Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଶେଷ ସ୍ଵପ୍ନ - ନରେଶ କୁମାର ବେହେରା

ସୂର୍ଯ୍ୟ ଅସ୍ତାଚଳଗାମୀ । ଟିକେ ଟିକେ ଶୀତଳ ପବନ ବହୁଥାଏ । ସଂପୂର୍ଣ୍ଣ ନିଦ ହୋଇନଥିଲେ ବି ଆଖି ବି ଖୋଲୁ ନଥାଏ । ଆଉ, ନା’ ମୁଁ ପ୍ରୟାସ କରୁଥାଏ ଆଖି ଖୋଲିବାକୁ ।

କିନ୍ତୁ, ଏ କ’ଣ? କିଏ ଯେପରି ମୋର ଗୋଡ଼ ଭିତରେ ପଶିଆସୁଛି ।

ଜାଣି ହେଉ ନଥାଏ । ଆଖି ବି ଖୋଲି ପାରୁନି ମୁଁ ।

ପୁଣି ଯେପରି ମୋତେ ଟାଣିବା ପାଇଁ ପ୍ରୟାସ କରୁଛି । ଆରେ ଏ କ’ଣ? ସତେ ଯେପରି କିଏ ମୋ ଗୋଡ଼ରେ ରସ୍ସିଟିଏ ବାନ୍ଧି ଟାଣୁଛି ।

ବହୁତ ଚେଷ୍ଟା ପରେ ଆଖି ଖୋଲିଯାଏ । ଦେଖେ ଏକ ବିଶାଳକାୟ ବଟବୃକ୍ଷ । ଆଉ, ତାର ଦୁଇଟି ଚେର ମୋର ଗୋଡ଼ ଦୁଇଟିକୁ ବାନ୍ଧି ଟାଣିବା ପାଇଁ ପ୍ରୟାସ କରୁଛି । କିଛି ବି ବୁଝି ପାରୁନଥାଏ । ଏତିକି ଭିତରେ, ସେ ମୋତେ ଟାଣି କଚାଡି ତଳେ ପକାଇଦେଲା । ଏତେ ଜୋରରେ ପଡ଼ିଲି, କିନ୍ତୁ ଟିକେ ବି କଷ୍ଟ ନାହିଁ!

ନିଜର ସମସ୍ତ ବଳ ପ୍ରୟୋଗକରି ଚେରଗୁଡିକୁ ବାହାର କରିବାରେ ସକ୍ଷମ ହେଲି । ଆଉ ସେମାନେ ଫେରିଯାନ୍ତି ନିଜ ସ୍ଥାନକୁ।

ହଠାତ୍ ଶୁଣିବାକୁ ପାଇଲି ପାଣିର କଳକଳ ଶବ୍ଦ । ପାଖରେ ଝରଣାଟିଏ ବହି ଯାଉଅଛି । ଇଚ୍ଛା ହେଲା ପାଣିଟିକେ ପିଇବା ପାଇଁ । ଚାଲିବାକୁ ଲାଗିଲି ତା’ ପାଖକୁ । ଜହ୍ନର ଆଲୁଅରେ ଦୂରରୁ ସେ ଏକଦମ ନୀଳ ରଙ୍ଗର ଦେଖାଯାଉଥାଏ । ତାକୁ ଦେଖିବା କ୍ଷଣି ମୋର ଶୋଷ ବଢିବାରେ ଲାଗିଲା ଆଉ ମୋର ପାଦ ବି ଦୌଡିବାରେ ... । ଦେଖୁ ଦେଖୁ ତା’ ପାଖରେ ପହଞ୍ଚିଯାଏ ମୁଁ । ଓଃ କି ସୁନ୍ଦର ଝରଣା ! ଏତେ ସ୍ବଚ୍ଛ ଓ ନିର୍ମଳ ଜଳ ପୂର୍ବରୁ ମୁଁ କେବେ ବି ଦେଖିନଥାଏ । ସବୁକିଛି ଦର୍ପଣ ପରି ସଫା । ଆଉ ତା’ରି ଭିତରେ ଖେଳୁଥାନ୍ତି କୁନି କୁନି ମାଛଗୁଡ଼ିକ । କିନ୍ତୁ ଆଶ୍ଚର୍ଯ୍ୟ! ସେମାନେ ଓଲଟା କାହିଁକି ପହଁରୁଛନ୍ତି?

