ପ୍ରେମିକା - ଶୁଭକାନ୍ତ ସାହୁ

ପ୍ରେମିକା - ଶୁଭକାନ୍ତ ସାହୁ

ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ଦୂରଭାଷ : ୯୦୪୦୩୨୦୧୮୬

ମୁଁ ନିତି ଖୋଜେ ମୋ’ମନ କାନନେ
ପାଇଲେ ସାଇତି ଦେଵି ହୃଦୟ କଦମ୍ବ ବନେ ।
ଜାଣେନା କାହିଁକି ଝୂରେ ଏକାନ୍ତ ଗୋପନେ
ତୁମ ସ୍ବର-ସ୍ଵନ ସଦା ଗୁଞ୍ଜିତ ମୋ କାନେ ।

ହୁଏତ ତୁମେ ମୋ ମନର ମାନସୀ
ଜୀବନ ଫଗୁଣେ ସ୍ବପ୍ନର ପ୍ରେୟସୀ ।
ତୁମେ ମୋ ପ୍ରେମର ପ୍ରକୃତ ପ୍ରେମିକା
ଜୀବନ ନାଟକର ପ୍ରକୃତ ନାୟିକା ।


ତୁମେ ମୋ ହୃଦୟର ରାଣୀ
ପ୍ରୀତିର ସଂଗୀତ ପୁଣି ଜୀବନ କାହାଣୀ ।
ତୁମେ ଆଖି ଖୋଲିଲେ ମୁଁ ଦୁନିଆ ଦେଖିପାରେ
ମୁଦିଦେଲେ ଅନ୍ଧ ହୁଏ ଗଭୀର ଅନ୍ଧାରେ ।

ମୌନତା ତୁମର ମୋତେ ମୁକ କରଦିଏ
ବାଚାଳତେ ପ୍ରଗଳ୍ଭରେ ବହୁ ଗପିଯାଏ ।
ତୁମେ ହସିଲେ ମୋ ଦୁନିଆ ହସେ
ଦିଟୋପା ଲୁହେ ତୁମ ଅସରନ୍ତି ଲୁହରେ ମୋ ଦୁନିଆ ଭାସେ ।


ତୁମ ଦୁଃଖେ ମୋ ମନରେ କୋହ ଉଠେ
ମନ କଷ୍ଟେ ମୋ ଛାତିରେ କଣ୍ଟା ଫୁଟେ ।
ମୋ ମନ ସାହସ ତୁମ ଆଶ୍ବାସନା
ତୁମ ଇଚ୍ଛା ହୁଏତ ମୋ ସକଳ କାମନା ।

କିମିଆଁ ଚାହାଣୀ ତୁମ ମୋ ମନକୁ କିଣେ
ରୁଷିଲେ ଅତ୍ୟନ୍ତ ଏକା ନିଜକୁ ମୁଁ ମଣେ ।
ମୋ ମନର ପଦେ କଥା ସବୁ କହିଦିଏ
ନିଜଠୁ ବୋଧେ ତୁମକୁ ବେଶୀ ଭଲପାଏ ।

0 Comments