Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶୀତର ଆଳାପ - ପବିତ୍ର କୁମାର ନାୟକ

ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ

କାଶତଣ୍ଡି ଫୁଲର
କୋମଳ ଶଯ୍ୟା କୁ ତେଜି
ଧରାକୁ ପଦାର୍ପଣ କରିଛି ଶୀତ....!
ମେଞ୍ଚା ମେଞ୍ଚା କୁହୁଡ଼ି ର ଆବରଣ ନେଇ
ବିନ୍ଦୁ ବିନ୍ଦୁ ଶିଶିର ର ମୋତି ସବୁ
ସୁନେଲି କିରଣ କୁ ଛୁଇଁ,,
ତରୁ ଲତା ର କୋମଳ ପରଶେ
ସ୍ତବ୍ଧ ପ୍ରାୟ ଆଜି ପୃଥିବୀ ଟା
ହୋଇଯାଇଛି ଶାନ୍ତ !

ବୟସ ର ପରିସୀମା ଭିତରେ
ସେ ଆଜି ଧସେଇ ପଶିଛି
ୠତୁ ଚକ୍ର ର ନିବିଡ଼ ବନ୍ଧନ ରେ
ନିଜକୁ ଆବଦ୍ଧ କରି,,
ଆଜି ସେ ବିବଶ ପାଲଟିଛି..
ତଥାପି ତା ମୁହଁରେ ପରିଲକ୍ଷିତ
ହେଉନି କ୍ଲାନ୍ତ....!!


ଆଜି ସେ ନିଜର ସ୍ୱର ଖୋଲିଛି..,,
ଏବଂ କହୁଛି !
ମୁଁ ଜାଣିଛି ମୋ ଉପସ୍ଥିତି ତମକୁ
ବିମର୍ଷ କରୁଛି.....!
ମୋର ବି ଇଛା ନାହିଁ..,,
ବିଭାସିତ ଚାନ୍ଦିନୀ ରେ
ଜୁଡୁବୁଡୁ ହୋଇ ବଞ୍ଚିବା ପାଇଁ....,,
ଦିନେ ଦେଖିଥିଲି ଅନେକ ସ୍ବପ୍ନ....
ଯାହା ଆଜି ଧୂଳିସାତ ହୋଇ ଯାଇଛି...!!!

ବୈଶାଖ ର ଝାଂଜି ଯେବେ ତମ
ପ୍ରିୟତମା ହେଲା....
ଶୀତ ସକାଳ ତମ ପାଇଁ
ଉପାହାସ ହେଲା......!
କେବେ ପ୍ରିୟ ସାଜିଥିବା ନିଶିଥ ନିଶିଟା,,
ଆଜି ଅଲୋଡା ହୋଇଛି.....!
ଫେରେଇ ଦିଅ ମୋର ସେହି ସ୍ବର୍ଣ୍ଣିମା ସମୟ,,
ଯାହା ତୁମ ନିକଟେ ମୁଁ
ସମର୍ପି ଦେଇଛି...!!!!

Post a Comment

0 Comments