  • ଏ କ’ଣ କରୁଛ ତୁମେ ମାନେ? ଏମିତି ଓଲଟା କାହିଁକି ପହଁରୁଛ?

  • ଫେରିଯାଅ ଫେରିଯାଅ ... (ହସି ହସି ଚାଲିଗଲେ ସେମାନେ...)


ଆଶ୍ଚର୍ଯ୍ୟ ! ମାଛମାନେ କେବେଠୁ କଥା କହିବା ଶିଖିଲେଣି? ଇଏ କେଉଁ ଦୁନିଆଁରେ ଅଛି ମୁଁ?

ପୁଣି ଫେରି ଆସିଲି ସେହି ପୁରୁଣା ଜାଗାକୁ । ବଟବୃକ୍ଷର ଶାଖାପ୍ରଶାଖା ମାନେ ଦୋଳିପରି ଦୋହଲୁଥାନ୍ତି; ଆଉ କିଛି ଦୌଡୁଥାନ୍ତି ଏପଟ ସେପଟ । ଜହ୍ନର କଅଁଳିଆ ଆଲୁଅରେ ଯାହା ଜାଣିବାକୁ ପାଇଲି, ଇଏ କେଉଁ ଏକ ପୁରୁଣା କବ୍ରସ୍ଥାନ । ଆଉ ମୁଁ ଶୋଇଥିଲି କଂକ୍ରିଟର ଶେଯପରେ, ଯାହାକି ବୋଧେ କାହାର କବର ହେଇଥିବ । କିନ୍ତୁ ମୁଁ ଏଠି କିପରି? କାହିଁକି? ଏ ସବୁ ପ୍ରଶ୍ନର କିଛି ବି ଉତ୍ତର ଆସୁନଥାଏ ମନରେ । ଠିକ ଏତିକିବେଳେ ବାରିବାକୁ ପାଇଲି ସିଗାରେଟର କିଛି ଗନ୍ଧ, ଯାହା ମୁଁ ପ୍ରାୟତଃ ଭଲପାଏ । ଆଉ ଯାହା ପାଇଁ ସମସ୍ତଙ୍କ ଆଗେ ମୁଁ ଘୃଣିତ । କିନ୍ତୁ, ଏହି ଗନ୍ଧ, ଧୂଆଁ ଆସିଲା କେଉଁଠୁ?

ଆରେ ଏଇତ! କେହି ଜଣେ ବୃଦ୍ଧ ଏଠି ବସିଛନ୍ତି।

  • ମଉସା ଶୁଣନ୍ତୁ? ଆପଣ ଏଠି? ଇଏ କେଉଁ ଜାଗା? .... ଆଜ୍ଞା କିଛି କହୁନାହାନ୍ତି ଯେ?


ଆଶ୍ଚର୍ଯ୍ୟ! ଶୁଣି ନ ଶୁଣିଲା ପରି ଚାଲିଗଲେ ଯେ! ବୋଧେ ଶୁଣିପାରିଲେନି । ଠିକ ଅଛି!

ହାତରେ ସମୟ ଦେଖେ… ସନ୍ଧ୍ଯା ୭ଟା ବାଜିଲାଣି । ହେ ଭଗବାନ! ଆଜି ମରିଲି... ଏତେ ଡେରି ହେଲାଣି! ମୁଁ ଆସି ଏ ମଶାଣିରେ କ’ଣ କରୁଛି ଯେ? ଆଉ ମୋର ସେ ପ୍ରୋଜେକ୍ଟ କାମ!! ସରିଗଲା ସବୁ... ଆଜି ତ ଶେଷ ତାରିଖ ଥିଲା ସବମିଟ୍ କରିବାକୁ । ଜଲ୍ଦି ଯିବାକୁ ହେବ... ନଚେତ୍....

