Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ମୁଁ ବ୍ରଜପୁରୀ କୋଳିବାଲା - ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଚକାପଦା, ବେଗୁନିଆ, ଖୋରଧା

କିଏ ସେ ନେବ କୋଳି
ବହନ ଆସ
ଗୋପ ଦାଣ୍ଡେ ଡାକେ ଉଚ୍ଚେ
ଆସ ମୋ ପାଶ ।।
ଆଣିଛି ମୁଁ ତୋଳି ଭିନ୍ନ ଭିନ୍ନ କୋଳି
ସ୍ବାଦ ଅମୃତରୁ ବଳି,
ଯେ ଯାହାର ମନ ନିଅ ହେ ବହନ
ଏତ ବୃନ୍ଦାବନ କୋଳି ।।
କର୍ପୁର ସୁବାସ ସୁମଧୁର ରସ
ଆଣିଛି ମୁଁ ଦ୍ରାକ୍ଷାଫଳ,
ନିଜେ ଚାଖି ନିଅ ବାଛି ଘେନିଯାଅ
ଦେଇଯାଅ ତା'ର ମୂଲ ।।
ସୁରଙ୍ଗ ନାରଙ୍ଗ ବଦରୀର ସଙ୍ଗ
ଆଣିଛି ଭଇଞ୍ଚ କୋଳି,
କୃଷ୍ଣ ନାମ ଜପି ଆନନ୍ଦେ ଭକ୍ଷିବ
ଭୋକ ଶୋଷ ଯିବ ଭୁଲି ।।
ଖୀରି ,ଚାର କୋଳି ଜାମୁ,ନରକୋଳି
ବନରୁ ଆଣିଛି ତୋଳି,
ନିଅ ଗୋପନାରୀ ସୁମିଷ୍ଟ ଖଜୁରୀ
ତା ' ସାଥେ କଣ୍ଟେଇ କୋଳି ।।
କାନ୍ଧିଆ ସହିତେ କରମଙ୍ଗା ପୁଣି
ନେଇଯାଅ ଥରେ ଚାଖି,
ବେତ କୋଳି ନିଅ କଉଡି ମୋ ଦିଅ
କଣ୍ଠ ଶୁଖିଲାଣି ଡାକି ।।
ସକାଳ ପହରୁ ଦୁଆରେ ଦୁଆରେ
ଡାକିଲିଣି ଉଚ୍ଚ ସ୍ବରେ,
ନ ଶୁଣିଲ କେହି ଯାଉଅଛି ମୁହିଁ
ରାଧାରାଣୀ ପାଦ ସ୍ମରେ ।।

Post a Comment

0 Comments