ଅହଂକାର - ବରଦା ପ୍ରସାଦ ରଥ

ଅହଂକାର - ବରଦା ପ୍ରସାଦ ରଥ

ସ୍ବର୍ଗକୁ ଶିଡି ବାନ୍ଧିବାକୁ ଭାବିଥିଲା....
ବିଶ୍ରବା ନନ୍ଦନ ରାବଣ,
ପୋଡି ପାଉଁଶ ହୋଇଥିଲା ସ୍ବର୍ଣ୍ଣ ଲଙ୍କା...
ମିଶିଗଲା ମାଟିରେ ଗର୍ବ ଅହଂକାର ।
ବିନାଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ର ମେଦିନୀ.....
କହିଥିଲେ.....
ମାନଗୋବିନ୍ଦ ମହାମାନୀ ଦୁର୍ଯ୍ୟୋଧନ,
ଧୂଳିସାତ ହୋଇଗଲା କୌରବ କୂଳ
ଆଉ ଦମ୍ଭର ହସ୍ତିନାପୁର ସିଂହାସନ ।
ଆଦେଶ ଥିଲା....
ଫିଟାଇବ ନାହିଁ ବନ୍ଦିର ଲୌହକବାଟ......
ହସିଥିଲେ କୃଷ୍ଣ.........
ଖୋଲିଗଲା କଂସର ମୃତ୍ୟୁର ରୁଦ୍ଧଦ୍ବାର,
ତେଣୁ କେଉଁ ଗର୍ବ ଅହଂକାରରେ କହୁଛ.....
ମଣିଷ..............
ଦିନେ ପାଲଟିଯିବ ଏକ ଥୁଣ୍ଟାଗଛ,
ସବୁ ଦାମ୍ଭିକତା ଓ ଔଦ୍ଧତ୍ୟ.....
ସମୟକ୍ରମେ ଅନ୍ତର୍ହିତ ହୋଇଯିବ,
ଆସିଥିଲି ଶୂନ୍ୟହସ୍ତେ.............
ଫେରି ଯାଉଛି ଶୂନ୍ୟହସ୍ତେ.........।



ବରଦା ପ୍ରସାଦ ରଥ, ରାୟଗଡା, ଓଡିଶା

1 Comments

  1. ଲକ୍ଷ୍ମୀନାରାୟଣ ପଟ୍ଟନାୟକFebruary 23, 2018 at 7:56 PM

    Sundara srusti

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।