ଦୂରରୁ କିଛି ଲୋକଙ୍କ ଆସିବାର ଆଭାସ ଆଉ ସ୍ୱଳ୍ପ ସଙ୍ଗୀତର ଶବ୍ଦ ଶୁଣିବାକୁ ପାଏ ମୁଁ। ଏମାନେ ସବୁ କିଏ? ଏପଟେ କାହିଁକି ଆସୁଛନ୍ତି? ଆଉ ଏ ସଙ୍ଗୀତ କ’ଣ? ବୋଧେ କାହାର ପ୍ରୋଶେସନ ଆସୁଛି! ଯାହା ଲାଗୁଛି ଏମାନେ ସବୁ ଆମ ଗାଁର ଲୋକମାନେ । ଦୂରରୁ ଅନ୍ଧାରରେ ଠିକସେ ଦେଖା ବି ଯାଉନି । କିଛି ସମୟ ପରେ ସେମାନେ ନିକଟତର ହୁଅନ୍ତି। ଆଉ ସଠିକ ଦୃଶ୍ୟ ହୁଅନ୍ତି । ଆରେ, ଇଏ ତ ରମେଶ ବୋଧେ.... ‘ଏ ରମେଶ! କୁଆଡ଼େ ଯାଉଛ ରେ ସବୁ? ଆଉ ଏମାନେ କିଏ??? ଆରେ, ଶୁଣୁନୁ କାହିଁକି??? କଣ ହେଇଛି ତୋର?’

ଇଏ ତ ଲଳିତ ବୋଧେ । ‘ଏ ଲଳିତ! ମୁଁ ସାଗରରେ! କ’ଣ ନ ଶୁଣିଲା, ନ ଦେଖିଲା ପରି ଯାଉଛ ସବୁ??? ଏ ପ୍ରୋଶେସନ କାହାର?? ତୁ କିଛି କହୁନୁ କାହିଁକି?’ ପାଖକୁ ଯାଇ ଛୁଇଂବାକୁ ଚେଷ୍ଟା କଲି, କିନ୍ତୁ ଅସଫଳ ! କେହି କିଛି ବି କହୁ ନଥାନ୍ତି ! ଜଣକ ହାତରେ ନିଆଁ ଓ ମାଟିହାଣ୍ଡି ଦେଖି ଜାଣିବାକୁ ପାଇଲି ଯେ, ଏମାନେ ବୋଧେ କାହାର ଶବ ସତ୍କାର କରିବାକୁ ଆସୁଛନ୍ତି। ସେଇ ଜଣ ଗହଳି ମଧ୍ୟେ ମୁଁ ମୋ ନିଜର ପ୍ରାୟ ବନ୍ଧୁବର୍ଗଙ୍କୁ ଦେଖିବାକୁ ପାଇଲି । କିନ୍ତୁ କେହି ବି ମୋତେ ଶୁଣିବାକୁ ନାରାଜ । ଠିକ ଅଛି ! ଏତେଟା ଘୃଣା ବି ଜାୟଜ। ମୋର ଏଭଳି ପ୍ରବୃତ୍ତି ଓ ଅଭ୍ଯାସର କିଛି ତ ପରିଣାମ ହେବାକୁ ଥିଲା !

ସେମାନେ ସବୁ ଚାଲିଗଲେ, ଶ୍ମଶାନ ଆଡ଼େ। ଏକୁଟିଆ ମୁଁ ନିସ୍ତବ୍ଧ ଠିଆ ହୋଇଥାଏ ସେ ରାସ୍ତାରେ । କିଛି ତ ହେଇଛି ଏମାନଙ୍କର? ନଚେତ୍ ମୋର ସାଙ୍ଗମାନେ ମୋତେ କାହିଁକି ଉତ୍ତର ଦେଲେନି! ମନରେ ଗୁଡ଼ାଏ ଖରାପ ଚିନ୍ତା ଆସିଯାଇଥିଲା ଆଉ ଇଚ୍ଛାହେଲା ଗୋଟେ ଷ୍ଟ୍ରୋକ ନେବା ପାଇଁ । ହାତ ଆପେ ଆପେ ଚାଲିଗଲା ପକେଟ ଭିତରକୁ । କିନ୍ତୁ, ନା ମୁଁ ସିଗାରେଟ ପାଇଲି, ନା ମୋର ଲାଇଟର୍ । ଗଲା କୁଆଡେ? ଯିଏ ପ୍ରତି ଘଣ୍ଟାରେ ଗୋଟେ ପ୍ଯାକେଟ ସିଗାରେଟ ଟାଣି ସାରିଦିଏ; ସିଗାରେଟ ବିନା ଯାହାର ବଞ୍ଚିବା ଅସମ୍ଭବ... ତା’ ପକେଟରୁ ସିଗାରେଟ ଗାୟବ!

