ଖାଇଛନ୍ତି ଦେଶପାଇ କିନ୍ତୁ ଦେଶ ତାଙ୍କୁ ଆଦରି ପାରିଲାନି । ମୋ ନେତାଜୀ ଏ ଅନ୍ୟାୟ କେବେ ସହି ନଥାନ୍ତେ । ଆଉ ମୁଁ , ତ କଣ ହେଲା ମୋ ଦେଶର ଲୋକ ମତେ ଆଦରିଲେନି କିନ୍ତୁ ମୁ ମାନୁଛି ଜେ ମୁ ମୋ ଦେଶର ଜଣେ ବିରଙ୍ଗନା, ଅଜ୍ଞାତ ରହିଲେ କଣ ହେଲା, କିନ୍ତୁ ସେ ଗୁଳିର ଚିହ୍ନ ମତେ ମନେ ପକେଇ ଦିଏ ମୁ କ’ଣ? ମୁଁ ବି ଲଢିଛି,ମୁ ବି ଗଢିଛି ମୁଁ ବି ଦେହରେ ଗୁଳି ଖାଇଛି। ମୁଁ ବି ଆଜାଦ ହିନ୍ଦୁସ୍ଥାନର ସ୍ୱପ୍ନ ଦେଖିଛି, ମୁଁ ବି ସେଦିନ ଗର୍ବରେ ଫାଟି ପଡିଲି, ମୋ ଭାରତ ଯେବେ ସ୍ୱତନ୍ତ୍ର ହେଲା। କିନ୍ତୁ ନୁଆ ଭାରତରେ ମୁ କାହିଁ କାହିଁକି ମୋ ନାଁ କୋଉଠି ନାହିଁ। ମୁ ତ ନେତାଜିଙ୍କ ପଥର ପଥିକ, ମୁ ବି ସ୍ୱାଧିନତାର ସୈନିକ୍। ସରସ୍ୱତୀ ରାଜମଣି ମୋ ନା କେହି ଜାଣି ପାରିଲେନି ମୁଁ ଅଜ୍ଞାତ କିନ୍ତୁ ମୁଁ ମାନେ ମୁଁ ବି ବିରାଙ୍ଗନା ।

Post a Comment

0 Comments