Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ବସନ୍ତ ହଜିଛି - ପବିତ୍ର କୁମାର ନାୟକ

ଭରା ବଉଳର ପହିଲି ଛୁଆଁରେ
ଆସିଚି ଧରାକୁ ବସନ୍ତ
ନାହିଁ ତା'ଦେହରେ ସବୁଜ ବନାନୀ
କୋଇଲି ଗାଉନି ସଙ୍ଗୀତ !!

ବିବର୍ତ୍ତନ ଦେଖ ଘଟି ଚାଲୁଅଛି
ମୃଦୁ ମଳୟବି ବହୁନି
ସୁଲୁ ସୁଲୁ ବହି ଶୀତଳ ସମୀର
ସରାଗରେ କଥା କହୁନି !!


ହଜି ଗଲାଣି ସେ ପ୍ରସ୍ଫୁଟିତ ଲତା
ଭ୍ରମର ସପନେ ଖୋଜଇ
ଅଦିନେ ବହୁଛି ବଇଶାଖୀ ଝାଞ୍ଜି
ଉତ୍ତାପେ ଧରଣୀ ସିଝଇ !!

ଦିନଥିଲା ଏଠି କୃଷ୍ଣଚୂଡା ସଙ୍ଗେ
ରଙ୍ଗ ବେରଙ୍ଗର କୁସୁମ
ଫଗୁଣ ରଙ୍ଗରେ ରଙ୍ଗେଇ ହୋଇଣ
ବାଣ୍ଟୁଥିଲେ ପ୍ରୀତି ଅସୀମ !!


ଯେତେ ସବୁ ଆଜି ଘଟୁଛି ଧରାରେ
କିଏ ବା ଦେବ ତା ଉତ୍ତର
ଫୁଲ ଓ ଫଗୁଣ ହଜିଯିବ ଯେବେ
ପ୍ରଳୟ ଆସିବ ସତ୍ୱର !!

ମରୁଦ୍ୟାନ କୂଳେ ସବୁଜ ବନାନୀ
ନିଃଶେଷ ହେବାକୁ ଲାଗୁଛି
ସଚେତନ ହୁଅ ଧରାବାସୀ ମୋର
ବସନ୍ତ କେଉଁଠି ହଜିଛି !!






ପବିତ୍ର କୁମାର ନାୟକ

Post a Comment

0 Comments