Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଷଷ୍ଠୀଦେବୀ ଦୟା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଷାଠୀଏ ସହସ୍ର ବ୍ରହ୍ମଋଷି ସଙ୍ଗେ
ଷଡ୍ଦର୍ଶନ*ଦ୍ବିଜ ମିଳି (*ବେଦାନ୍ତ)
ମହା ସମାଦରେ ଆରାଧନା କରି
ଦେଉଛନ୍ତି ପୁଷ୍ପାଞ୍ଜଳୀ ।।

ଷୋଳଚକ୍ରେ ଷୋଳଦଳ ପଦ୍ମଫୁଟେ
ଯା ପଦପାତେ, ଧରାରେ
ମନ୍ଦାକିନୀ ସ୍ରବି ସେହି ଶ୍ରୀପଦରୁ
ମହୀକୁ ପବିତ୍ର କରେ ।।


ଷୋଡଶାଂଶୁ* ଦୈତ୍ୟଗୁରୁ ବଳିପୁରେ (*ଶୁକ୍ରମୁନୀ )
ବାମନ ଅବତାରରେ
ଦାନ କଲାବେଳେ ରୁଦ୍ଧକଲେ ଜଳ
ନସ୍ରବିଲା ଶଂଙ୍ଖାଗ୍ରରେ ।।

ଷଟ୍କର୍ମରେ* ବାଧା ଦେଖି ହୃଷିକେଶ (*ଦାନରେ )
କୁଶତୃଣ ଏକ ନେଇ
ରୁଦ୍ଧ ଶଂଙ୍ଖାଗ୍ରରେ ନିକ୍ଷେପିଲେ ଖରେ
ଶୁକ୍ର ଗଲେ କଣା ହୋଇ ।।


ଷଷ୍ଠୀଦେବୀ ଦୟା ହେଉ ମୋରେ ବାରେ
ଜନ୍ମଜନ୍ମାନ୍ତରେ ତବ
ଶ୍ରୀପଦେ ଶରଣ ପ୍ରଫୁଲ୍ଲ ମାଗଇ
ଦୟାକର ବାସୁଦେବ ।।

Post a Comment

0 Comments