Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜାଣିଛ ସପନ - ସିମାଞ୍ଚଳ ରଣା

କିଏ କୁହେ ମୁଁ କାନ୍ଦୁନି ବୋଲି,
ପୁରୁଷ ହୋଇପାରେ ସତ ।
ତୁମ ହସ ଯଦି ସଞ୍ଜ ସଳିତା,
ମୋ ଅଶ୍ରୁ ପରା କିଛି ତୈଳ ।
ତୁମେ ସୁହାଗିନୀ ହୋଇପାର,
ନିଝୁମ ରାତିର ସ୍ୱାମୀ କୋଳେ ।
ମୁଁ ଯେ ନିର୍ବୋଧ ଚାତକ,
ମୋ ପରିଧି ସ୍ୱପ୍ନର ବୈଶାଖ ଝାଞ୍ଜିରେ ।
ଦୂରତା ବେଶି ହୋଇପାରେ,
ଆମ ଦୁହିଁଙ୍କ ଶରୀର ସୀମାକୁ ।
ମନତ କେବେଠୁ ସମାନ୍ତରେ,
ତେବେ କାହିଁକି ଦୁରେ?ପଚାରିବି କାହାକୁ?
ମୁଁ କାନ୍ଦେ ଆଜି କେବଳ ତୁମ ପାଇଁ,
ଝୁରି ସେଇ ଅଳ୍ପ ପରିଚିତ ସ୍ୱରକୁ ।
ପାଉଛୁତ ଭଲ କହିଯା ଥରେ,
ନହେଲେ ଦେଇଦେ ସେ ଶାନ୍ତି ଜହରକୁ ।
ଦେଖ କାଳେ କିଏ ଜାଣିଦେବ,
ତୁମ ମୋ ସମ୍ପର୍କକୁ ।
ତୁମେ ମୋ ହସ ଆଉ ଦୁଃଖର ଅଶ୍ରୁ,
ତେଣୁ ତୁମକୁ ସପନ କୁହେ ମୁଁ ।



ସୀମାଞ୍ଚଳ ରଣା, କୁର୍ତ୍ତମଗଡ଼

Post a Comment

0 Comments