Information

ଭାଲେଣ୍ଟାଇନଡେ - ଅଧ୍ୟାପିକା ସସ୍ମିତା ମିଶ୍ର

ଅଧ୍ୟାପିକା ସସ୍ମିତା ମିଶ୍ର
ମହନଦୀ ବିହାର ମହାବିଦ୍ୟାଳୟ, କଟକ
ଦୁରଭାଷ : ୯୦୭୮୫୭୯୬୧୨

ଭା =  ଭାଳେଣି ପଡିଛି ସରଗରେ

ମରତ ପାଳୁଛି ପ୍ରେମଦିବସ

ପ୍ରେମ କି ସୀମିତ ଦିବସରେ ॥୧॥

ଲେ = ଲେସ ମାତ୍ର ଲଜ୍ଜା ନାହିଁ ବୋଲି

ପ୍ରେମ ସମ ଏକ ଶାସ୍ଵତ ଚିଜ

ନିଲାମ ହେଉଛି ରାସ୍ତାରେ ॥୨॥

ନ =   ନଶ୍ଵର ଏହି ଶରୀର ସିନା ଗୋ

ପ୍ରତିକ୍ଷଣେ ତାକୁ ଅନୁଭବୁ ଥିବ

କେବେ ତ କାହାର ସ୍ପର୍ଶରେ ॥୩॥

ଟା =  ଟାହି ଟାପରାର ଉର୍ଧ୍ଵରେ ରହି

ଶୃଙ୍ଗାରେ ତୁମ ପ୍ରିୟା ବନ୍ଧା ଥାଉ

ହୃଦୟ ନିଭୃତ କନ୍ଦରେ ॥୪॥

ଇ =  ଇଙ୍ଗିତ ଇଶାରା ଭାବ ଦିଆନିଆ

ଆଢୁଆଳେ ଥାଇ ଝଟକୁ ଥାଉ

ସେ କାଞ୍ଚନ ସମ ଅନ୍ତରେ ॥୫॥

ନ =   ନ କରହେ ତାକୁ ଶୁନ୍ୟ ବସନା

ବିଭତ୍ସ ତା ରୂପ ଦେହର ବାସନା

ନ ପଡୁ ତା ନାମେ ପ୍ରମାଦରେ ॥୬॥

ଡେ = ଡେଇଁବାକୁ ଚାହଁ ସେ ଅନଳ ବକ୍ଷେ

ଦିବସ ପାଳି କି ଉତ୍ତିର୍ଣ୍ଣିବ ଲକ୍ଷେ

ତ୍ୟାଗ ଦୟା କ୍ଷମା ଭରିଦିଅ ଏଇ ବୁକୁପରେ ॥୭॥

Post a Comment