Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମୋବାଇଲ - ଉମାକାନ୍ତ ପାତ୍ର

ଉମାକାନ୍ତ ପାତ୍ର
ଥାଲକୁଡ଼ି, ମଙ୍ଗଳପୁର, ଯାଜପୁର
ଦୂରଭାଷ : ୯୪୩୯୭୫୦୧୭୫

ମୋ ନାଁ'କୁ ବିକୃତ କରି
ତୋ ଡାକ ମତେ ଖୁବ ଆନନ୍ଦ ଦିଏ,
ତୋ ମୁହଁରୁ
ସେ ଡାକ ଥରେ ଶୁଣିବା ପାଇଁ ଫୋନ କଲି,
ତୁ କହିଲୁ ବ୍ୟସ୍ତ ଅଛୁ...
ପରେ କଥା ହେବୁ... ।
ରାତି ୯ ଟା... ୧୦ ଟା.... ୧୧ ଟା... ୧୨ ଟା... ବାଜିଲା,
ତୋ ଫୋନ ଆସିଲା ନାହିଁ !
ରାତିରେ ତୁ ଫୋନ ସୁଇଚ ଅଫ କାହିଁକି କରି ଦେଉଛୁ... ?
ମୁଁ କେତେ ଫୋନ କରିଛି....
ଆରଦିନ ସକାଳେ ତୁ କହିଲୁ...
ଆଉ କେବେ ସୁଇଚ ଅଫ କରିବିନି.... ।
ମୁଁ କହିଲି,
ଦଶ ବର୍ଷ ବିତି ଗଲାଣି....
ନାଁ ମୋ ଫୋନ ସୁଇଚ ଅଫ ହେଇଛି ନା ତୋ ଫୋନ ଆସିଛି !!

Post a Comment

0 Comments