ଆଶ୍ଚର୍ଯ୍ୟ! ଏ କିପରି ସମ୍ଭବ! ଆପଣ କ’ଣ ଭାବୁଛନ୍ତି? କିଛି ବୁଝିପାରିଲେ?

ମୁଁ କିନ୍ତୁ ବୁଝିପାରିନି । ନା’ ନିଜକୁ, ନା ମୋ ପରିବାରକୁ । ଏବେ କିଛି ବି ସମ୍ଭବ ନୁହେଁ । କାରଣ, ସବୁ ଶେଷ ହୋଇଯାଇଛି। କେହି ଜଣେ ବି ମୋତେ ଦେଖିନପାରିବା, ଶୁଣିନପାରିବା... ଆଉ ମୋ ପକେଟରେ ସିଗାରେଟ ଥାଇ ବି ମୁଁ ତାକୁ ଛୁଇଁନପାରିବା... ଏହାର ଅର୍ଥ – ହଁ... ମୁଁ ଅଦୃଶ୍ୟ... ମୁଁ ମୃତ !!

(ସିଗାରେଟ ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ।)






ନରେଶ କୁମାର ବେହେରା, ବ୍ରହ୍ମପୁର, ଗଞ୍ଜାମ


 

Post a Comment

13 Comments

  1. Aparajita2/21/2018

    Nice thought. Good message for society..

    ReplyDelete
  2. ନରେଶ କୁମାର ବେହେରା2/21/2018

    Thanks Aparajijta ma'am!

    ReplyDelete
  3. ନରେଶ କୁମାର ବେହେରା2/21/2018

    Thanks Aparajijta ma'am!

    ReplyDelete
  4. Gadadhar Patra2/21/2018

    Nice composition Naresh babu. Short bt informative

    ReplyDelete
  5. Khub sundar lekhichhati, bhala barta tie

    ReplyDelete
  6. ଲକ୍ଷ୍ମୀନାରାୟଣ ପଟ୍ଟନାୟକ2/21/2018

    Khub sundar galpa

    ReplyDelete
  7. ନରେଶ କୁମାର ବେହେରା2/21/2018

    Dhanyabad Laxmi Bhai!

    ReplyDelete
  8. ନରେଶ କୁମାର ବେହେରା2/21/2018

    Thank you Sir

    ReplyDelete
  9. ନରେଶ କୁମାର ବେହେରା2/21/2018

    ଧନ୍ୟବାଦ ସାର୍

    ReplyDelete
  10. sasmita2/25/2018

    apananka sabu lekha re nischaya kichhi social massage tha a....bhala heichhi..

    ReplyDelete
  11. ଧୃବ ଚରଣ ବେହେରା3/02/2018

    ଚମତ୍କାର ଉପସ୍ଥାପନା କ୍ଷୁଦ୍ର ଗଳ୍ପ ଖୁବ ସୁନ୍ଦର

    ReplyDelete
  12. ନରେଶ କୁମାର ବେହେରା3/02/2018

    ବହୁତ ଧନ୍ୟବାଦ୍ ।

    ReplyDelete

ଉପରୋକ୍ତ ବିଷୟଟି ଆପଣଙ୍କୁ କେମିତି ଲାଗିଲା ଦୟାକରି ନିଜର ମତାମତ ରଖନ୍ତୁ । ଆପଣଙ୍କ ଗଠନ ମୂଳକ ମତାମତ ନିଶ୍ଚୟ ବଣମଲ୍ଲୀର ମହକର ସମସ୍ତ ଲେଖକ ଲେଖିକା ମାନଙ୍କ ନିମନ୍ତେ ପ୍ରେରଣାଦାୟକ ହୋଇ ପାରିବ । ନିମ୍ନୋକ୍ତ କୋଠରୀ ମଧ୍ୟରେ ଆପଣଙ୍କ ମତାମତ ପ୍ରଦାନ କରନ୍ତୁ ।